ଅବ୍ୟକ୍ତ ପ୍ରଗାଢ ଅନୁଭବର କାବ୍ୟିକ ପ୍ରକାଶ ହିଁ କବତା

blank
କେନ୍ଦ୍ରାପଡା,୨୨ା୩: ୨୧ ମାର୍ଚ୍ଚ ବିଶ୍ୱ କବିତା ଦିବସ ଅବସରରେ ମାନବ ସଭ୍ୟତାର ସୂକ୍ଷ୍ମ ଅବବୋଧ ନିର୍ମାଣରେ କବିତାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରାଯାଇଛି। ଏହି ଅବସରରେ ସାଂସ୍କୃତିକ ଅନୁଷ୍ଠାନ କେନ୍ଦ୍ରାପଡ଼ା ଇଭେଣ୍ଟ ମ୍ୟାନେଜରର୍ସ ଓ ସିମ୍ଫୋନି ତରଫରୁ ବିଶ୍ୱ କବିତା ଦିବସ ପାଳନ କରାଯାଇଛି। “ନୂଆ କବିତାର ମାରାଥନ’ ଓ ମୋ ପାଇଁ କବିତା’ ଶୀର୍ଷକ ଆଲୋଚନା ଓ ଏକ ଅର୍ଖ ନୂତନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପ୍ରଖ୍ୟାତ କବି ପଦ୍ମ ଭୂଷଣ ସ୍ୱର୍ଗତ ରମାକାନ୍ତ ରଥଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା। କବି ଓ କଥାକାର ବିରଜା ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ଅନ୍ନପୂର୍ଣ୍ଣା ମହାନ୍ତି, ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବି ସତୀର୍ଥର ସମ୍ପାଦକ ମନ୍ମଥ ନାଥ ବରାଳ, ଅଧ୍ୟାପକ ଓ କବି ତ୍ରିଲୋଚନ ପ୍ରଧାନ, ବିଶିଷ୍ଟ କବି ବୃନ୍ଦାବନ ଦାସ ଓ ପ୍ରେମାନନ୍ଦ ଖଣ୍ଡୁଆଳ ପ୍ରମୁଖ ଯୋଗ ଦେଇ ବିଶ୍ୱ କବିତା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆୟୋଜିତ କବିତା ଆସରରେ ବରିଷ୍ଠ କବି ପ୍ରମୋଦ ସିଂ, ଅକ୍ଷୟ କୁମାର ନାୟକ, ଶୁଭ୍ରାଂଶୁ କୁମାର ଦାସ, ପୁଷ୍ପାଞ୍ଜଳି ପଣ୍ଡା, ସ୍ୱପ୍ନାଂଶୁ କୁମାର ଦାସ, କବିତା ମୁଦୁଲି, ଗୋଲାପ ରାଉତ, ଲିଜା ପଣ୍ଡା, ରଞ୍ଜନ ବାଇ, ପବିତ୍ର କୁମାର ସାହୁ , ନୃସିଂହ ଚରଣ ତ୍ରିପାଠୀ, ପ୍ରୀତମ ତ୍ରିପାଠୀ, ରଶ୍ମୀ ରଞ୍ଜନ ବାରିକ୍ , ତାରିଣୀ କୁମାର ପାଟଯୋଶୀ ପ୍ରମୁଖ ଯୋଗ ଦେଇ କବିତା ପାଠ କରିଥିଲେ । ମନ୍ତ୍ରମୁଗ୍ଧ କବିତାମୟ ପରିବେଶର ସମାପନ ସହ ପରିଶେଷରେ ସିମ୍ଫୋନିର ସହସମ୍ପାଦକ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Next Post

ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ମରଶରୀରରେ ଜିଲ୍ଲା ବିଜେଡି ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ

Sat Mar 22 , 2025
କେନ୍ଦ୍ରାପଡା,୨୨ା୩: ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଅକାଳ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲାରେ ଗଭୀର ଶୋକ ପ୍ରକାଶ ପାଇଛି । ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ରାତି ୮ଟାରେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପାଇ କଂଗ୍ରେସର ବରିଷ୍ଠ ନେତା ବିଜେଡି ନେତା ଏବଂ ବିଜେପି ମନ୍ତ୍ରୀ ଓ ନେତା ଚିକିତ୍ସାଳୟ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading