
କେନ୍ଦ୍ରାପଡା ୨୩/୮- ବଳଦେବ ଜୀଉଙ୍କ ପାଖରେ ଲାଗି ହେଲା ସପ୍ତ ପୁରୀ ଭୋଗ ସପ୍ତ ପୁରୀ ଅମାବାସ୍ୟାରେ ହେଲା ସପ୍ତ ପୁରୀ ନୀତି ପାଳିତ ଆଜି କେନ୍ଦ୍ରାପଡ଼ା ର ଆରାଧ୍ୟ ଦେବତା ପ୍ରଭୁ ବଳଦେବ ଜୀଉଙ୍କ ସପ୍ତପୁରୀ ଭୋଗ ସମ୍ପନ୍ନ ହୋଇ ଯାଇଛି । ସକାଳ ଧୂପ ସମ୍ପନ୍ନ ପରେ ଏହି ଭୋଗ କରାଯାଇଥାଏ । ବଡ଼ପଣ୍ଡା ଚର୍ଚ୍ଚେତ ଗୁଡ଼ିଆ ବ୍ରାହ୍ମଣ ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥାଏ । ନଡ଼ିଆ ଛେନା ଖ ସା ଗହମ ଅଟା ଚାଉଳ ଚୁନା ଗୋଲ ମରିଚ ଗୁଜୁରାତି ଦେଶୀ ଘିଅରେ ପ୍ରସ୍ତୁତ ହୋଇଥାଏ ଓ ପ୍ରସ୍ତୁତ ପରେ ରୌପ୍ୟ ପାତ୍ରରେ ପରସା ଯାଇ ବଡ଼ ସାଇତି ସେବକ ଦ୍ୱାରା ଛାମୁକୁ ନିଆଯାଇ ପୂଜା ପଣ୍ଡାଙ୍କ ଦ୍ୱାରା ଭୋଗ କରାଯାଇଥାଏ ପରେ ପାର୍ଷ ଦେବା ଦେବୀଙ୍କୁ ଅର୍ପଣ କରାଯାଇଥାଏ ବୋଲି ମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛି । ଆଜି ଏହି ଅବସରରେ ଶ୍ରୀ ବଳଦେବ ଜୀୟୁଙ୍କ ମନ୍ଦିରରେ ପ୍ରବଳ ଜନସମାଗମ ହୋଇଥିଲା ।
