କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ କଳାଉତ୍ସବ ଅନୁଷ୍ଠିତ

blank
କେନ୍ଦ୍ରାପଡ଼ା,୧୬ା୧୦:ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲବାହାଦୁର ସରକାରୀ ଉଚ୍ଚବିଦ୍ୟାଳୟରେ କେନ୍ଦ୍ରାପଡା ମଣ୍ଡଳ ସ୍ତରୀୟ କଳାଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଲାଲବାହାଦୁର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ଦାସ,ସହମଣ୍ଡଳ ଶିକ୍ଷାଧିକାରୀ ତଥା ମଣ୍ଡଳ ସାଧନକେନ୍ଦ୍ର ସଂଯୋଜକ ବଳଦେବ ପ୍ରସାଦ ଜେନା, ବୁଢୀ ବିଳାଶୁଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ ଓ ମା’ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଧାନାଥ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ଉତ୍ସବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଉତ୍କଳୀୟ କଳା ଓ ସଂସ୍କୃତିକୁ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଉଦ୍‌ଭାସିତ କରିବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଛି ବୋଲି ବକ୍ତାମାନେ କହିଥିଲେ। ଅପରାହ୍ନରେ କଳା ଓ ସଂସ୍କୃତି ଉପରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ଜିଲ୍ଲା ସ୍ତରରେ ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଅତିଥିମାନେ ଶୁଭାଶିଷ ପ୍ରଦାନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରକାଶ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ପଟ୍ଟାମୁଣ୍ଡାଇ ମହିଳା କଲେଜ ନିଯୁକ୍ତି ଜାଲିଆତି ମାମଲା ,ମାଷ୍ଟରମାଇଣ୍ଡର ଟେର ପାଉନି ପୋଲିସ, ଏକମାସ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ଏସପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Thu Oct 16 , 2025
କେନ୍ଦ୍ରାପଡ଼ା,୧୬ା୧୦:ପଟ୍ଟାମୁଣ୍ଡାଇ ମହିଳା କଲେଜରେ ବେଆଇନ ନିଯୁକ୍ତି ଓ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱାକ୍ଷରକୁ ଜାଲିଆତି କରାଯାଇଥିବା ମାମଲାରେ ଓଡିଶା ଉଚ୍ଚ ନ୍ୟାୟାଳୟ କେନ୍ଦ୍ରାପଡା ଏସପିଙ୍କୁ ଏକମାସ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଅଧିନସ୍ଥ ପଟ୍ଟାମୁଣ୍ଡାଇ ମହିଳା କଲେଜରେ ଗତ ୨୦୧୨ ରୁ ୨୦୧୬ ମଧ୍ୟରେ ୬୦ରୁ ଉର୍ଦ୍ଧ ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଅଣଶିକ୍ଷକ କର୍ମଚାରୀଙ୍କୁ ବେଆଇନ ଭାବେ ନିଯୁକ୍ତି କରାଯାଇଛି । ଏସମ୍ପର୍କରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading