ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ସମ୍ବଳ , କୋରୋ ହାଇସ୍କୁଲରେ ପିଏମଶ୍ରୀ ଉତ୍ସବ

blank

କେନ୍ଦ୍ରାପଡ଼ା,୭ା୧:କେନ୍ଦ୍ରାପଡ଼ା ଶିକ୍ଷା ଜିଲ୍ଲା ଅନ୍ତର୍ଭୁକ୍ତ ପିଏମଶ୍ରୀ କୋରୋ ପଞ୍ଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହକୁ ଓଡ଼ିଶା ବିଧାନସଭାର ପ୍ରାକ୍ତନ ସଚିବ ତଥା ବିଶିଷ୍ଟ ସାହିତ୍ୟିକ ଦାଶରଥି ଶତପଥୀ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି କହିଥିଲେ ଆମକୁ ଯେଉଁ ଶିକ୍ଷାନୁଷ୍ଠାନ ସମାଜରେ ପ୍ରତିଷ୍ଠିତ କରି ଛିଡା କରାଇଛି ଆମେ ତାକୁ କେଭେବି ଭୁଲିଯିବା ଉଚିତ ନୁହେଁ। ସେହି ଶିକ୍ଷାନୁଷ୍ଠାନର ଉନ୍ନତି ଚିନ୍ତା କରିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟଅତିଥି ଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ କହିଲେ କେବଳ ଲକ୍ଷ୍ୟ ରଖିଲେ ହେବନି ମାର୍ଗ ସ୍ଥିର କରିବାକୁ ପଡିବ। ତାହାହେଲେ ଯାଇଁ ସଫଳତାର ଶୀର୍ଷରେ ପହଞ୍ଚି ପାରିବ। ଗୁରୁ ରାମ ଦାସ ଓ ଶିଷ୍ୟ ଶିବାଜୀଙ୍କ ପୈାରାଣିକ ବାକ୍ଷ୍ୟାନ ଉପସ୍ଥାପନ କରି ବିଧାୟକ ଶ୍ରୀ ବେହେରା କହିଲେ ଶିକ୍ଷକଙ୍କ ପ୍ରତି ଭକ୍ତି ଓ ସମ୍ମାନ ରହିଲେ ସେହି ପିଲା ଦିନେ ବଡ ମଣିଷ ହୋଇପାରିବ। ସର୍ବଦା ବଡ ହେବାକୁ ଅଭିଳାସ ରଖି ଆଗକୁ ଚାଲିଲେ ସଫଳ ହୋଇପାରିବ ବୋଲି ସେ କହିଥିଲେ। ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଯୋଗଦେଇ ବିଦ୍ୟାଳୟରେ ପାଠପଢା ସହିତ ଶୃଙ୍ଖଳା ଓ ସଂସ୍କାର ଉପରେ ଶିକ୍ଷାଦାନ ଦିଆଯିବା ଉଚିତ। ଜଣେ ଯେତେ ବଡ ପ୍ରତିଷ୍ଠିତ ହେଲେବି ତାର ମୂଳଦୁଆ ବିଦ୍ୟାଳୟରୁ ହିଁ ପଡିଥାଏ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଯୋଗଦେଇ କହିଲେ ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ସମ୍ବଳ। କୈାଣସି ପିଲାଙ୍କୁ ତୋ ଦ୍ୱାରା କିଛି ହୋଇପାରିବନି ବୋଲି ଶିକ୍ଷକମାନେ କହିବା ଉଚିତ ନୁହେଁ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରଚଣ୍ଡ ପ୍ରତିଭା ଭରି ରହିଛି। ସେହି ପ୍ରତିଭାକୁ ବିକଶିତ କରିବା ହେଉଛି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦାୟୀତ୍ୱ। ଶ୍ରେଣୀ କକ୍ଷରେ ସବାପଛ ଧାଡିରେ ବସୁଥିବା ପିଲାଟି ହୁଏତ କାଲି ସର୍ବୋଚ୍ଚ ପଦରେ ବସିପାରେ। ସେଥିପାଇଁହି ମୁଁ ପ୍ରଥମେ ତଳେ ବସିଥିବା ପିଲାମାନଙ୍କୁ ସମ୍ବୋଧନ କଲି ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବାରିକ କହିଥିଲେ। ଅନ୍ୟତମ ଅତିଥି ଭାବେ ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ପ୍ରସାଦ ମନ୍ତ୍ରୀ, କବି ମନ୍ମଥନାଥ ବରାଳ, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବରାଳ, ପ୍ରାକ୍ତନ ଅଗ୍ନିଶମ ନିର୍ଦ୍ଦେଶକ ବଳରାମ ମହାନ୍ତି, କୋରୋ ପଞ୍ଚାୟତ ସରପଞ୍ଚ ଦିପାଞ୍ଜଳି ଜେନା, ସ୍କୁଲ ପରିଚାଳନା କମିଟି ସଭାପତି ମଧୁସ୍ମିତା ନାୟକ, ପଞ୍ଚସଖା ଶିକ୍ଷା ସେତୁ ସଭାପତି ରଞ୍ଜିତ ପ୍ରସାଦ ଜେନା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଭାବଗ୍ରାହୀ କଳା ନିକେତନ ସମ୍ପାଦକ ବିମଳ ପ୍ରସାଦ ପରିଡାଙ୍କ ନିର୍ଦ୍ଦେଶନାରେ ସୁଶ୍ରୀ ନିରୂପମା ଜେନା, ଅର୍ଚ୍ଚନା ପରିଡ଼ା ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ପୂର୍ବତନ ପ୍ରଧାନ ଶିକ୍ଷକ ଆଶୁକବି ହେମନ୍ତ ଜେନାଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି ଉତ୍ସବରେ ସହକାରୀ ଶିକ୍ଷକ ଜଗନ୍ନାଥ ଉପାଧ୍ୟାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିମଳ ପ୍ରସାଦ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଇତ୍ୟବସରରେ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ପକ୍ଷରୁ ମାସିକ ଶିଶୁ ଓ କିଶୋର ପତ୍ରିକା ଧୋ’ରେ ବାଇଆ ଧୋ କୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉତ୍ସବ ପରିଚାଳନା କରିଥିଲେ।

Next Post

ଏକାଗ୍ରତା ଓ କର୍ତ୍ତବ୍ୟନିଷ୍ଠା ହିଁ ସଫଳତାର ଚାବିକାଠି

Wed Jan 7 , 2026
ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟା କେନ୍ଦ୍ରାପଡ଼ା, ୭/୧: କେନ୍ଦ୍ରାପଡା ଇଭେଣ୍ଟ ମ୍ୟାନେଜର୍ସ (କେମ) ଦ୍ୱାରା ଆୟୋଜିତ କେନ୍ଦ୍ରାପଡା ସହରସ୍ଥ ଟେଲିକମ୍ ପଡିଆରେ ଦ୍ୱାବିଂଶତମ ରାଜ୍ୟସ୍ତରୀୟ ପୁସ୍ତକମେଳାର ଦ୍ୱିତୀୟ ସନ୍ଧ୍ୟାରେ ଯୁବ କଳା ଓ ସାଂସ୍କୃତିକ ମହୋତ୍ସବ “ଯୁବ ସ୍ପନ୍ଦନ-୧” ଅନୁଷ୍ଠିତ ହୋଇଯାଇଛି । ଆଜିର ମିଟ ଦ ଟ୍ୟାଲେଣ୍ଟେ କାର୍ଯ୍ୟକ୍ରମରେ ସଫଳ ଯୁବ ପ୍ରତିଭା ମାନେ ଯୋଗଦେଇ କହିଥିଲେ ଯେ ଏକାଗ୍ରତା ଓ କର୍ତ୍ତବ୍ୟନିଷ୍ଠା ହିଁ ସଫଳତାର ଚାବିକାଠି । ଜିଲ୍ଲାର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading