ଜୟ ରାଷ୍ଟ୍ର ପକ୍ଷରୁ ଶ୍ରଦ୍ଧାଞ୍ଜଳି

blank

କେନ୍ଦ୍ରାପଡା ୨୩/୪: ରାଷ୍ଟ୍ରବାଦୀ ସାମାଜିକ ସଂଗଠନ “ଜୟ ରାଷ୍ଟ୍ର ଚାରିଟେବଲ୍ ଟ୍ରଷ୍ଟ’ ପକ୍ଷରୁ ଜମ୍ମୁ କାଶ୍ମୀର ପେହେଲଗାମ୍ ଠାରେ ଆତଙ୍କବାଦୀ ଆକ୍ରମଣରେ ବୀରଗତି ପ୍ରାପ୍ତ ହୋଇଥିବା ପର୍ଯ୍ୟଟକ ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗୋପ ରାମ ମନ୍ଦିରରେରେ ପ୍ରଥମେ ମୃତକଙ୍କ ସଦ୍ଗତି ପାଇଁ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସମୁହ ଦୀପଦାନ କରାଯାଇଥିଲା । ଅନୁଷ୍ଠାନର କର୍ମକର୍ତ୍ତା ମାନେ ଏକ ମହମବତୀ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ । ଆକ୍ରମଣ ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ମହାରଣା, ଅଞ୍ଜନ କୁମାର ଶତପଥୀ, ପଙ୍କଜ ସିହ୍ନା, ବିରେନ୍ଦ୍ର ଦାସ, ସୁଶାନ୍ତ ନାୟକ, ଜ୍ୟୋତି ରଞ୍ଜନ ନାୟକ, କ୍ଷିତିଶ ରୋଶନ ସିଂ, ନରହରି ଲେଙ୍କା, ଜ୍ଞାନ ରଞ୍ଜନ ଦାସ, ରୀନାରାଣୀ ଦାସ, ବିଦୁଲତା ପତି, ପ୍ରଭାତ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Next Post

କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ପକ୍ଷରୁ କାଶ୍ମୀରରେ ମୃତ ପର୍ଯ୍ୟଟକଙ୍କ ବିୟୋଗରେ ଶୋକସଭା

Thu Apr 24 , 2025
କେନ୍ଦ୍ରାପଡ଼ା,୨୪ା୪ : କାଶ୍ମୀରର ପହଲଗାଁଓ ପର୍ଯ୍ୟଟନ ସ୍ଥଳରେ ଜେହାଦୀମାନେ ଯେପରି ହିନ୍ଦୁ ପର୍ଯ୍ୟଟକମାନଙ୍କୁ ବାଛି ବାଛି ନୃଶଂସ ଭାବେ ହତ୍ୟା କଲେ ତାହାକୁ କେନ୍ଦ୍ରାପଡା ଜିଲ୍ଲା କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘ ଦୃଢ ନିନ୍ଦା କରିଛି। ଗୁରୁବାର ସନ୍ଧ୍ୟାରେ ମହାସଙ୍ଘର ସଭାପତି ଶରତ କୁମାର ବେହୁରାଙ୍କ ଆହ୍ୱାନରେ ମହାସଙ୍ଘର କାର୍ଯ୍ୟାଳୟରେଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଦେଶପାଇଁ ଜେହାଦୀମାନଙ୍କ ଏପରି ବର୍ବରକାଣ୍ଡ ଏକ କଠୋର ଆହ୍ୱାନ ବୋଲି ଦର୍ଶାଇ ସମସ୍ତ ରାଜନୈତିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading