କାଠିଆପଡା ଛାତ୍ରୀ ଆତ୍ମହୁତି ମାମଲା ମୃତା ଛାତ୍ରୀ ପରିବାରକୁ ଭେଟିଲେ ସାଂସଦ ବୈଜୟନ୍ତ

blank
ପଟ୍ଟାମୁଣ୍ଡାଇ ୯/୮ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ କାଠିଆପଡା ଗ୍ରାମର କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ରାଜ୍ୟ ରାଜନୀତି ତେଜିଛି । ଏହି ଘଟଣାର ପ୍ରତ୍ୟକ୍ଷ ଅନୁସନ୍ଧାନ ପାଇଁ ବିଜେଡି ଓ କଂଗ୍ରେସ ଦଳର ରାଜ୍ୟ ଟିମ ଓ ଭାଜପା ଏବଂ କମ୍ୟୁନିଷ୍ଟ ପାର୍ଟିର ଆଂଚଳିକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିବା ବେଳ ଶନିବାର କେନ୍ଦ୍ରାପଡ଼ା ସାଂସଦ ତଥା ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କାଠିଆପଡା ଗ୍ରାମକୁ ଯାଇ ମୃତା ଛାତ୍ରୀ ପିଡି ସଂଗୀତାଙ୍କ ପରିବାରକୁ ଭେଟିଥିଲେ । ମୃତା ଛାତ୍ରୀଙ୍କ ପିତା ଶଶିକାନ୍ତ ପରିଡା ଓ ମାତାଙ୍କୁ ସମବେଦନା ଜ୍ଞାପନ କରିବା ସହିତ ଆଶ୍ୱାସନା ମଧ୍ୟ ଦେଇଥିଲେ । ଏହା ପରେ ସାଂସଦ ପଣ୍ଡା ଘଟଣା ସ୍ଥଳରେ ଉପସ୍ଥିତ କେନ୍ଦ୍ରାପଡ଼ା ଏସପି,ସ୍ଥାନୀୟ ଗ୍ରାମବାସୀ ଓ ବରିଷ୍ଠ ନେତୃମଣ୍ଡଳୀଙ୍କ ସହିତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସାଂସଦ ପଣ୍ଡା କହିଥିଲେ । ସାଂସଦଙ୍କ ସହିତ ମହାକାଳପଡ଼ା ବିଧାୟକ ଡ଼ ଦୂର୍ଗା ପ୍ରସନ୍ନ ନାୟକ, ପୂର୍ବତନ ଜିଲ୍ଲା ଭଜପା ସଭାପତି ଦୁର୍ଯ୍ୟୋଧନ ସାହୁ, ରାଜନଗର ଭଜପା ପ୍ରାର୍ଥୀ ଲଳିତ ବେହେରା, ଆଳି ଭାଜପା ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା, ପାଟକୁରା ପ୍ରାର୍ଥୀ ତେଜେଶ୍ୱର ପରିଡା, ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସୁନାକାର ବେହେରା, ସଞ୍ଜୟ ରଥ ଯୁବନେତା ଜ୍ୟୋତିପ୍ରକାଶ ପ୍ରଧାନ ସଂଖ୍ୟାଲଘୁ ସଂଗଠକ ଏସକେ ସଲିମ, ଆଇନଜୀବୀ ଭାରତ ଭୂଷଣ ଦାସ ଓ ପ୍ରମୋଦ ସାହୁ ଯୁବନେତା ଅଭିଷେକ ଦାସ, ରଶ୍ମିତା ସାହୁ, ପ୍ରିୟଙ୍କା ଶତପଥୀ ମିଟୁ ମନୋଜ ନାୟକ,ଜ୍ୟୋତି ପ୍ରକାଶ ପ୍ରଧାନ, ସୁଶୀଲ ପରିଡା, ଚନ୍ଦନ ପାତ୍ର, ପରେଶ ସାହୁ, ପାରେଶ୍ୱର ପାତ୍ର ପ୍ରମୁଖ ବହୁ ଭାଜପା ନେତା ଓ କର୍ମକର୍ତା ସାମିଲ ହୋଇ ମୃତା ଛାତ୍ରୀ ପରିବାରକୁ ଭେଟିବା ସହିତ ଏହି ମାମଲାର ଉପଯୁକ୍ତ ତଦନ୍ତ ଦାବି କରିଥିଲେ ।

Next Post

ଛାତ୍ରୀ ସଂଗୀତାଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସ୍‌ପେନ୍ସ

Sat Aug 9 , 2025
 କାଠିଆପଡାରେ ପୋଲିସ ଛାଉଣୀ ପଡୋଶୀ ଘର ସିସିଟିଭି ଯାଂଚ କରୁଛି ପୋଲିସ ଘଟଣାଟି ଅପରାଧିକ ମାମଲାପରି ଲାଗୁଛି – ଏସପି ପଟ୍ଟାମୁଣ୍ଡାଇ ୯/୮ -କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡା ପଂଚାୟତ କାଠିଆପଡା ଗ୍ରାମର କଲେଜ ଛାତ୍ରୀ ସଂଗୀତାଙ୍କ ରହସ୍ୟଜନକ ଭାବେ ପୋଡି ହୋଇ ମରିବା ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ରହସ୍ୟ ଉନ୍ମୋଚନ ପାଇଁ ଜିଲା ପୋଲିସର ମୁଣ୍ଡବ୍ୟଥାକୁ ବଢ଼ାଇ ଦେଇଛି। ପୋଲିସ ପକ୍ଷରୁ ୩ଟି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading