ବରିଷ୍ଠ ନାଗରିକ ମଞ୍ଚ ଆହ୍ୱାନ

ପଟ୍ଟାମୁଣ୍ଡାଇ ୧୦.୩ – ସମଗ୍ର କେନ୍ଦ୍ରାପଡା ଜିଲ୍ଲା ମଧ୍ୟରେ ସର୍ବ ବୃହତ ବ୍ଲକ ପଟ୍ଟାମୁଣ୍ଡାଇ ହୋଇଥିବା ବେଳେ ଏଥିରେ ୩୧ ଟି ପଂଚାୟତ ସହିତ ୨୦ ଓାଡକୁ ନେଇ ଏକ ପୌରପରିଷଦ ରହିଅଛିା ଅନ୍ୟ ବ୍ଲକ ତୁଳାନାରେ ଏହାର ଜନସଂଖ୍ୟ ଡେର ଅଧିକ । ୨୦୦୯ ପୂର୍ବରୁ ଓଡ଼ିଶାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ଭାବେ ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ସ୍ୱତନ୍ତ୍ର ପରିଚିତି ଲାଭ କରିଥିଲା। ମାତ୍ର ୨୦୦୮ ସୀମା ପୁନଃ ନିର୍ଦ୍ଧାରଣ ବେଳେ ପଟ୍ଟାମୁଣ୍ଡାଇ ସଂରକ୍ଷିତ ଆସନର ବିଲୋପ ଘଟାଇ ରାଜନଗର, ଆଳିି, କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀ ସହିତ ମିଶାଇ ଦିଆଗଲା। ହେଲେ ସରକାର ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ କମିଟି ମାଧ୍ୟମରେ ନୂତନ ନିର୍ବାଚନ ମଣ୍ଡଳୀ ଗଠନ କରିବାକୁ ଯାଉଛନ୍ତି । ଏଥିନେଇ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସ୍ୱାଭିମାନୀ ପଟ୍ଟାମୁଣ୍ଡାଇର ସ୍ୱାଭୀମାନ ଫେରାଇ ପୂର୍ନବାର ବିଧାନସଭା ଆସନ ଭାବେ ପଟ୍ଟାମୁଣ୍ଡାଇକୁ ଘୋଷଣା କରିବାକୁ ଦୃଢ ଦାବୀ ଜଣାଇଛି ।

ପଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ସଭାପତିତ୍ୱରେ ସୋମବାର ଚିତବିନୋଦନ ଗୃହ ପରିସରରେ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ସଭାରେ ବରିଷ୍ଠ ରାଜନେତା ଡ.ବାସୁଦେବେ ପାତ୍ର,ବରିଷ୍ଠ ପ୍ରଶାସନିକ ଅଧିକାରୀ ଡ.କେଳୁ ଚରଣ ସ୍ୱାଇଁ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଦୁର୍ଯୋଧନ ପରିଡା, ପ୍ରଫେସର କୈଳାଶ ଚନ୍ଦ୍ର ପାତ୍ର, ପ୍ରଫେସର ରମେଶ ଚନ୍ଦ୍ର ଜେନା, ସମ୍ପାଦକ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପ୍ରଫେସର ଗୋଲେଖ ଚନ୍ଦ୍ର ମହାରଣା,କାର୍ଯ୍ୟକାରୀ ସଭାପତି କଣ୍ଡୁରି ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଚର୍ତୁଭୂଜ ରାଉଳ, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, ରାଜନେତା ଆଡଭୋକେଟ ବିର କିଶୋର ଦାସ,ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ସଂଗ୍ରାମ କେଶରୀ ରାଉତ, ଇଂ- ତ୍ରିଲୋଚନ ସୁତାର, ଇଂ ଗୁଣଧର ସାମଲ,ଇଂ ତପନ କୁମାର ପାତ୍ର, ସମାଜସେବୀ ନୃସିଂହ ପ୍ରସାଦ ଚୈ।ଧୁରୀ, ବିଜୟ ମହାନ୍ତି, ଶିକ୍ଷାବିତ ବିଜୟ ରାଉତ, ପ୍ରଫୁଲ ପ୍ରଧାନ, ଭୀମସେନ ପରିଡା, ଗର୍ନ୍ଧବ ଲେଙ୍କା, ନାରାୟଣ ରାଉଳ ପ୍ରମୁଖ ଯୋଗଦେଇ ପଟ୍ଟାମୁଣ୍ଡାଇର ସମସ୍ତ ଉନ୍ନତ ଭିତିଭୂମି ଥାଇ ଦ୍ରୁତଗତିରେ ବିକଶିତ ହେଉଥିବା ଜିଲ୍ଲା ସ୍ତରୀୟ ତଥା ରାଜ୍ୟ ସ୍ତରୀୟ ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବାବେଳେ ହୀନ ଚକ୍ରାନ୍ତର ଶିକାର ହୋଇ ୨୦୦୮ ମସିହାରେ ବିଧାନସଭା ନିର୍ବାଚନ ମଣ୍ଡଳୀ ଭାବରେଏହାର ନାମକୁ ଲୁପ୍ତ କରାଯାଇଥିବାରୁ ବକ୍ତାମାନେ ଏହାର ଦୃଢ ନିନ୍ଦା କରିଥିଲେ। ଗଣମାଧ୍ୟମର ପ୍ରକାଶିତ ଖବର ଅନୁସାରେ ସରକାର ନିର୍ବାଚନ ମଣ୍ଡଳୀର ସୀମା ପୁନଃ ନିର୍ଦ୍ଧାରଣ କମିଟି ମାଧ୍ୟମରେ ନୂତନ ନିର୍ବାଚନ ମଣ୍ଡଳୀ ଗଠନ କରିବାକୁ ଯାଉ ଥିବାରୁ ସବୁ ପ୍ରକାର ମାନଦଣ୍ଡ ପୂରଣ କରୁଥିବା ବିକଶିତ ହେଉଥିବା ପଟାମୁଣ୍ଡାଇକୁ ପୂର୍ନବାର ବିଧାନସଭା ନିର୍ବାଚନ ମଣ୍ଡଳୀ ଭାବେ ଘୋଷଣା କରିବାକୁ ଦୃଢ ଦାବୀ ଉପସ୍ଥାପନ କରିଥିଲେ । ଶେଷରେ ସଭ୍ୟ ଶିକ୍ଷାବୀତ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
