ଉନ୍ନୟନ ନାଁରେ ବୃକ୍ଷ କ୍ଷୟ , ବିଗିଡୁଛି ଜଳବାୟୁ ବଢୁଛି ତାତି

  • ନିୟମ ଥାଇ ଲାଗା ହେଲାନି ଗଛ
  • ଉପର ମୁହାଁ ପାରଦ, ଜନଜୀବନ ଅସ୍ତବ୍ୟସ୍ତ

 

blank
ପଟ୍ଟାମୁଣ୍ଡାଇ,୨୭ା୫-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଗତ କିଛି ଦିନ ହେଲା ତାପମାତ୍ରା ୩୯ ଡିଗ୍ରୀ ଉପରେ ରହୁଛି । ଝାଞ୍ଜି ପବନ ସାଙ୍ଗକୁ ଗୁଳଗୁଳିରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବାହ୍ନ ୧୦ଟା ବାଜିଲେ ରାସ୍ତାଘାଟ ଶୂନସାନ ହୋଇପଡୁଥିବା ବେଳେ ଗଛ ଛାଇ ମିଳୁନାହିଁ। ଜନବସିତ ବୃଦ୍ଧି ସାଙ୍ଗକୁ ଉନ୍ନୟନ ନାଁରେ ଦୈନିକ ବୃକ୍ଷ କ୍ଷୟ ହେଉଥିବାରୁ କ୍ରମଶଃ ଗଛ ସଂଖ୍ୟା କମି ପ୍ରତିକୂଳ ପ୍ରଭାବରେ ଜଳବାୟୁ ବିଗିଡି ତାପମାତ୍ରା ବଢୁଛି। କିଛିବର୍ଷ ପୂର୍ବେ ୩୫ରୁ ୩୭ ଡିଗ୍ରୀ ଭିତରେ ରହୁଥିବା ପାରଦ ଏବେ ୩୯ରୁ ୪୨ ଡିଗ୍ରୀ ମୁହାଁ ହେଲାଣି। ତାପମାତ୍ରାରେ ଏଭଳି ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିଚାଲି ଥିବାବେଳେ ଆଗାମୀ ଦିନରେ ଏହା ଆହୁରି ଜଟିଳ ରୂପ ନେବ ବୋଲି ପରିବେଶବିତ୍ ଆଶଙ୍କାବ୍ୟକ୍ତ କରିଛନ୍ତି।
ସାମାଜିକକର୍ମୀ ପ୍ରବୀର ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ କିଛିବର୍ଷ ହେଲା ତାପମାତ୍ରାରେ ଅସ୍ୱାଭାବିକ ବୃଦ୍ଧି ଲକ୍ଷ୍ୟ କରାଯାଉଛି। ଏହାର ପ୍ରମୁଖ କାରଣ ଅବାଧ ଗଛକଟା ବୋଲି କୁହାଯାଉଛି। ବିଶେଷକରି କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ, ଅଳଭା-ଗଣ୍ଡାକିଆ ଓ ଖଡିଅଂଟା-ଓସଙ୍ଗରା, ପଟ୍ଟାମୁଣ୍ଡାଇ-ରାଜନଗର ଉପର ରାସ୍ତା ସମ୍ପ୍ରସାରଣ କାର୍ଯ୍ୟରେ ରାସ୍ତାପାଶ୍ୱର୍ ବୃକ୍ଷଶୂନ୍ୟ ହୋଇପଡ଼ିଛି। ଗଛ କଟାଯିବା ସ୍ଥାନରେ ବନୀକରଣ କରାଯିବାକୁ ନିୟମ ରହିଥିଲେ ମଧ୍ୟ ଏହାକୁ ପାଳନ କରାଯାଉନାହିଁ। ମାଟିଇଟା ପାଇଁ ଅବାଧରେ ଗଛ କଟାହୋଇ ଭାଟି ପୋଡ଼ାଚାଲିଛି। ତହସିଲଦାରଙ୍କ କ୍ୱାର୍ଟର୍ସ ନିକଟରୁ ୫ରୁ ଅଧିକ ଶିଶୁଗଛ, ବାଇପାସ୍ ନିକଟରୁ ବିଶାଳ ଚାକୁଣ୍ଡା ଗଛ, ଆରଡି କାର୍ଯ୍ୟାଳୟ ଭିତରୁ ୨ଟି ବିଶାଳକାୟ ଦେବଦାରୁ ଗଛ କଟା ଯାଇଥିଲା ସେହିଭଳି ପହରାଜପୁର ଗ୍ରାମରେ ଥିବା ୧୦ରୁ ଉଦ୍ଧ୍‌ର୍ ତାଳଗଛ ଗତ ୪ ଦିନ ପୂର୍ବରୁ କାଟାଯାଇ ଆଜିବି ସେହି ସ୍ଥାନରେ ପଡିଚି । ଏନେଇ ପ୍ରଶାସନ ଅବଗତ ଥାଇ ମଧ୍ୟ କାର୍ଯ୍ୟାନୁହଷ୍ଠାନ ଶୂନ୍ୟ ରହିଛି । ଫଳରେ ଗଛ ଅଭାବରୁ ପରିବେଶ ଉତପ୍ତ ହୋଇଯାଉଛି।
ବୁଦ୍ଧିଜୀବୀ ଆର୍ତତ୍ରାଣ ପାତ୍ର କହିଛନ୍ତି, ପଟ୍ଟାମୁଣ୍ଡାଇ ଅଂଚଳରେ ବିଭିନ୍ନ ବିଭାଗରେ ଉନ୍ନତମୂଳକ କାର୍ଯ୍ୟରେ ଅଧିକାରୀ ଓ ଠିକାଦାରଙ୍କ ମିଳିତ ଉଦ୍ୟମରେ ଗଛକଟା ଯାଉଛି। ହେଲେ ନିୟମ ମୁତାବକ ଗଛ ଲଗାଯାଉନାହିଁ। କାର୍ଯ୍ୟ ଆରମ୍ଭ ବେଳେ କେତୋଟି ଗଛ କଟାଯିବାର ଆବଶ୍ୟକତା ରହିଛି ଓ ଉକ୍ତ ଗଛଗୁଡିକୁ କାଟି ପରିବେଶ ପ୍ରତି କରାଯାଉଥିବା କ୍ଷତିକୁ ଭରଣା କରିବାକୁ କେତେ ଗଛ ଲଗାଯାଉଛି ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେଉନାହାଁନ୍ତି । ଉଦାହରଣ ଭାବେ ବାଲିପାଟଣା ପଂଚାୟତ ଖଡ଼ିପାଳ ଆରଡି ରାସ୍ତା ନିର୍ମାଣ ବେଳେ ପ୍ରାୟ ୨୦୦ରୁ ଅଧିକ ତାଳଗଛ କାଟିନେଲେ। ସପ୍ରତି ସେହି ରାସ୍ତା ବୃକ୍ଷଶୂନୂ ହୋଇ ପଡିଛି । ସେହିପରି ବାଇପାସ ରାସ୍ତା ନର୍ମାଣ ବେଳେ ୧୦୦ରୁ ଉଦ୍ଦ୍ୱର୍ ଚାକୁଣ୍ଡା, ଆମ୍ବ, ଲିମ୍ବ, କରଞ୍ଜ,ବାଉଁଶ ଆଦି ଗଛ କଟାଯାଇଥିଲେ ମଧ୍ୟ ଗୋଟିଏବି ଗଛ ଲାଗାଯାଇନାହିଁ । ଫଳରେ ରାସ୍ତାଘାଟରୁ ବୃକ୍ଷ ଶୂନ୍ୟ ହେବା ସହ ତାପମାତ୍ର ବଢଛିା ରାସ୍ତା କଡ଼ରେ ଥିବା ଗଛ ତାପମାତ୍ରାକୁ ୫ଦିଗ୍ରୀରୁ ୧୦∘ ପର୍ଯ୍ୟନ୍ତ କମାଇବାରେ ସାହାଯ୍ୟ କରିଥାଏ। ସିମେଂଟ ରାସ୍ତା ସିଧାସଳଖ ସୂର୍ଯ୍ୟଙ୍କ ତାପରେ ୬୦ ଡିଗ୍ରୀ ରୁ ୬୫∘ ଯାଏଁ ଗରମ ହେଉଥିବା ବେଳେ ଗଛ ଛାଇ ଯୋଗୁଁ ରାସ୍ତାର ତାପମାତ୍ରା ସ୍ୱାଭାବିକ ରହିଥାଏ ।
ଶିକ୍ଷାବିତ୍ ପ୍ରଫୁଲ୍ଲ ଦାଶ କହିଛନ୍ତି, ବର୍ଷକୁ ବର୍ଷ ରେକର୍ଡ ପରେ ରେକର୍ଡ କରୁଛି ତାତି। ତାପମାତ୍ରା ବୃଦ୍ଧି ଏବେ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି। ଜଳବାୟୁ ପରିବର୍ତନ ଯୋଗୁ ଭୂତଳ ଜଳସ୍ତର କମିଯାଇଛି। ଶତାଧିକ ନଳକୂପ ଅଚଳ ହୋଇପଡିଛି। ଦୈନନ୍ଦିନ ଆବଶ୍ୟକତା ପୂରଣ କରୁଥିବା ନଦୀ, ନାଳ ମଧ୍ୟ ଶୁଖିଲା ପଡ଼ିଛି। ପାଣି ସମସ୍ୟାର ଉଦ୍‌ବେଗଜନକ ସ୍ଥିତି ଅଂଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି। ବାଡ଼ିବଗିଚାରେ ବ୍ୟାପକ ଗଛ ଲଗାଇବାକୁ ଜନସଚେତନତା ସୃଷ୍ଟି କରାଯାଉଛି। ହେଲେ ଏହା ପ୍ରଚାର ପ୍ରସାରରେ ସୀମିତ ଥିବାଭଳି ମନେହେଉଛି। ବିଭିନ୍ନ ଆଳରେ ଗଛଗୁଡିକ କାଟିବା ବେଳେ କ୍ଷମତାପ୍ରାପ୍ତ ଅଧିକାରୀଙ୍କଠାରୁ ଅନୁମତି ଲୋଡ଼ାଯାଉନାହିଁ। ଏମିତି କି ଗଛକଟାକୁ ନେଇ ଅଭିଯୋଗ ହେଲେ ବି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ପ୍ରକୃତି ସନ୍ତୁଳନ ଆଣିବା ପାଇଁ ବ୍ୟାପକ ଗଛ ଲଗାଯିବା ସହ ଗଛ କାଟିବା ଉପରେ ରୋକ୍ ଲଗାଇବା ଓ ଗଛ କାଟିବାରେ ସମ୍ପୃକ୍ତ ବ୍ୟକ୍ତି ଏବଂ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବେଶବିତ୍‌ମାନେ ଦାବି କରୁଛନ୍ତି। ପ୍ରଶାସନ ପଥପ୍ରାନ୍ତ ବନୀକରଣକୁ ଅଗ୍ରାଧିକାର ଦେବା, ଅବକ୍ଷୟମୁଖୀ ଜଙ୍ଗଲରେ ବ୍ୟାପକ ଚାରା ରୋପଣ କରିବା, ଜଳକଷ୍ଟର ସମ୍ମୁଖୀନ ହେଉଥିବା ଲୋକଙ୍କୁ ପାଣି ଯୋଗାଣ ବ୍ୟବସ୍ଥା କରିବାକୁ ଦାବି ହେଉଛି।

Next Post

ପାଗଳ ମାଙ୍କଡ଼ ଆକ୍ରମଣରେ ତିନି ଗୁରୁତର

Thu May 28 , 2026
ପଟ୍ଟାମୁଣ୍ଡାଇ ୨୮/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତୁଳସୀଡ଼ିଆ ଗ୍ରାମରେ ଏକ ପାଗଳା ମାଙ୍କଡ଼ର ଆତଙ୍କ ଦେଖାଦେଇଛି। ଗତ ତିନିଦିନ ହେବ ମାଙ୍କଡ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି । ମାଙ୍କଡ଼ ଆକ୍ରମଣରେ ଅଭିରାମ ବିଶ୍ୱାଳ, ମଧୁସ୍ମିତା ସାମଲ ଡାକ୍ତରଖାନାରୁ ଚିକିତ୍ସିତ ଫେରିଛନ୍ତି । କେଦାର ବେହେରା ନାମାକ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗାଁ ଲୋକେ ତିନିଦିନ ହେଲା ଭୟରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading