କାଳ ବୈଶାଖୀ ବର୍ଷା ପବନ: ଉପୁଡିଲା ବଡ ଗଛ ଓ ବିଦ୍ୟୁତ ଖୁଂଟ,ଭାଙ୍ଗିଲା କାର ଗାଡି

blank
ପଟ୍ଟାମୁଣ୍ଡାଇ ୨୯/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଶୁକ୍ରବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କଳା ହାଣ୍ଡିଆ ମେଘ ସାଙ୍ଗକୁ ଘଡ ଘଡି, ବର୍ଷା ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିଛି । ବିଦ୍ୟୁତ ଖୁଂଟ ଭାଙ୍ଗି ଏକ କାର ଗାଡି ଭାଙ୍ଗିରୁଜି ଯାଇଛି। ସହର ବସଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା ଉପରେ ବଡ ଗଛ ପଡିଥିବାରୁ ରାସ୍ତାରେ ଗାଡି ଚଳାଚଳ ବ୍ୟାଘାତ ହୋଇଛିା । ସ୍ଥାନୀୟ ଲୋକେ ରାସ୍ତା ଉପରୁ ଗଛକୁ କଟିବା ପ୍ରାୟ ଦୁଇ ଘଂଟା ପରେ ଉକ୍ତ ରାସ୍ତାରେ ଗାଡି ଚଳାଚଳ ସ୍ୱଭାବିକ ହୋଇଥିଲା। ପ୍ରାୟ ଅଧଘଂଟା ବର୍ଷାରେ ସହର ପାଣୀ ନସ୍କାଷନ ହୋଇ ନପାରି ରାସ୍ତାରେ ଜମା ହୋଇଛି । ବର୍ଷା ପବନ ଯୋଗୁଁ ବଜାର ଥିବା କେତେକ ଉଠା ଦୋକାନର ଆଜବେଷ୍ଟସ ଛପର ଉଡି ଯାଇ ସାମଗ୍ରୀ ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି। ବର୍ଷାପବନ ଯୋଗୁଁ ଅଂଚଳରେ ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଛି।

Next Post

ବେଆଇନ ବାଲି ଉତୋଳନକୁ ବିରୋଧ, ରାସ୍ତାରୋକ : ଟାଇଆର ଜାଳି ପ୍ରତିବାଦ

Fri May 29 , 2026
ପଟ୍ଟାମୁଣ୍ଡାଇ ୨୯/୫ -କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଅଳଭା-ନିମପୁର ଗ୍ରାମ ନିକଟରେ ଥିବା ବ୍ରାହ୍ମଣୀ ନଦୀର ଶଯ୍ୟାରେ ବେଆଇନ ଭାବେ ଦୈନିକ ଶହ ଶହ ଟ୍ରିପ ବାଲି ଉଠାଣ ହେଉଛି । ଏସମ୍ପର୍କରେ ସ୍ଥାନୀୟ ଲୋକେ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରୁଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏହି ବେଆଇନ ବାଲି ଉଠାଣ ପାଇଁ ଅଧିକାଂଶ ସ୍ଥାନରେ ନଦୀ ଲୋକଙ୍କ ପାଇଁ ବିପଦର କାରଣ ହେବାକୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading