ଗଣକବି ଗୋପାଳ ଦାସଙ୍କ ଜୟନ୍ତୀ ପାଳିତ

blank
କେନ୍ଦ୍ରାପଡ଼ା,୩୧ା୫:ଗଣକବି ଗୋପାଳ ଦାସ ସ୍ମୃତି ସଂସଦ, ପଳସିଂହା ଓ ଜିଲ୍ଲା ସଂସ୍କୃତି ବିଭାଗ, କେନ୍ଦ୍ରାପଡାର ମିଳିତ ଆନୁକୂଲ୍ୟରେ ଜନ୍ମସ୍ଥାନ ପଳସିଂହା ଠାରେ ଗଣକବି ଗୋପାଳ ଦାସଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସଂସଦର ସ୍ଥାୟି ସଭାପତି ଅଜିତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ସମ୍ପାଦକ ଭଗବାନ ଜେନା ଅତିଥି ପରିଚୟ ପ୍ରଦାନ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅତିଥି ଭାବେ ପଳସିଂହା ସରପଞ୍ଚ ଦେବେନ୍ଦ୍ର କୁମାର ପରିଡା, କେଶବ ଚନ୍ଦ୍ର ବିଶ୍ୱାଳ, ଶରତ ଚନ୍ଦ୍ର ଭଳ, ଶରତ ଚନ୍ଦ୍ର ଥାଟୋଇ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ସଭାପତି ଶ୍ରୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରି ଗଣକବିଙ୍କ କାଳଜୟୀ ସୃଷ୍ଟି, ଗୀତାଭିନୟ ଉପରେ ବକ୍ତବ୍ୟ ରଖିଥିଲେ। ଅତିଥିମାନେ ଗଣକବି ଗୋପାଳ ଦାସଙ୍କ ଓଡିଆ ଭାଷା ସାହିତ୍ୟକୁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଗଣକବିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଭୁବନେଶ୍ୱରରେ ପାଳନ କରାଯିବାକୁ ସଂସଦ ପକ୍ଷରୁ ଦାବି କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ପଦ୍ମନାଭ ଦାଶ, ଦୋଳଗୋବିନ୍ଦ ବେହୁରା, କୈଳାସ ଚନ୍ଦ୍ର ଦାସ, କରୁଣାକର ସେଠୀ, ଦେବ ପ୍ରସାଦ ବିଶ୍ୱାଳ, ମନୋଜ କୁମାର ବିଶ୍ୱାଳ, ରାଧାକାନ୍ତ ଦାଶ, ବିଷ୍ଣୁ ଚରଣ ବିଶ୍ୱାଳ, ବିଶ୍ୱପ୍ରକାଶ ବିଶ୍ୱାଳ, କମଳାକାନ୍ତ ପରିଡା, ସର୍ବେଶ୍ୱର ମଳିକ ପ୍ରମୁଖ ଉପସ୍ଥିତ ରହି ଗଣକବି ଗୋପାଳ ଦାସଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।

Next Post

ସାନ୍ତସାହି - ଇଛାପୁର ମନ୍ଦିର ରାସ୍ତାରୁ ଜବରଦଖଲ ହଟାଯାଉ

Sun May 31 , 2026
ଶ୍ରୀବଳଦେବଜୀଉ ମନ୍ଦିର ବାଇପାସ ରାସ୍ତା ଜବରଦଖଲ ମୁକ୍ତ ଦାବି କେନ୍ଦ୍ରାପଡ଼ା,୩୧ା୫:କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯିବା ପାଇଁ ଥିବା ବାଇପାସ ରାସ୍ତାକୁ ଜବରଦଖଲମୁକ୍ତ କରାଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି। କେନ୍ଦ୍ରାପଡା ସହର ମଧ୍ୟ ଦେଇ ଯାଇଥିବା ତିନିମୁହାଣୀ- ଅଙ୍ଗୁଳେଇ ରାସ୍ତାର କେଶପୁର ବଜାର, ବଡମଙ୍ଗଳା, ସାନମଙ୍ଗଳା ପ୍ରଭୃତି ଦେଇ ଶ୍ରୀଜୀଉଙ୍କ ମନ୍ଦିର ନିକଟକୁ ମୁଖ୍ୟ ରାସ୍ତା ରହିଛି। କିନ୍ତୁ ସାନ୍ତସାହି ଠାରୁ କେନ୍ଦ୍ରାପଡା କେନାଲବନ୍ଧରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading