
ପଟ୍ଟାମୁଣ୍ଡାଇ ୨୮/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ତୁଳସୀଡ଼ିଆ ଗ୍ରାମରେ ଏକ ପାଗଳା ମାଙ୍କଡ଼ର ଆତଙ୍କ ଦେଖାଦେଇଛି। ଗତ ତିନିଦିନ ହେବ ମାଙ୍କଡ ଆକ୍ରମଣରେ ଅନେକ ଲୋକ ଆହତ ହୋଇଛନ୍ତି । ମାଙ୍କଡ଼ ଆକ୍ରମଣରେ ଅଭିରାମ ବିଶ୍ୱାଳ, ମଧୁସ୍ମିତା ସାମଲ ଡାକ୍ତରଖାନାରୁ ଚିକିତ୍ସିତ ଫେରିଛନ୍ତି । କେଦାର ବେହେରା ନାମାକ ବ୍ୟକ୍ତି ଗୁରୁତର ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗାଁ ଲୋକେ ତିନିଦିନ ହେଲା ଭୟରେ ଘରୁ ବାହାରୁ ନାହାଁନ୍ତି। ଛାତ୍ରୀଛାତ୍ର ଟୁଉସନ କୋଚିଙ୍ଗ ସେଂଟର ଯିବାକୁ ଡରୁଛନ୍ତି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଗ୍ରାମବାସୀ ଏନେଇ ବନ ବିଭାଗକୁ ଜଣାଇଥିଲେ । ବାନବିଭାଗ କାର୍ମଚାରି ଆସି ଫେରିଥିବା ବେଳେ ମାଙ୍କଡକୁ ଧରିବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନାହିଁ।ଏ ସମ୍ପର୍କରେ ମହାକାଳପଡା ରେଞ୍ଜର ସାନ୍ତନୁ ଦଳାଇଙ୍କୁ ପଚାରିବାରୁ, ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଛନ୍ତି।
