ଶ୍ରୀବଳଦେବଜୀଉଙ୍କ ରଥ ନିର୍ମାଣ କାର୍ଯ୍ୟ ସମୀକ୍ଷା ବୈଠକ

blank
କେନ୍ଦ୍ରାପଡ଼ା,୨୮ା୫:କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଦେବୋତ୍ତର ଟ୍ରଷ୍ଟ ବୋର୍ଡ ଓ ରଥନିର୍ମାଣ କମିଟିର ମିଳିତ ବୈଠକରେ ରଥନିର୍ମାଣ କାର୍ଯ୍ୟର ସମୀକ୍ଷା ଇଛାପୁରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତଥା ଟ୍ରଷ୍ଟର ଅଧ୍ୟକ୍ଷ ନବକ୍ରୁଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଯୋଗଦେଇ ରଥ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ଏହି ବୈଠକରେ ୪ଟି ନୂଆ ଅଖ, ୧୦ଟି ନୂଆ ଚକ ନିର୍ମାଣ ସରିଥିବା ବେଳେ ନୂଆ ଘୋଡା, ପାଶ୍ୱର୍ ଦେବାଦେବୀ, ସିଂହ, ନର୍ତ୍ତକୀ, ଓଲଟ ଶୁଆ, ସାରଥୀ ପ୍ରଭୃତି ନୂତନ ଭାବେ ସ୍ୱତନ୍ତ୍ର ମୂର୍ତ୍ତି କାରିଗରଙ୍କ ଦ୍ୱାରା ନିର୍ମାଣ ଚାଲିଥିବା ସମ୍ପର୍କରେ ଟ୍ରଷ୍ଟର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ତଥ୍ୟ ଉପସ୍ଥାପନ କରିଥିଲେ। ଆସନ୍ତା ଜ୍ୟେଷ୍ଠପୂର୍ଣ୍ଣିମା ବେଳକୁ ଏହି ନୂଆ ରଥର ଚକ ଅଖରେ ସଂଯୋଗ କରାଯିବ। କାମାକ୍ଷାନଗର ରେଞ୍ଜ ଓ ସୁକିନ୍ଦା ରେଞ୍ଜରୁ ଆସିଥିବା କାଠଗଡ କରତକଳରେ ଚିରା ହେଉଛି। ଆବଶ୍ୟକ ପଡିଲେ ଆଉ ଅଧିକ କାଠ କିଣାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ଜେନା କହିଛନ୍ତି। ରଥଚକଡାରେ ଥିବା ଡ୍ରେନ ପଛକୁ ହଟାଯାଇ ସେହି ସ୍ଥାନକୁ ସମତଳ କରାଯିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଚନ୍ଦନ ପୋଖରୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ଚାଲୁରହିଥିବା କଥା ସୂଚନା ଦିଆଯାଇଛି।ମନ୍ଦିରରେ ପାନୀୟ ଜଳ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ମନ୍ଦିର ପରିସରରେ ଥିବା ୩୦ହଜାର ଲିଟର ଟାଙ୍କି ପାଇଁ ମାତ୍ର ୧ ଏଚପି ମୋଟରରେ ପାଣି ଉଠାଯାଉଥିବାରୁ ତାହା ମନ୍ଦିରର ଆବଶ୍ୟକତାକୁ ପୁରଣ କରିପାରୁନଥିବା ନିର୍ବାହୀ ଅଧିକାରୀ ଶ୍ରୀ ପତ୍ରୀ କହିଥିଲେ। ଏଥିନିମନ୍ତେ ବଡ ବୋରିଂ ଖୋଳା ଯାଇ ୮ଇଞ୍ଚିଆ ପାଇପ ବସିବ। ଏଥିସହିତ ଅନ୍ୟୁନ ୧୦ ଏଚପି ମୋଟର ବସିଲେ ପାନୀୟ ଜଳର ସମସ୍ୟା ଦୂର ହୋଇପାରିବ ବୋଲି ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏଥିନିମନ୍ତେ ଆବଶ୍ୟକ ପାଣ୍ଠି ଯୋଗାଇ ଦେବାକୁ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନିବେଦନ କରାଯାଇଥିଲା। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡା ପୌରନିର୍ବାହୀ ଅଧିକାରୀ ତ୍ରୀନାଥ ବେହେରା, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡ, ସେବକ ଟ୍ରଷ୍ଟି ନୃସିଂହ ପ୍ରସାଦ ପତ୍ରୀ, ପଣ୍ଡିତ ହୃଷିକେଶ ରଥ, ପୂର୍ବତନ ପୈାରାଧ୍ୟକ୍ଷ ତଥା ଟ୍ରଷ୍ଟି ଧିରେନ କୁମାର ସାହୁ,ରଥ କମିଟି ସଭ୍ୟ ରଞ୍ଜନ କୁମାର ପୃଷ୍ଟି, ରଘୁନାଥ ମହାରଣା,ଅନନ୍ତ ଚରଣ କର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Next Post

କାଳ ବୈଶାଖୀ ବର୍ଷା ପବନ: ଉପୁଡିଲା ବଡ ଗଛ ଓ ବିଦ୍ୟୁତ ଖୁଂଟ,ଭାଙ୍ଗିଲା କାର ଗାଡି

Fri May 29 , 2026
ପଟ୍ଟାମୁଣ୍ଡାଇ ୨୯/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ଶୁକ୍ରବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କଳା ହାଣ୍ଡିଆ ମେଘ ସାଙ୍ଗକୁ ଘଡ ଘଡି, ବର୍ଷା ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିଛି । ବିଦ୍ୟୁତ ଖୁଂଟ ଭାଙ୍ଗି ଏକ କାର ଗାଡି ଭାଙ୍ଗିରୁଜି ଯାଇଛି। ସହର ବସଷ୍ଟାଣ୍ଡ ନିକଟ ମୁଖ୍ୟରାସ୍ତା ଉପରେ ବଡ ଗଛ ପଡିଥିବାରୁ ରାସ୍ତାରେ ଗାଡି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading