ଅପେରା ନାୟିକା କରାଇବା ବାହାନାରେ ବଳାତ୍କାର,ଆପତି ଜନକ ଭିଡିଓ କରି ବ୍ଲାକମେଲିଂ ଅଭିଯୋଗ ; ଦୁଇ ଗିରଫ

blank

ପଟ୍ଟାମୁଣ୍ଡାଇ ୩୦/୫ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଂଚଳର ଜଣେ ଯୁବତୀକୁ ଯାତ୍ରା ପାଟି ନାୟିକା କରାଇ ଦେବା ପ୍ରଲୋଭନ ଦେଖାଇ ତାଙ୍କ ଅର୍ଥ ଲୁଟ କରିବା ସହିତ ତାଙ୍କ ସହିତ ବଳାତ୍କାର କରାଯାଇଛି । ଦୁଇ ଜଣ ଅଭିଯୁକ୍ତ ତାଙ୍କୁ ଏହପରିି ଅପରାଧ କରିବା ସହିତ ତାଙ୍କ ଆପତି ଜନକ ଭିଡିଓ ସୁଟିଙ୍ଗ କରି ବ୍ଲାକମେଲ କରୁଥିବା ନେଇ ପିଡିତା ଯୁବତୀ ଗତ ୨୬ ତାରିଖରେ ଆଦର୍ଶ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ଆଦର୍ଶ ଥାନ ପୋଲିସ ଏନେଇ ଏକ ମାମଲା ୨୩୩/୨୦୨୬ ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲଣ କରିଛି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।

ଅଭିଯୋଗ ଅନୁଯାଇ ଚାଉଦକୁଲାଟ ଫାଣ୍ଡି ଅଂଚଳର ଜୈନିକା ୩୦ ବର୍ଷିୟା ଯୁବତୀକୁ ଗତ ଅପ୍ରେଲ ମାସ ୬ତାରିଖରେ ଏକ ଗଣନାଟ୍ୟର ପରିଚାଳକ ବୋଲାଥିବା ଦୁଇ ଯୁବକ ଚଉଦାକୁଲଟ ପେଟ୍ରୋଲ ପମ୍ପକୁ ଆସି ପିଡିତା ଯୁବତୀଙ୍କୁ ସେଠାକୁ ଡକାଇଥିଲେ । ଜନୈକା ଯୁବତୀକୁ ଅପେରାରେ ହିରୋଇନ କରାଦେବାକୁ କହି ନିଜ ସହିତ କେନ୍ଦ୍ରାପଡାର ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ଉଭୟ ବ୍ୟକ୍ତି ତାଙ୍କୁ ଥଣ୍ଡା ପାନୀୟରେ ନିଶାଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ । ସେ ଥଣ୍ଡା ପାନୀୟ ପିଇ ବେହୋସ ହୋଇଯାଇଥିଲେ। ଏହି ସୁଯୋଗ ନେଇ ଉଭୟ ତାଙ୍କୁ ବଳାତ୍କାର କରିବା ସହିତ ଆପତି ଜନକ ଫଟୋ ଏବଂ ଭିଡିଓ ଉଠାଇଥିଲେ । ଚେତା ଫେରିବା ପରେ ସେ ସବୁ ଜାଣିବାକୁ ପାଇଥିଲେ । ଉଭୟ ବ୍ୟକ୍ତି ତାଙ୍କୁ ଧମକ ଦେଇ କହିଥିଲେ ଯଦି ଏସମ୍ପର୍କରେ କିଛି କରୁ ବା କାହାକୁ କହୁ ତେବେ ଆମେ ଭିଡିଓ ଭାଇରାଲ କରିଦେବୁ । ଆମ ଗଣନାଟ୍ୟ ମାଲିକ ସବୁକିଛି ବୁଝିôନେବେ । ପରେ ଅପେରାରେ ହିରୋଇନ୍ କରିବାର ପ୍ରତିଶ୍ରୁତି ଦେଇ ୨ଲକ୍ଷ ୮୦ ହଜାରେ ଟଙ୍କା ନେଇଥିଲେ । ଆମେ ଡାକିଲେ ତୁ ଆସିବୁ ବୋଲି ଧମକ ଦେଇଥିଲେ। କିଛି ଦିନ ପରେ ପିଡିତାଙ୍କୁ ତାଙ୍କ ମାଲିକ ପାଖକୁ ନେଇ ପ୍ରତିଶ୍ରୁତି ଦେଇଥିଲେ ଯେ ସେମାନେ ପରବର୍ତୀ ତାରିଖରେ ଅପେରା ପାଇଁ ଏକ ଚୁକ୍ତିନାମା କରାଇବେ। ଦିନେ ଚୁକ୍ତିନାମା ସ୍ୱାକ୍ଷର କରିବା ଲାଗି କେନ୍ଦ୍ରାପଡା ଏକ ଲଜକୁ ଡାକି ୫୦ ହଜାର ଟଙ୍କା ଦାବି କରିଥିଲେ । ଯୁବତୀ ଜଣଙ୍କ ଏପରି ଟଙ୍କା ଦେବାକୁ ମନା କରିବାରୁ ସେମାନେ ଆକ୍ରମଣ କରି ଜୋରଜବରଦସ୍ତ ଗାଡ଼ିରେ ନେଇ ତିନିମୁହାଣି ଛକରେ ଛାଡ଼ି ଦେଇଥିଲେ । ସମ୍ପୃକ୍ତା ଯୁବତୀ ଜଣକ କୌଣସି ଉପାୟ ନପାଇ ଘରକୁ ଫେରି ଆସିଥିଲେ । ଏହି ଘଟଣା ପରେ ଯାତ୍ରା ପାର୍ଟି ପରିଚାଳକ ବୋଲି ଦାବୀ କରୁଥିବା ୨ଜଣ ଯୁବକ ସମ୍ପୃକ୍ତା ଯୁବତୀଙ୍କୁ ଭିଡିଓ କଲ କରି ଉଲଂଗ୍ନ ହେବାକୁ ଧମକ ଦେବା ସହିତ ହିରୋଇନ ହେବାକୁ ପୁନଃରାୟ ଟଙ୍କା ଦେବାକୁ ଧମକ ଦେଉଛନ୍ତି ବୋଲି ବାରମ୍ବାର ଦୁଷ୍କର୍ମ ଓ ପ୍ରତାରଣାର ଶିକାର ହୋଇଥିବା ଯୁବତୀ ଜଣକ ଅଭିଯୋଗ ଉଲେଖ କରିଛନ୍ତି ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।

Next Post

ଦାଦାବଟିକୁ ନେଇ କେନ୍ଦ୍ରାପଡା ଗୁଳି ଚାଳନା

Sat May 30 , 2026
କେନ୍ଦ୍ରାପଡ଼ା,୩୦ା୫:ଦାଦା ବଟିକୁ ନେଇ କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ରଣପଡ଼ା ଓ ଟାଉନ ହାଇସ୍କୁଲ ପଡିଆରେ ଆଜି ସନ୍ଧ୍ୟାରେ ୧୦ ରାଉଣ୍ଡ ଗୁଳି ଚାଳନା ହୋଇଛି। ଏକ ନିର୍ଦ୍ଦିଷ୍ଟ ଅପରାଧୀ ଗୋଷ୍ଠୀର ସଦସ୍ୟମାନେ ଏହି ଗୁଳି ଚଳାଇଥିବା ଜଣାପଡିଛି। ଖବର ନେବାରୁ ଜଣାପଡିଛି ଯେ ରଣପଡ଼ାରେ ଏକ ମସ୍‌ଜିଦର ଉନ୍ନତିକରଣ କାର୍ଯ୍ୟ ଚାଲିଛି। ଏହାର ନିର୍ମାଣ ଦାୟିତ୍ୱ ଜଣେ କାଉନସିଲର ନେଇଛନ୍ତି। କାଉନସିଲରଙ୍କ ଶଳା କାମ ବୁଝାବୁଝି କରୁଛନ୍ତି। ଅପରାଧୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading