ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଶୋକସଭା

blank
କେନ୍ଦ୍ରାପଡ଼ା,୨୫ା୩: ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ବିଜୁ ପଟ୍ଟନାୟକ ଷ୍ଟାଡିୟମଠାରେ କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ସଂଘ ତରଫରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡିଶା କ୍ରିକେଟ୍ ଆସୋସିଏସନ ସଦସ୍ୟ ଶୁଭାଶିଷ ସେନାପତିଙ୍କ ସଭାପତିତ୍ୱରେ ପ୍ରଥମେ ସ୍ୱର୍ଗତ ଶର୍ମାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ସଂଘର ସଦସ୍ୟ ପ୍ରଫୁଲ୍ଲ ଦାସ, ଏମ୍‌ଡି ନୟିମ୍ ଭାଇ, ନୃସିଂହ ରଥ, କେଶବ ସାହୁ, ନିରଞ୍ଜନ କର, ଆଇନଜୀବୀ ଗୋକୁଳ ଦାସ, ସାମ୍ବାଦିକ ପରେଶ ଦାସ, ବରଦାକାନ୍ତ ବରାଳ, ସତ୍ୟପ୍ରକାଶ ତ୍ରିପାଠୀ, ଅସିତ ଦାସ, ଦୀପକ କୁମାର ବାରିକ, ଆକବର ଅଲ୍ଲୀ ଖାନ, ଏସ୍‌କେ ସଫାତୁଲ୍ଲା, ଅଖିଲ ଅହମେଦ, ସମିର ମହାପାତ୍ର, ଚିରଞ୍ଜିବୀ ବଳ, ଆନନ୍ଦ ବେହେରା, ଅନୁପ ରାଉତ, ଜଗନ୍ନାଥ ସାହୁ, ରଶ୍ମିରଞ୍ଜନ ସିଂହ, ହରିହର ବେହେରା, କ୍ୟାପଟେନ୍ ବିକାଶ ପରିଡା, ଖେଳାଳି ରାଜଶ୍ରୀ ଚୁଲି ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ ।

Next Post

କେନ୍ଦ୍ରାପଡ଼ାରେ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

Tue Mar 25 , 2025
କେନ୍ଦ୍ରାପଡ଼ା,୨୫ା୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ କାକଟସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସମଗ୍ର ଜିଲ୍ଲାରୁ ଆସିଥିବା ପ୍ରାୟ ୫୦୦ ଜଣ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ପ୍ରଧାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ପ୍ରଧାନ ଜଣେ ସରଳ, ସ୍ନେହୀ, ଅମାୟିକ, ନିଷ୍କପଟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading