ସମାଜସେଵୀ କାଁହୁ ସାମଲଙ୍କ ୮୦ତମ ଜନ୍ମ ଜୟନ୍ତୀ ଉତ୍ସବ

blank
ପଟ୍ଟାମୁଣ୍ଡାଇ ତା ୧୮/୬- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ଗ୍ରାମର ବିଶିଷ୍ଠ ସାମାଜିକ କାର୍ଯ୍ୟକର୍ତା ବରାହ ଚରଣ ସାମଲଙ୍କ ୮୦ତମ ଜନ୍ମ ଜୟନ୍ତୀ ଉତ୍ସବ ସମାରୋହରେ ପାଳିତ ହୋଇଯାଇଛି । ସରୋଜିନୀ ସାମଲ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଜୟନ୍ତୀ ସମାରୋହରେ ଖବରଦାତା ଚିତ ରଂଜନ ମଲ୍ଲିକ ସଂଯୋଜନା କରିଥିଲେ । ଏଥିରେ ଭୁବନେଶ୍ୱର ପୂର୍ବତନ ସାଂସଦ ଡ଼ଃ ପ୍ରସନ୍ନ ପାଟଶାଣୀ, ପୂର୍ବତନମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପୂର୍ବତନ ବିଧାୟକ ଡ଼ଃ ଅଲେଖ କୁମାର ଜେନା, ପଟ୍ଟାମୁଣ୍ଡାଇ ଏସଡିପିଓ ସୁକାନ୍ତ ପାତ୍ର, ଆଦର୍ଶ ଥାନା ଅଧିକାରୀ ବନ୍ଦନା ପାତ୍ର, ମାର୍ଶାଘାଇ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ କୁମାର ଲେଙ୍କା, ପଟ୍ଟାମୁଣ୍ଡାଇ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ, ବରିଷ୍ଠ ସାମ୍ବାଦିକ ତଥା ୱାର୍ଲଡ ଓଡିଶା ସୋସାଇଟି ଅଧ୍ୟକ୍ଷ କିଶୋର ଦ୍ୱିବେଦି, ହେଲ୍ପ ପ୍ରତିଷ୍ଠାତା ମନସ୍ମିତା ଜେନା ନାୟକ, ଗିରି ଧାରୀ ନାୟକ, ଜ୍ୟୋସ୍ନାରାଣୀ ଜେନା ପ୍ରମୁଖ ବହୁ ମାନ୍ୟଗଣ୍ୟବ୍ୟକ୍ତି ଯୋଗ ଦେଇ ସାମାଜିକକାର୍ଯ୍ୟକର୍ତା ବରାହ ଚରଣ ସାମଲ ( କାଁହୁ ) ବାବୁ ପଟ୍ଟାମୁଣ୍ଡାଇ ଆଳି ରାଜନଗର ଅଂଚଳରେ ଦୀର୍ଘ ଛଅ ଦଶନ୍ଧି ଧରି ବିଭିନ୍ନ ବିଭିନ୍ନ ସାମାଜିକ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ସହ ଅଂଚଳ ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖି ଥିବାରୁ ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ପାଇଁ ଭୂୟସୀ ପ୍ରଶଂସା କରିବା ସହିତ ଉତରୀୟ, ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରି ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ଏହି ଜୟନ୍ତୀ ସଭାରେ କାଁହୁ ବାବୁଙ୍କ ବଡ଼ ଭାଇ ସମାଜସେବୀ ନନ୍ଦ କିଶୋର ରାଉତ,ସାନ ଭାଇ ନୂଆଦିଲ୍ଲୀ ଶ୍ରୀ ଅଭିରାମ ସାଂସ୍କୃତିକ ପରିଷଦ ପ୍ରତିଷ୍ଠାତା ସମ୍ପାଦକ ଜୟରାମ ସାମଲ ଓ ସାନ ଭାଇ ବରିଷ୍ଠ ଭାଜପା ନେତା ଅଭିରାମ ସାମଲ ମଂଚାସୀନ ଥିଲେ। ଏଇ ଅବସର ରେ ସରୋଜିନୀ ସାମଲ ସ୍ମୃତି ସଂସଦ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ବିଶିଷ୍ଟ ପରିବେଶବିତ୍ ବିଜୟ କବି, ଏମ୍ୱିଏ ଓଡିଶା ଟପର ତ୍ରିବିକ୍ରମ ପ୍ରଧାନ, ଲୋକପ୍ରିୟ ଚିକିତ୍ସକ ଇନ୍ଦ୍ରଭାନୁ ପ୍ରଧାନ,ଉଷୁ ପ୍ରତିଯୋଗୀ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ବିଶିଷ୍ଟ ଗାୟିକା ଅନ୍ତରା ଚକ୍ରବର୍ତୀଙ୍କ ଟ୍ରୁପ ପକ୍ଷରୁ ରଙ୍ଗାରଙ୍ଗ ନୃତ୍ୟ ସଙ୍ଗୀତ ସମଗ୍ର ପରିବେଶକୁ ଉତ୍ସ୍ୱ ମୁଖର କରିଥିଲା। ଏହି ଅନନ୍ୟ କାର୍ଯ୍ୟକ୍ରମକୁ ସୁବ୍ରତ ସାମଲ, ସଂଗ୍ରାମ ସାମଲ ଆଡଭୋକେଟ କ୍ଷୀରୋଦ ପ୍ରଧାନ ପ୍ରଭାତ ସାହୁ, ସମୀର ପ୍ରଧାନ ବିଭୁ ପ୍ରସାଦ ସାହୁ,ଶ୍ରୀକାନ୍ତ ବେହେରା ସତ୍ୟବ୍ରତ ସାମଲ, ସୁଧାଂଶୁ ସାମଲ ଅକ୍ଷୟ ଦାସ, ଜ୍ୟୋତିରଞ୍ଜନ ସାମଲ ବୁଲୁ ସାହୁ,ଶର୍ମିଷ୍ଠା ନାୟକ, ସନତ ସାମଲ, ସୁସମତ ସାମଲ ପ୍ରମୁଖ ଯୋଗ ଦେଇ ପରିଚାଳନା ରେ ସହଯୋଗ କରିଥିଲେ।

Next Post

ସମାଜସେବୀ ମହେଶ୍ୱର ବିଶ୍ୱାଳ ଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ

Thu Jun 18 , 2026
ପଟ୍ଟାମୁଣ୍ଡାଇ ତା ୧୮/୬- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡି ପୁର ପଂଚାୟତ ସୁଜନପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ୧୭ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଂଜନ କୁମାର ବିଶ୍ୱାଳଙ୍କ ପିତା ଦିବଂଗତ ମହେଶ୍ୱର ବିଶ୍ୱାଳଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଯୁବନେତା ରଞ୍ଜନ ବିଶ୍ୱାଳଙ୍କ ପୌରହିତ୍ୟରେ ସୁଜନପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ପୂର୍ବତନ ବିଧାୟକ ଡ଼ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading