ପଟ୍ଟାମୁଣ୍ଡାଇ ବାଳିକା ହାଇସ୍କୁଲ ଠାରୁ ମାତ୍ର ୩୦୦ ମିଟର ଜବର ଦଖଲ ଉଛେଦ

blank
୨ଦିନ ବଢିଲା ଜବରଦଖଲ ଉଛେଦ ଅଭିଯାନ

 

ପଟ୍ଟାମୁଣ୍ଡାଇ, ୧୮/୬. ପଟ୍ଟାମୁଣ୍ଡାଇ କାଠିଆପଡା ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ୱ ଜବର ଦଖଲ ହୋଇଥିବାରୁ ରାସ୍ତା ନିର୍ମାଣ ରେ ବାଧା ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦେଶ ରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ଜବର ଦଖଲ ହଟାଇବା ପାଇଁ ସରକାରୀ ଭାବେ ମାପ ଚୁପ କରାଯାଇଥିଲା I ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ସରକାରୀ ବାଳିକା ହାଇସ୍କୁଲ ଠାରୁ ଜବର ଦଖଲ ଉଛେଦ ଅଭିଯାନ ଆରମ୍ଭ କରାଯାଇଥିଲା I ଏହି ଅଭିଯାନ ପୋଖରିଆପଡା ଗାଁ ରାସ୍ତା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡିଛି I ଜବରଦଖଲ ଉଚ୍ଛେଦ ପାଇଁ ଗତ ୧୬ ତାରିଖରେ ଜବରଦଖଲ କାରୀଙ୍କୁ ପୌରପରିଷଦ ପକ୍ଷରୁ ନୋଟିସ ଦିଆଯାଇଥିଲା I ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ସରକାରୀ ବାଳିକା ସ୍କୁଲ ନିକଟରୁ ମାପ ଆରମ୍ଭ କରାଯାଇ ସରକାରୀ ଜାଗା ଜବର ଦଖଲ ହୋଇଥିବା ଜଣାପଡିବା ପରେ ଜେସିବି ଦ୍ୱାରା ରାସ୍ତାର ମାତ୍ର ୩୦୦ ମିଟର ପର୍ଯ୍ୟନ୍ତ ଅବରୋଧ ହଟା ଯାଇଥିଲା । ଏହି ଜବର ଦଖଲ ଉଛେଦ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନଥିବାରୁ ପୈାରପରିଷଦ ପକ୍ଷରୁ ଆଉ ୨ ଦିନ ୧୮ ଓ ୧୯ ତାରିଖ ପର୍ଯ୍ୟନ୍ତ ଅବଧି ବଢାଯାଇଛି ବୋଲି ପଟ୍ଟାମୁଣ୍ଡାଇ ପୈାର ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ କହିଛନ୍ତି I । ଏହି ଜବରଦଖଲ ଉଛେଦ ଓ ସରକାରୀ ମାପଚୁପ କାର୍ଯ୍ୟକ୍ରମରେ ଆଳିର ଅତିରିକ୍ତ ତହସିଲଦାର ମାନସ କୁମାର ସ୍ୱାଇଁ , ପଟ୍ଟାମୁଣ୍ଡାଇ ରାଜସ୍ୱ ନିରୀକ୍ଷକ ଲାଲୁ ଚୈାଧୁରୀ , ଅମିନ ବବୁଲ କୁମାର ପଢିହାରୀ , ପୈାରାଚଂଳ ଅମିନ ବିପିନ ବିହାରୀ ସେଠୀ , କନିଷ୍ଠ ଯନ୍ତ୍ରୀ ସିଧାର୍ଥ ଶଙ୍କର ଜେନା , ଜନସ୍ୱାସ୍ଥ୍ୟ କନିଷ୍ଠ ଯନ୍ତ୍ରୀ ସୁଦାମ ସାହୁ , ପ୍ରଫୁଲ୍ଲ ଦାଶ ଙ୍କ ସହିତ ପୋଲିସ ଫୋର୍ସ ସାମିଲ ହୋଇଥିଲେ ।

Next Post

ଗଣକବି ଗୋପାଳ ଦାଶଙ୍କ ନୂତନ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ

Fri Jun 19 , 2026
ଗଣକବିଙ୍କ ୧୫୦ତମ ଜୟନ୍ତୀ ପାଳିତ କେନ୍ଦ୍ରାପଡ଼ା,୧୯ା୬:କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ବିଭାଗ ଓ ପଳସିଂହା ଗୋପାଳ ଦାଶ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଗଣକବି ଗୋପାଳ ଦାଶଙ୍କ ୧୫୦ତମ ଜୟନ୍ତୀ ତାଙ୍କ ଜନ୍ମମାଟି ପଳସିଂହାରେ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କଟକ-ଚାନ୍ଦବାଲି ରାସ୍ତାର ଗୋଗୁଆଛକରେ ଥିବା ଗୋପାଳ ଦାଶଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହାପରେ ତାଙ୍କ ଜନ୍ମମାଟି ପଳସିଂହା ଗ୍ରାମରେ ନୂତନ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading