ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନିଖିଳ ଓଡିଶା ଜିଲ୍ଲାପରିଷଦ ସଭାପତି ସଙ୍ଘ ପକ୍ଷରୁ ରାଜ୍ୟପାଳଙ୍କୁ ଦାବିପତ୍ର

blank
କେନ୍ଦ୍ରାପଡ଼ା,୧୮ା୬:କେନ୍ଦ୍ରାପଡା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ନିଖିଳ ଓଡିଶା ଜିଲ୍ଲା ପରିଷଦ ସଭାପତି ସଙ୍ଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସେହି ସ୍ମାରକପତ୍ରରେ ଉଲ୍ଲେଖ ରହିଛି ଯେ ୭୩ତମ ସମ୍ବିଧାନ ସଂଶୋଧନ ଆଇନରେ ପଞ୍ଚାୟତର ସୁପରିଚାଳନା ପାଇଁ ତ୍ରିସ୍ତରୀୟ ପଞ୍ଚାୟତରାଜ ପ୍ରତିନିଧିମାନଙ୍କୁ କେତେକ କ୍ଷମତା ପ୍ରଦାନ କରାଯାଇଛି। ଏହି ଆଇନରେ ସରପଞ୍ଚହେଉଛନ୍ତି ଗ୍ରାମପଞ୍ଚାୟତର କାର୍ଯ୍ୟନିର୍ବାହୀ କତ୍ତୃପକ୍ଷ ଏବଂ ସଂପୃକ୍ତ ପଞ୍ଚାୟତ ସମିତିରେ ତାଙ୍କର ଭୋଟଦାନର ଅଧିକାର ରହିଛି। ଓଡିଶା ପଞ୍ଚାୟତ ସମିତି ଆଇନ ଓ ନିୟମରେ ବିଡିଓ ହେଉଛନ୍ତି ପଞ୍ଚାୟତ ସମିତିର ଆବାହକ ତଥା ସମ୍ପାଦକ। ତେଣୁ ବିଡିଓଙ୍କୁ ସରପଞ୍ଚ ଅନୁରୋଧ କରିବା ହେଉଛି ଏକ ପ୍ରାକୃତିକ ବ୍ୟବସ୍ଥା। ଓଡିଶାର ୩୦ଟି ଜିଲ୍ଲାର ୩୧୪ପଞ୍ଚାୟତସମିତି ଅଧିନରେ ୬ହଜାର ୭୯୪ଗ୍ରାମପଞ୍ଚାୟତରେ ପିଆରଆଇ ପ୍ରତିନିଧିମାନେ କାର୍ଯ୍ୟ କରୁଛନ୍ତି। ଏଣୁ ନିଖିଳ ଓଡିଶା ଜିଲ୍ଲା ପରିଷଦ ସଭାପତି ସଙ୍ଘର ସଦସ୍ୟ ତଥା ବିଭିନ୍ନ ଜିଲ୍ଲାର ଜିଲ୍ଲା ପରିଷଦ ସଭାପତିମାନେ ମହାକାଳପଡା ବିଡିଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ଯେଉଁ ଘଟଣା ଘଟିଛି ସେଥିପାଇଁ ମହାକାଳପଡା ବିଡିଓ ହିଁ ଏକମାତ୍ର ଦାୟୀ। ଏଥିସହିତ ତିଖିରୀ ସରପଞ୍ଚଙ୍କ ବିରୋଧରେ ହୋଇଥିବା ମିତ୍ୟା ମାମଲା ଗୁଡିକୁ ତୁରନ୍ତ ପ୍ରତ୍ୟାହାର କରାଯିବାକୁ ସଙ୍ଘ ଦାବି କରିଛି। ଏଥିସହିତ ୭୩ତମ ସମ୍ବିଧାନ ସଂଶୋଧନ ଆନ୍ତରିକତାର ସହ କାର୍ଯ୍ୟକାରୀ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ରାଜ୍ୟପାଳଙ୍କୁ ସଙ୍ଘ ନିବେଦନ କରିଛି। ସଙ୍ଘର ସଦସ୍ୟ ଓ ସଦସ୍ୟାମାନେ ଡାକ୍ତରଖାନାରେ ଥିବା ସରପଞ୍ଚ ଚାମେଲି ଓଝାଙ୍କୁ ଭେଟି ସମସ୍ତ ଘଟଣା ପଚାରି ବୁଝିଥିଲେ।ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକଙ୍କୁ ଏହି ସ୍ମାରକପତ୍ର ପ୍ରଦାନ ସମୟରେ ନିଖିଳ ଓଡିଶା ଜିଲ୍ଲା ପରିଷଦ ସଭାପତି ସଙ୍ଘ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ବକେନ୍ଦ୍ରାପଡା ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଦେବଗଡର କୈାଶିକ କୁମାର ପ୍ରଧାନ, ଅନୁଗୁଳ ବବିତା ପ୍ରଧାନ, ଢେଙ୍କାନାଳର ଅର୍ଚ୍ଚନା ପୁହାଣ, ଜଗତସିଂହପୁରର ମନୋଜ କୁମାର ଭୋଇ, କଟକର କିଶୋର ଚନ୍ଦ୍ର ମିଶ୍ର, ପୁରୀର ସ୍ୱପ୍ନାରାଣୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Next Post

ପ୍ରଦେଶ କଂଗ୍ରେସ ପର୍ଯ୍ୟବେଖକ ସସ୍ମିତା ବେହେରା ତିଖିରି ସରପଞ୍ଚ ଚାମେଲିଙ୍କୁ ଭେଟିଲେ।

Thu Jun 18 , 2026
କେନ୍ଦ୍ରାପଡା ଏସ୍‌ପିଙ୍କ ପ୍ରେସ ବିବୃତ୍ତି ସମ୍ପୂର୍ଣ ମିଥ୍ୟା ବିବୃତି ଦେଇଥିବା ସହ ବିଡିଓ ଓ ଆଇଆଇସିଙ୍କୁ ବର୍ଖାସ୍ତ କରି ଗିରଫ କରାଯାଉ କେନ୍ଦ୍ରାପଡା ୧୫/୬ : ପ୍ରଦେଶ କଂଗ୍ରେସ କମିଟି (ପିସିସି) ଉପସଭାପତି ସସ୍ମିତା ବେହେରା ମହାକାଳପଡା ବିଡିଓ ଏବଂ ଆଇଆଇସିଙ୍କୁ ତୁରନ୍ତ ବର୍ଖାସ୍ତ କରି ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଭଡ଼ାଟିଆ ଗୁଣ୍ଡା ଏବଂ ଏହାର ମାଷ୍ଟରମାଇଣ୍ଡ ବିଧାୟକଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ପିସିସି ସଭାପତି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading