କେନ୍ଦ୍ରାପଡ଼ାରେ ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

blank
କେନ୍ଦ୍ରାପଡ଼ା,୨୫ା୩: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତଃ ଡ଼ଃ ଦେବେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ କାକଟସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଭାଜପା କାର୍ଯ୍ୟକାରିଣୀ ସଦସ୍ୟ ସୁନାକର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ସମଗ୍ର ଜିଲ୍ଲାରୁ ଆସିଥିବା ପ୍ରାୟ ୫୦୦ ଜଣ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ପ୍ରଧାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

blank

ସ୍ୱର୍ଗତ ପ୍ରଧାନ ଜଣେ ସରଳ, ସ୍ନେହୀ, ଅମାୟିକ, ନିଷ୍କପଟ ଓ ଜଣେ ଦୃଢ ସଂଗଠକ ଥିଲେ ଓ ତାଙ୍କର ନିଧନରେ ଭାରତୀୟ ଜନତା ପାର୍ଟି ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ତାଙ୍କର ସ୍ମୃତିଚାରଣ କରି ବକ୍ତାମାନେ ମତପ୍ରକାଶ କରିଥିଲେ। ଯେତେବେଳେ ଓଡିଶାରେ ବିଜେପି ଦୁର୍ଦ୍ଦିନରେ ଗତି କରୁଥିଲା ଦଳରେ ମିଶିବା ପାଇଁ ଲୋକେ ନାକ ଟେକୁଥିଲେ । ଜଣଙ୍କ ପରେ ଜଣେ ନେତା ଦଳ ଛାଡି ଅନ୍ୟ ଦଳକୁ ଚାଲିଯାଉଥିଲେ । ଦଳକୁ ଏକ ସାଇନ ବୋର୍ଡ ପାର୍ଟି କୁହାଯାଉଥିଲା । ସେହି ସମୟରେ ଡ଼ଃ ପ୍ରଧାନ ସମ୍ମାନପଦ ଡାକ୍ତର ଚାକିରୀ ପରିତ୍ୟାଗ କରି ରାଷ୍ଟ୍ରର ସେବା ପାଇଁ ବିଜେପିରେ ଯୋଗ ଦେଇଥିଲେ। ପ୍ରଥମେ ମଣ୍ଡଳ ସଭାପତି ଭାବେ କାର୍ଯ୍ୟ ଆରମ୍ଭ କରି ପରେ ଜିଲ୍ଲା ସଭାପତି ଓ ରାଜ୍ୟ ସଭାପତି ଭାବେ ଓଡିଶାର ପ୍ରତ୍ୟେକ ଗଳିକନ୍ଦି ବୁଲି ବିଜେପି ସଂଗଠନର କାୟା ବୃଦ୍ଧି କରିଥିଲେ। କେନ୍ଦ୍ରରେ ବାଜପେୟୀଙ୍କ ସରକାରରେ ସଡ଼କ ପରିବହନ ମନ୍ତୀ ଓ କୃଷି ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ଅନେକ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଥିଲେ। କେନ୍ଦ୍ରାପଡ଼ାରେ ୫ନଂ ଜାତୀୟ ରାଜପଥ ଓ କୃଷି ବିଜ୍ଞାନ କେନ୍ଦ୍ର ତାଙ୍କର ଅବଦାନ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଷ୍ଟ୍ରୀୟ ପରିଷଦ ସଭ୍ୟ ବୈଦ୍ୟନାଥ ଚାଟାର୍ଜୀ, ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠି, ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ ନାୟକ, ପୂର୍ବତନ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ଦୁର୍ଯ୍ୟୋଧନ ସାହୁ, ଗୀତାଞ୍ଜଳୀ ସେଠୀ, କୃଷ୍ଣଚନ୍ଦ୍ର ପଣ୍ଡା, ବିନୟ ବୋଷ, ନୃସିଂହ ପତ୍ରି, ରବିନାରାୟଣ ପତି, ବିଷ୍ଣୁ ପ୍ରସାଦ ବେହେରା, ସଲିମ ଖାଁ, ସଚ୍ଚିଦାନନ୍ଦ ବେହେରା, ଉପିନ ରାଉତ, ଜାନକୀ ପ୍ରଧାନ, ମାଧବାନନ୍ଦ ମଳିକ, ଡ଼ଃ କଳ୍ପନା ମଲ୍ଲିକ, ନାରଦ ବିଶ୍ୱାଳ, ରବୀନ୍ଦ୍ର ବିଶ୍ୱାଳ, ଭକ୍ତବନ୍ଧୁ ମିଶ୍ର, ସୁନାକର ପ୍ରଧାନ, ଶୋଭନ ଆଚାର୍ଯ୍ୟ, ପ୍ରିୟଦର୍ଶିନୀ ନନ୍ଦ, ଅନ୍ତର୍ଯ୍ୟାମୀ ମଳିକ, ସତ୍ୟ ପ୍ରକାଶ ସାମଲ ପ୍ରମୁଖ ସ୍ମୃତିଚାରଣ କରିଥିଲେ। ପରିଶେଷରେ ଅଭିମନ୍ୟୁ ଗୋଛାୟତ ଧନ୍ୟବାଦ ଦେଇଥିଲେ।

Next Post

ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

Tue Mar 25 , 2025
ଭୁବନେଶ୍ୱର୨୫/୩- ବିଧାନସଭା ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା କଂଗ୍ରେସ ବିଧାୟକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସର ୧୨ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ଏହି ନିଲମ୍ବନ ତାଲିକାରେ ତାରାବାହିନୀ ପତି ଓ ରମେଶ ଜେନା ନାହାନ୍ତି। ଗୃହକାର୍ଯ୍ୟ ଜାରି ଥିବା ବେଳେ କଂଗ୍ରେସ ବିଧାୟକମାନେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରୁଥିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading