ନିର୍ଦ୍ଧିଷ୍ଟ ଯୋଜନା ଅଭାବରୁ ବଢୁଛି ଦାଦନ ସମସ୍ୟା , ଉର୍ବର ଚାଷଜମି ବେଣାମୟ,ଚାଷୀ ଆଖିରେ ଲୁହ

ଚାଷଜମିକୁ ବେଣାମୁକ୍ତ କରି କୃଷି ଭିତିକ ଶିଳ୍ପ କରାଯାଉ

blank
ପଟ୍ଟାମୁଣ୍ଡାଇ ୧୦/୧୦-କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଧୋୟାଂଚଳରେ ଥିବା ଶହ ଶହ ଏକର ଉର୍ବର ଚାଷଜମୀ ବେଣା ଜଙ୍ଗଲରେ ପରିପୂର୍ଣ୍ଣ ହୋଇପଡିଛି । ଚାଷ ଜମି ବେଣା ମୟ ହୋଇ ପଡିବା ଫଳରେ କୌଣସି ଫସଲ କରି ନପାରି ଚାଷୀ କ୍ଷତିଗସ୍ତ ହେଉଛି । ଯାହାକୁ ନେଇ ଚାଷୀ ଚାଷରୁ ବିମୁଖ ହୋଇ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତିା କୃଷି ଓ କୃଷକର ଉନ୍ନତି ପାଇଁ ସରକାର ଅନେକ ଯୋଜନା ହାତକୁ ନେଇଥିଲେ ମଧ୍ୟ ଉର୍ବର ଚାଷଜମିକୁ ବେଣାମୁକ୍ତ କରିବା ପାଇଁ କୌଣସି ଯୋଜନା କରିବା ଦେଖାଯାଉନାହିଁ । ରାଜ୍ୟ ସରକାର ପଟ୍ଟାମୁଣ୍ଡାଇ ଧୋୟାଂଚଳ ରେ ଥିବା ଶହ ଶହ ଏକର ଚାଷ ଜମିକୁ ବେଣାମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ସହିତ କୃଷି ଭିତିକ ଶିଳ୍ପ ପ୍ରତିଷ୍ଠା କଲେ ଚାଷର ଉନ୍ନତି ସହିତ ଦାଦନ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି ।
କୃଷକ ନରେନ୍ଦ୍ର ଧଳ, ଅମିତାଭ ସ୍ୱାଇଁ, ଅଶୋକ ସ୍ୱାଇଁ, ରଂଜତ ନାୟକ, ନିରାକାର ବିଶ୍ୱାଳ, ମଂଟୁ ମଲ୍ଲିକ, ପବିତ୍ର ସାମଲ, ସରତ ମଲିକ ପ୍ରମୁଖ କୁହନ୍ତି ଓଡିଶାର ଅନ୍ୟତମ ପ୍ରମୁଖ କୃଷି ପ୍ରଧାନ ଅଂଚଳ ଭାବେ ବର୍ଷ ବର୍ଷ ଧରି ପଟ୍ଟାମୁଣ୍ଡାଇ ଅଂଚଳର ସ୍ୱତନ୍ତ୍ର ପରିଚୟ ରହିଛି । ଏକଦା ଏଠାକାର ଉତ୍ପାଦିତ ସାମଗ୍ରୀ ଚାଉଳ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ରାଜ୍ୟ ତଥା ରାଜ୍ୟ ବାହାରକୁ ଯାଉଥିଲା । ନିଜର କୃଷି ଜାତ ସାମଗ୍ରୀ ବିକ୍ରି କରି ଚାଷୀମାନେ ଦୁଇ ପଇସା ଉପାର୍ଜନ କରିବା ଦ୍ୱାରା ଆର୍ôଥକ କ୍ଷେତ୍ରରେ ଏହି ଅଂଚଳ ସଶକ୍ତ ହେଉଥିଲା । କୃଷିର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରସ୍ତୁତ କରୁଥିଲେ ମଧ୍ୟ ତାର କୌଣସି ଝଲକ ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳୁନାହିଁ । କାରଣ ନିର୍ଦ୍ଧିଷ୍ଟ ଯୋଜନା ଅଭାବରୁ ପଟ୍ଟାମୁଣ୍ଡାଇ ଅଂଚଳର କୃଷି କ୍ଷେତ୍ରରେ ଆଖିଦୃଶିଆ ବିକାଶ ପରିଲକ୍ଷିତ ହେଉନାହିଁ । ଅଧିକନ୍ତୁ ପଟ୍ଟାମୁଣ୍ଡାଇ ଧୋୟା ଅଂଚଳର ଶହ ଶହ ଏକର ଉର୍ବର ଚାଷ ଜମି ବେଣା ଜଙ୍ଗଲରେ ପରିପୂର୍ଣ୍ଣ ହୋଇପଡିଛି । ବର୍ଷ ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି । ସରକାର ପରେ ସରକାର ପରିବର୍ତନ ସତ୍ୱେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି । ଗୋଟିଏ ପଟେ ଚାଷୀମାନଙ୍କ ଉର୍ବର ଚାଷଜମି ବେଣା ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ଚାଷ କାର୍ଯ୍ୟ ହୋଇପାରୁନାହିଁ । ଯାହାଫଳରେ ଚାଷୀଙ୍କ ଆର୍ôଥକ ସ୍ଥିତି ବିଗିଡି ଯାଉଛି । ଚରମ ଆର୍ôଥକ ସଂକଟ ଦେଇ ଗତି କରୁଥିବା ଚାଷୀ କାମ ଧନ୍ଦା ନପାଇ ବେରୋଜଗାରିଆ ପରିବାର ଲୋଭ ତୁଟାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଉଛି । ରାଜ୍ୟ ବାହାରେ ପେଟ ବିକଳରେ ପଡି ରହିଥିବା ବେକାର ଯୁବକ ଅଧିକାଂଶ ସମୟରେ ଶୋଷଣ ଓ ଅତ୍ୟାଚାରର ଶିକାର ହୋଇ ଜୀବନ ହାରିବା ଘଟଣା ବିଭିନ୍ନ ଗଣମାଧ୍ୟମର ଶିରୋନାମା ପାଲଟି ଯାଉଛି ।ସରକାର ପରେ ସରକାର ପରିବର୍ତନ ସତ୍ୱେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।
କୃଷକ ନେତା ବିଜୟ ଦାସ କୁହନ୍ତି ଚାଷୀମାନଙ୍କ ଉର୍ବର ଚାଷଜମି ବେଣା ଜଙ୍ଗଲରେ ପରିପୂର୍ଣ୍ଣ ହୋଇଥିବାରୁ ଚାଷ କାର୍ଯ୍ୟ ହୋଇପାରୁନାହିଁ । କୃଷି ବିକାଶ ପାଇଁ ସରକାରୀ ବ୍ୟବସ୍ଥା ଓ ପ୍ରଶାସନିକକଳ ପାଇଁ ଆହ୍ୱାନ ଭାବେ ଦେଖା ଦେଇଛି । ପଟ୍ଟାମୁଣ୍ଡାଇ ବ୍ଲକର ବାଲିପାଟଣା, ବାଛରା, ଅଣ୍ଢରା, ପେଣ୍ଠପାଳ, ତରଡ଼ିପାଳ, ଅଳପୁଆ, ବଲୁରିଆ, ସିଂହଗାଁ, ଅମୃତମଣୋହି ଆଦି ପଂଚାୟତ ବନ୍ୟା ବାତ୍ୟା ମରୁଡି ଆଦି ପ୍ରାକୃତିକ ବିପର୍ଯୟର ଚୀର ସହଚର ପଟ୍ଟାମୁଣ୍ଡାଇ ଧୋୟାଂଚଳ ଚାଷୀ ପ୍ରାକୃତିକ ବିପର୍ଯୟରେ ବ୍ୟାପକ ଭାବେ କ୍ଷତିଗସ୍ତ ହେଉଥିବା ବେଳେ ନିଜର ଚାଷ ଜମି ବେଣା ମୟ ହୋଇ ପଡିବା ଫଳରେ କୌଣସି ଫସଲ କରି ନପାରି ପୁନଃରାୟ କ୍ଷତିଗସ୍ତ ହୋଇ ନିଜ ଭାଗ୍ୟକୁ ନିନ୍ଦୁଛି । ଏନେଇ ପଟ୍ଟାମୁଣ୍ଡାଇ ବ୍ଲକ କୃଷି ଅଧିକାରି ଶରତ ନାୟକଙ୍କୁ ପଚାରିବାରେ ବେଣା ଗଛ ହଟାଇବା ପାଇଁ ସରକାରୀ ଯୋଜନା ହୋଇନାହିଁ ।

Next Post

ପଟ୍ଟାମୁଣ୍ଡାଇରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

Fri Oct 10 , 2025
ପଟ୍ଟାମୁଣ୍ଡାଇ ୧୦/୧୦- ପଟ୍ଟାମୁଣ୍ଡାଇ ତାଲୁକ ଆଇନ ସେବା ସମିତି ପକ୍ଷରୁ ପଟ୍ଟାମୁଣ୍ଡାଇ ସବ ଡିଭିଜନ ହସ୍ପିଟାଲ ପରିସରରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଟ୍ଟାମୁଣ୍ଡାଇ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ କରି ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କ ସଂଖ୍ୟା ଏକ ଆହ୍ୱାନ ଭାବେ ଦେଖା ଦେଇଥିବାରୁ ଏହାର ନିୟଂତ୍ରଣ ଓ ନିରାକରଣ ଦିଗରେ ସବୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading