ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ମନ୍ତ୍ରୀ

blank
କେନ୍ଦ୍ରାପଡ଼ା,୧୮ା୬:ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ଯୋଗଦେବା ପାଇଁ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା, ଜିଲ୍ଲାସ୍ତରୀୟ ସମ୍ମିଳନୀ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ ଯେ, ଶିକ୍ଷା, କ୍ରୀଡା, ଜନଜାତି କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ପରିବହନ, ପର୍ଯ୍ୟଟନ ଓ ଭିତ୍ତିଭୂମି କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। କ୍ରୀଡା କ୍ଷେତ୍ରରେ ରୋନିତ ରୋଶନ ସ୍ୱାଇଁ, ଶିବାନୀ ପ୍ରିୟଦର୍ଶିନୀ, ଅର୍ପିତା ସ୍ୱାଇଁ ଓ ଟ୍ୱିଙ୍କଲ ସ୍ୱାଇଁଙ୍କ ଉଲ୍ଲେଖନୀୟ ସଫଳତା ଜିଲ୍ଲାକୁ ଗୌରବାନ୍ୱିତ କରିଛି। ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପିଏମଏଜିୱାଇ, ଅନ୍ତଃଜାତି ବିବାହ ଓ ଛାତ୍ରବୃତ୍ତି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ ସମାଜ ମଙ୍ଗଳ ବିଭାଗ ଅଧିନରେ ହଜାର ହଜାର ଶିଶୁ, ମହିଳା ଓ ପରିବାର ବିଭିନ୍ନ ଯୋଜନାରେ ଉପକୃତ ହୋଇଛନ୍ତି। ରାଜ୍ୟ ବଜେଟ୍ ୨୦୨୬-୨୭ରେ କେନ୍ଦ୍ରାପଡ଼ାରେ ଏକ ବିଶ୍ୱବିଦ୍ୟାଳୟ ସ୍ଥାପନ ଘୋଷଣା କରାଯାଇଥିବା ବେଳେ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀ ଉପରେ ପ୍ରାୟ ୯୦୦ କୋଟି ଟଙ୍କା ବ୍ୟୟରେ ତିନୋଟି ଉଚ୍ଚସ୍ତରୀୟ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେ ଆହୁରି କହିଥିଲେ ଯେ, ବଳଦେବଜୀଉ ମନ୍ଦିର ପରିକ୍ରମା ପ୍ରକଳ୍ପ, ଡାଙ୍ଗମାଳ-ଗୁପ୍ତି-ଖୋଳା ପର୍ଯ୍ୟଟନ ଭିତ୍ତିଭୂମି ବିକାଶ, ବଡପାଳ ଟ୍ରକ ଟର୍ମିନାଲ, ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ ଓ ଟେଷ୍ଟିଂ ଷ୍ଟେସନ ଭଳି ପ୍ରକଳ୍ପଗୁଡ଼ିକ ଜିଲ୍ଲାର ବିକାଶକୁ ନୂଆ ଦିଗ ଦେବ। ରାଜନଗର ବ୍ଲକର କୁସୁନପୁର ଗ୍ରାମକୁ ସ୍ମାର୍ଟ ଭିଲେଜ ପଦକ୍ଷେପରେ ସାମିଲ କରାଯାଇଥିବା ବେଳେ ଜନସାଧାରଣଙ୍କ ଭୂମି ଓ ରାଜସ୍ୱ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପ୍ରତି ତହସିଲରେ ମାସିକ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଆରମ୍ଭ କରାଯାଇଛି। ମନ୍ତ୍ରୀ କେନ୍ଦ୍ରାପଡ଼ା ଜିଲ୍ଲା ଲିଡ୍ ବ୍ୟାଙ୍କିଂ ବ୍ୟବସ୍ଥା ଦ୍ୱାରା ୨୦୨୫-୨୬ ବର୍ଷ ପାଇଁ ସମସ୍ତ ୨୧ଟି ପାରାମିଟରରେ ‘ଆୱାର୍ଡ ଅଫ ଏକ୍ସିଲେନ୍ସ’ ହାସଲ କରି ରାଜ୍ୟ ସ୍ତରରେ ସ୍ୱତନ୍ତ୍ର ସଫଳତା ଅର୍ଜନ କରିଥିବା ନେଇ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିବାଦୀୟ ଅଧିକାରୀ ଅରୁଣ କୁମାର ନାୟକଙ୍କୁ ତୁରନ୍ତ କେନ୍ଦ୍ରାପଡାରୁ ବଦଳି କରାଯିବାକୁ ବୁଦ୍ଧିଜୀବୀମାନେ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମହାକାଳପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ଦୁର୍ଗା ପ୍ରସନ୍ନ ନାୟକ, ସାଂସଦଙ୍କ ପ୍ରତିନିଧି ଶଶାଙ୍କ ଶେଖର ସେଠୀ, ଜିଲ୍ଲାପାଳ ରଘୁରାମ ଆର. ଆୟର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ ôମାନେ ଉପସ୍ଥିତ ଥିଲେ। ପରେ ମନ୍ତ୍ରୀ ସ୍ୱଂୟଚାଳିତ ଜାନ ପରୀକ୍ଷଣ କେନ୍ଦ୍ର ପରିଦର୍ଶନ କରିଥିଲେ।

Next Post

ଶ୍ରୀରାମପୁର ଗ୍ରାମରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟ ନିମ୍ନମାନର

Thu Jun 18 , 2026
କେନ୍ଦ୍ରାପଡ଼ା,୧୮ା୬:କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନ ଶ୍ରୀରାମପୁର ଗ୍ରାମରେ ‘ବିକଶିତ ଗାଁ ବିକଶିତ ଓଡିଶା’ଯୋଜନାରେ ହୋଇଥିବା ପ୍ରକଳ୍ପ ନିମ୍ନମାନର ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ‘ବିକଶିତ ଗାଁ ବିକଶିତ ଓଡିଶା’ଯୋଜନାରେ ଶ୍ରୀରାମପୁର ଗ୍ରାମର ୧୪ନମ୍ବର ୱାର୍ଡର ବାବାଜୀ ସେଠୀ ଘର ଠାରୁ ଠାକୁରାଣୀ ପର୍ଯ୍ୟନ୍ତ ଢଳେଇ ରାସ୍ତା ନିମନ୍ତେ ୪ଲକ୍ଷ ଟଙ୍କାର ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲା। ଏହି ରାସ୍ତା ନିର୍ମାଣ ପାଇଁ ବ୍ଲକର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading