ସାହିତ୍ୟ ଭୂମି ପତ୍ରିକା ଉନ୍ମୋଚିତ

blank
ପଟ୍ଟାମୁଣ୍ଡାଇ ୫/୬ -ପଟ୍ଟାମୁଣ୍ଡାଇରୁ କଥାକାର ପ୍ରଦୀପ ନାୟକଙ୍କ ସମ୍ପାଦନାରେ ପ୍ରକାଶିତ ସର୍ଜନାର ଊର୍ମୀ ” ସାହିତ୍ୟଭୂମି ” ପତ୍ରିକାର ଷଷ୍ଠ ବର୍ଷ ସଂଖ୍ୟା ସ୍ଥାନୀୟ ଟାଉନ କ୍ଳବ୍ ପରିସରରେ ଉନ୍ମୋଚିତ ହୋଇଯାଇଛି । ସାହିତ୍ୟଭୂମି ଲେଖକ ସଂସଦର ସଭାପତି ଶିକ୍ଷାବିତ୍ ଶଚିନନ୍ଦନ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ପ୍ର. ଅନିରୁଦ୍ଧ ରାଉଳ ମୁଖ୍ୟ ଅତିଥି, ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଦୁଃଶାସନ ପରିଡ଼ା ମୁଖ୍ୟବକ୍ତା,ପ୍ର. ରମେଶ ଚନ୍ଦ୍ର ଜେନା, ପ୍ର. କୈଳାଶ ଚନ୍ଦ୍ର ପାତ୍ର ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ ।ଏଇ ଅବସରରେ କବି ପ୍ରାଧ୍ୟାପକ ରଞ୍ଜିତ ସେନାପତିଙ୍କୁ ସାହିତ୍ୟଭୂମି ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା । କବି ପୁଣ୍ୟଶ୍ଲୋକ ଅଶୋକ ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସ୍ତମ୍ଭକାର ବ୍ରଜବନ୍ଧୁ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଉନ୍ମୋଚନ ଉତ୍ସବରେ ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ଶିକ୍ଷାବିତ୍ କଣ୍ଡୁରି ଚରଣ ସ୍ୱାଇଁ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର, ପ୍ରାଧ୍ୟାପକ ମନୋଜ ପରିଡା,ଚତୁର୍ଭୁଜ ରାଉଳ, ବ୍ରଜ କିଶୋର ପଣ୍ଡା, କବି ସୁଚିତ୍ରା ଗୁପ୍ତା, କବି ଦେବାଶିଷ ପ୍ରଧାନ, ଶିକ୍ଷକ ନେତା ବିଜୟ କୁମାର ସାହୁ, ନବକିଶୋର ପଣ୍ଡା , ଇ.ତପନ ପାତ୍ର, ନାଟ୍ୟକାର ହରେକୃଷ୍ଣ ଦାଶ, ଟାଉନ କ୍ଳବର ସଭାପତି ଅଖିଳ ଦାସ, ସମ୍ପାଦକ ରମେଶ ଦେ ପ୍ରମୁଖ ଯୋଗ ଦେଇଥିଲେ । ବେଲେଶ୍ୱର ସାହିତ୍ୟ ସଂସଦର ସମ୍ପାଦକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Next Post

ପଟ୍ଟାମୁଣ୍ଡାଇ ରଥଯାତ୍ରା ପ୍ରସ୍ତୁତି ବୈଠକ

Thu Jun 5 , 2025
ପଟ୍ଟାମୁଣ୍ଡାଇ ୫/୬ -ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ପୋଖରୀପଡା ପତିତପାବନ ରଥ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠଳ ଅନୁଷ୍ଠିତ ହୋଇଯାଇଛି । ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ପୌରଧ୍ୟକ୍ଷ ହେମନ୍ତ ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ଅତିରିକ୍ତ ତହସିଲଦାର ଦିଲ୍ଲୀପ ନାୟକ, ପୌର ପରିଷଦ ନିର୍ବାହୀ ଅଧିକାରୀ ରଞ୍ଜନ ଦାଶ, ମନ୍ଦିର ପରିଚାଳନା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ଦାଶ, ମାଉସୀ ମା ମନ୍ଦିର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading