ସମାଜସେବୀ ମହେଶ୍ୱର ବିଶ୍ୱାଳ ଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ

blank
ପଟ୍ଟାମୁଣ୍ଡାଇ ତା ୧୮/୬- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦିହୁଡି ପୁର ପଂଚାୟତ ସୁଜନପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ୧୭ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଂଜନ କୁମାର ବିଶ୍ୱାଳଙ୍କ ପିତା ଦିବଂଗତ ମହେଶ୍ୱର ବିଶ୍ୱାଳଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି I ଏହି ଉପଲକ୍ଷେ ଯୁବନେତା ରଞ୍ଜନ ବିଶ୍ୱାଳଙ୍କ ପୌରହିତ୍ୟରେ ସୁଜନପୁର ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା, କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଅଧକ୍ଷା ଲିଲିତା ଦାସ ପଟ୍ଟାମୁଣ୍ଡାଇ ବ୍ଲକ ଉପାଧକ୍ଷା ଜୟନ୍ତୀ ସ୍ୱାଇଁ ରାଜନଗର ବ୍ଲକ ପ୍ରାକ୍ତନ ଅଧକ୍ଷ ସୁରେନ୍ଦ୍ର ପ୍ରସାଦ ରାଉତ, ବରିଷ୍ଠ ବିଜେଡି ନେତା ଯଦୁମଣି ଦାସ, ରାଜନଗର ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ରାଉତ ବିଲିକଣା ସରପଞ୍ଚ ଲଷ୍ମୀପ୍ରିୟା ଷଡ଼ଙ୍ଗୀ, ବଳଭଦ୍ରପୁର ସରପଞ୍ଚ ପ୍ରିୟବ୍ରତ ଓଝା, ଗଙ୍ଗାରାମପୁର ସମିତି ସଭ୍ୟ ବିଶ୍ୱ ରଂଜନ ଭୂୟାଁ ଡା ନିରାକାର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଧନୁର୍ଜୟ ସ୍ୱାଇଁ, ଦିହୁଡିପୁର ସରପଞ୍ଚ ନରେଶ ମଲିକ ସାନଜରିଆ ସମିତି ସଭ୍ୟ ସୁବାଷ ବାରିକ, ବଡ଼ପଡା ସରପଞ୍ଚ ପ୍ରତିନିଧି ପାରେଶ୍ୱର ସେଠୀ, ଦିହୁଡି ପୁର ସମିତିସଭ୍ୟା ପ୍ରତିନିଧି ଅଶୋକ ଖଟୁଆ ପୂର୍ବତନ ସରପଞ୍ଚ ସନ୍ତୋଷ ଦାସ ଯୁବ ନେତା ସୂର୍ଯ୍ୟକାନ୍ତ ରାଉତ, ବରିଷ୍ଠ ନେତା କଳାକାର ପଣ୍ଡା ପ୍ରମୁଖ ଯୋଗ ଦେଇ ଦିବଂଗତ ମହେଶ୍ୱର ବିଶ୍ୱାଳଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ତାଙ୍କ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I ନଳିନୀକାନ୍ତ ସ୍ୱାଇଁଙ୍କ ସଂଯୋଜନାରେ ଧ୍ରୁବ ଅନ୍ନପୂର୍ଣ୍ଣା କଳା ପରିଷଦ ପକ୍ଷରୁ କଳାକାରମାନେ ଭଜନ ପରିବେଷଣ କରିଥିଲେ I ଶେଷରେ ପରିଚାଳନା ଅଲେଖ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ସସ୍ମିତା ବିଶ୍ୱାଳ ଭଂଜନ ବିଶ୍ୱାଳ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଓ ପ୍ରଫୁଲ୍ଲ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ I

Next Post

ପଟ୍ଟାମୁଣ୍ଡାଇ ବାଳିକା ହାଇସ୍କୁଲ ଠାରୁ ମାତ୍ର ୩୦୦ ମିଟର ଜବର ଦଖଲ ଉଛେଦ

Thu Jun 18 , 2026
୨ଦିନ ବଢିଲା ଜବରଦଖଲ ଉଛେଦ ଅଭିଯାନ   ପଟ୍ଟାମୁଣ୍ଡାଇ, ୧୮/୬. ପଟ୍ଟାମୁଣ୍ଡାଇ କାଠିଆପଡା ରାସ୍ତା ପ୍ରଶସ୍ତିକରଣ ପାଇଁ ରାସ୍ତାର ଉଭୟ ପାର୍ଶ୍ୱ ଜବର ଦଖଲ ହୋଇଥିବାରୁ ରାସ୍ତା ନିର୍ମାଣ ରେ ବାଧା ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିର୍ଦେଶ ରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ଜବର ଦଖଲ ହଟାଇବା ପାଇଁ ସରକାରୀ ଭାବେ ମାପ ଚୁପ କରାଯାଇଥିଲା I ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ସରକାରୀ ବାଳିକା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading