ଚାମେଲିଙ୍କୁ ଭେଟିଲେ ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ

blank
କେନ୍ଦ୍ରାପଡ଼ା,୧୭ା୬:କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ ଚାମେଲିଙ୍କୁ ମଙ୍ଗଳବାର ଡାକ୍ତରଖାନାରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତାଙ୍କୁ ଉପଯୁକ୍ତ ଚିକିତ୍ସା କରିବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବ ଅପେକ୍ଷା ଭଲ ରହିଥିବା ଡାକ୍ତରଖାନା ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇଥିଲା। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିବେ। ସରକାର ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଗତକାଲି ଜଣଙ୍କୁ ଗିରଫ କରାଯାଇଛି। ଯେଉଁମାନେ ବାସ୍ତବିକ ଅଭିଯୁକ୍ତ ସେମାନେ ନିଶ୍ଚିତ ଭାବେ ଗିରଫ ହେବା ଉଚିତ। ଯେଉଁମାନେ ଭୁଲ କରିଛନ୍ତି ସରକାର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଲୋକେ ସରକାରଙ୍କ ଉପରେ ଭରସା ରଖିବା ଉଚିତ ବୋଲି ଶ୍ରୀମତୀ ନାୟକ କହିଛନ୍ତି।

Next Post

ରାଜ୍ୟ ସରକାରଙ୍କ ସଫଳତା ବଖାଣିଲେ ମନ୍ତ୍ରୀ

Thu Jun 18 , 2026
କେନ୍ଦ୍ରାପଡ଼ା,୧୮ା୬:ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଉତ୍ସବରେ ଯୋଗଦେବା ପାଇଁ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଆସିଥିବା ଉଚ୍ଚଶିକ୍ଷା,କ୍ରୀଡା ଓ ଯୁବସେବା ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା, ଜିଲ୍ଲାସ୍ତରୀୟ ସମ୍ମିଳନୀ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading