କେନ୍ଦ୍ରାପଡ଼ା,୬ା୫ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜମିକୁ ବେଆଉଇନ ଭାବେ ଜବରଦଖଲ କରିବା ଉଦ୍ୟମକୁ କଲେଜ ପକ୍ଷରୁ ବିରୋଧ କରାଯାଇଛି। ଏଭଳି କାର୍ଯ୍ୟକୁ ବିରୋଧକରି କଲେଜ ଅଧ୍ୟକ୍ଷ ପ୍ରଫେସର ଡ. ସଞ୍ଜୀବ କୁମାର ମହାନ୍ତି କେନ୍ଦ୍ରାପଡା ଟାଉନ ଥାନାରେ ସୋମବାର ରାତିରେ ଏତଲା ଦେଇଛନ୍ତି। ଅଧ୍ୟକ୍ଷ ଟାଉନଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ଜଣେ ବ୍ୟକ୍ତି ଗୁଆଳସିଂ ମୈାଜାରେ ଥିବା କଲେଜର ଜମିକୁ ବେଆଇନ ଭାବେ ନିଜ ଦଖଲକୁ […]
କେନ୍ଦ୍ରାପଡ଼ା,୬ା୫:କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କ ବାଇକ ଡିକିରୁ ୪ ଲକ୍ଷ ୫୩ ହଜାର ଟଙ୍କା ଲୁଟ୍ ହୋଇଛି। ଲୁଟ୍ର ଶିକାର ହୋଇଛନ୍ତି ଏକ ସିମେଣ୍ଟ ଗୋଦାମର ମ୍ୟାନେଜର ଭାବଗ୍ରାହୀ ସାହୁ। ଲୁଟ୍ ହେବା ପରେ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହାସହ ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼ ଓ ଟାଉନ୍ ଥାନା ଇନ୍ସପେକ୍ଟର ଦିଲ୍ଲୀପ ସାହୁ ଘଟଣା ସ୍ଥଳରେ […]
କେନ୍ଦ୍ରାପଡ଼ା,୬ା୫: କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ(ଶେଷ) ଲିଗ ମ୍ୟାଚ୍ ସ୍କୁଲ-ଇ ଓ ସ୍କୁଲ-ଡି ମଧ୍ୟରେ ଖେଳାଯାଇଥିଲା । ସ୍କୁଲ-ଇ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୨୫.୫ ଓଭରରେ ୬୦ ରନ୍ କରିଥିଲେ। ଜବାବରେ ସ୍କୁଲ-ଡି ୯ ଓଭରରେ ଗୋଟିଏ ଉଇକେଟ ହରାଇ ୬୩ ରନ୍ କରି ଅଲଆଉଟ […]
କେନ୍ଦ୍ରାପଡା,୬ା୫: ସମ୍ବିଧାନ ବଞ୍ଚାଅ ରାଲି ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ମେ ମାସ ୯ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରୁ କଜଳା ସ୍ଥିତ ଜିଲ୍ଲା କଂଗ୍ରେସ […]
ନୂଆଦିଲ୍ଲୀ,୫/୫ଭାରତର ଇଂରାଜୀ ନାମ ଇଣ୍ଡିଆ ମଧ୍ୟ ସିନ୍ଧୁ ନଦୀର ଇଂରାଜୀ ନାମ ଇଣ୍ଡସ୍ରୁ ଉଦ୍ଧୃତ । ସଂସ୍କୃତ ଭାଷାରେ ଏହି ନଦୀକୁ ସିନ୍ଧୁ ଓ ପାର୍ସୀ ଭାଷାରେ ଏହି ନଦୀକୁ ହିନ୍ଦୁ ବୋଲି କୁହାଯାଏ । ସଂସ୍କୃତରେ ସିନ୍ଧୁ ଶବ୍ଦର ଅର୍ଥ ହେଲା ସାଗର, ମହାସାଗର ଅଥବା କୌଣସି ବୃହତ ଜଳାଶୟ । ପରବର୍ତ୍ତୀ ସମୟରେ ପାରସ୍ୟ ଭାଷାରେ ସିନ୍ଧୁ ନଦୀକୁ ଦରିଆ ବୋଲି ମଧ୍ୟ ନାମିତ କରାଯାଇଛି । […]
ରାଜ୍ୟ ଗୁଡିକୁ କେନ୍ଦ୍ରର଼ ନିର୍ଦ୍ଦେଶ , ବିମାନ ଆକ୍ରମଣ ସାଇରନ ସକ୍ରିୟ ରଖନ୍ତୁ , ବ୍ଲାକଆଉଟ୍ ଓ ସୁରକ୍ଷା ଅଭ୍ୟାସ କରନ୍ତୁ ନୂଆଦିଲ୍ଲୀ,୫/୫- ବଢିଲା ଯୁଦ୍ଧ ଆଶଙ୍କା। ଯୁଦ୍ଧ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଭାରତ-ପାକିସ୍ତାନ ମଧ୍ୟରେ ପ୍ରବଳ ଉତ୍ତେଜନା ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟଗୁଡ଼ିକୁ ମକଡ୍ରିଲ୍ କରିବାପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ […]
ପଟ୍ଟାମୁଣ୍ଡାଇ ତା ୭/୫- ରାଜ୍ୟ ବିଜେଡି ସଂଖ୍ୟାଲଘୁସେଲର ଟାଣୁଆ ନେତ୍ରୀ ଦୃଢ଼ ସଂଗଠିକା ଋଜୁୱାନା ବେଗମକୁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ସହ ଆବାହକ ଭାବେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟନାୟକ ନିଯୁକ୍ତି ଦେଇଛନ୍ତି I ପଟ୍ଟାମୁଣ୍ଡାଇ ଅଂଚଳର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ସାଧାରଣ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ଋଜୁୱାନା ପରବର୍ତୀ ସମୟରେ ସକ୍ରିୟ ରାଜନୀତିରେ ପାଦ ଦେଇ ପଟ୍ଟାମୁଣ୍ଡାଇ ପୌର ପରିଷଦ ୧୧ନଂ ୱାର୍ଡରୁ […]
କେନ୍ଦ୍ରାପଡା,୫ା୫: କେନ୍ଦ୍ରାପଡ଼ା ସଦର ମହକୁମାରେ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ଣ ୭ ଘଟିକାଠାରୁ ୧୦ ଘଟିକା ପର୍ଯ୍ୟନ୍ତ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ୍ହଲ୍ଠାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁ, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, କେନ୍ଦ୍ରାପଡା ବିଡିଓ ଅଭିଷେକ ସ୍ୱାଇଁ, […]
କେନ୍ଦ୍ରାପଡ଼ା,୫ା୫: କେନ୍ଦ୍ରାପଡ଼ାରେ ନୂତନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଫକିର ମୋହନ ମାଝି ସୋମବାର ପୂର୍ବାହ୍ନରେ ଯୋଗଦେଇଛନ୍ତି। ସେ ଏହା ପୂର୍ବରୁ ଭଞ୍ଜନଗର ଓ ରେଢାଖୋଲରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଏବଂ ସମ୍ବଲପୁରରେ ଦୀର୍ଘ ୩ ବର୍ଷ ଧରି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରି ପ୍ରଶଂସିତ ହୋଇଛନ୍ତି। ରାଜ୍ୟ […]
କେନ୍ଦ୍ରାପଡ଼ା,୫ା୫: କେନ୍ଦ୍ରାପଡ଼ା ବ୍ଲକ ଗୁଲନଗର ଗ୍ରାମ ପଞ୍ଚାୟତ ଖଇରାବାଦ ଗ୍ରାମର ଦଳିତ ଯୁବକ ଗୋବିନ୍ଦ ଚନ୍ଦ୍ର ମଲିକ ବୃତ୍ତିରେ ଜଣେ ଦିନ ମଜୁରୀଆ । ପରଘରେ କାମକଲେ ନିଜ ତେଲ ଲୁଣ ସଂସାର ଚଳିଥାଏ । ସେ ଜଣେ ୱାର୍ଡ ମେମ୍ବର ମଧ୍ୟ ଦୀର୍ଘ ୮ ବର୍ଷରୁ ଉର୍ଦ୍ଧ୍ୱ ହେବ ରାସନ କାର୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କର ରାସନ କାର୍ଡ ହୋଇପାରୁନାହିଁ । ସେ ବାରମ୍ବାର ବ୍ଲକଠାରୁ […]