
କେନ୍ଦ୍ରାପଡ଼ା,୬ା୫: କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ(ଶେଷ) ଲିଗ ମ୍ୟାଚ୍ ସ୍କୁଲ-ଇ ଓ ସ୍କୁଲ-ଡି ମଧ୍ୟରେ ଖେଳାଯାଇଥିଲା । ସ୍କୁଲ-ଇ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୨୫.୫ ଓଭରରେ ୬୦ ରନ୍ କରିଥିଲେ। ଜବାବରେ ସ୍କୁଲ-ଡି ୯ ଓଭରରେ ଗୋଟିଏ ଉଇକେଟ ହରାଇ ୬୩ ରନ୍ କରି ଅଲଆଉଟ ହୋଇଯାଇଥିଲେ। ଫଳରେ ଏଥିରେ ସ୍କୁଲ-ଡି ୯ଉଇକେଟରେ ବିଜୟୀ ହୋଇଛି। ସ୍କୁଲ-ଡି ଦଳର ସ୍ୱପିଲ ରଣା ବ୍ୟାଟିଂ କରି ୨୬ବଲରେ ୨ଟି ଚୌକା ସହ ୧୫ରନ କରିଥିବା ବେଳେ ୬.୫ଓଭର ବୋଲିଂ କରି ୧ଟି ମେଡେନ ସହ ୧୫ରନ ଦେଇ ୪ଟି ଉଇକେଟ ଅକ୍ତିଆର କରି ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲେ। ସେହିପରି ଶୁଭମ ମହାରଣା ମ୍ୟାନ ଅଫ ସିରିଜ ହୋଇଥିଲେ । ଅତିଥି ଭାବେ ସେକ ସଇଫୁଲ୍ଲା ଓ ଅକିଲ ଅହମଦ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିବା ସ୍ୱପିଲଙ୍କୁ ଓ ମ୍ୟାନ ଅଫ ଦି ସିରିଜ ହୋଇଥିବା ଶୁଭମଙ୍କୁ ଟ୍ରଫି ପ୍ରଦାନ କରିଥିଲେ। କଲିକତାରର ବିଶ୍ୱାସ ସ୍ପୋର୍ସ ପକ୍ଷରୁ ମ୍ୟାନ ଅଫ ଦି ସିରିଜ ହୋଇଥିବା ବିଜେତାକୁ ବ୍ୟାଟ ପ୍ରଦାନ କରିଥିଲେ । ବିଶ୍ୱଜିତ ଅଧିକାରୀ ଓ ରାଜେଶ ପାତ୍ର ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ଚିରଞ୍ଜିବୀ ବଳ କାର୍ଯ୍ୟ ତୁଲାଇଥିବା ବେଳେ ବରଦା କାନ୍ତ ବରାଳ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ନେତୃତ୍ୱରେ ଆକବର ଅଲ୍ଲୀ ଖାଁ, ସମିର କୁମାର ମହାପାତ୍ର, ଅସିତ ଦାସ ପ୍ରମୁଖ ଖେଳ ପରିଚାଳନା କରିଥିଲେ।
