‘ମେ୯’ ଜିଲ୍ଲା କଂଗ୍ରେସର ସମ୍ବିଧାନ ବଞ୍ଚାଅ ରାଲି

blank
କେନ୍ଦ୍ରାପଡା,୬ା୫: ସମ୍ବିଧାନ ବଞ୍ଚାଅ ରାଲି ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ ଭବନରେ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି ମେ ମାସ ୯ ତାରିଖ ଦିନ ଅପରାହ୍ନ ୪ ଘଟିକା ସମୟରୁ କଜଳା ସ୍ଥିତ ଜିଲ୍ଲା କଂଗ୍ରେସ ଭବନଠାରୁ ଏକ ବିରାଟ ପଦଯାତ୍ରା ବାହାରି ସହର ପରିକ୍ରମା କରିବା ସହିତ ମୁନିସିିପାଲିଟି ଟାଉନ୍ ହଲ୍‌ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଉକ୍ତ ସଭାରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ଶାନ୍ତାୟନ ମିଶ୍ର, ଜିଲ୍ଲାର ପୂର୍ବତନ ଦଳୀୟ ବିଧାୟକ, ଗତ ନିର୍ବାଚନରେ ଲୋକସଭା, ବିଧାନସଭା କ୍ଷେତ୍ରର ଦଳୀୟ ପ୍ରାର୍ଥୀ ଓ ଜିଲ୍ଲାର ବରିଷ୍ଠ ନେତୃମଣ୍ଡଳୀ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଆଜିର ବୈଠକରେ ଜିଲ୍ଲା କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଲୋକସଭା ପ୍ରାର୍ଥୀଙ୍କ ପ୍ରତିନିଧି ଆଶୀଷ ଲେଙ୍କା, ପୂର୍ବତନ ବିଧାୟିକା ଡଃ ସିପ୍ରା ମଲ୍ଲିକ, ଆଳିର କଂଗ୍ରେସ ପ୍ରାର୍ଥିନୀ ଡଃ ଦେବସ୍ମିତା ଶର୍ମା, ରାଜନଗର ବିଧାୟକ ପ୍ରାର୍ଥୀ ଅଶୋକ କୁମାର ପ୍ରତିହାରୀ, ମହାକାଳପଡାର ବିଭ୍ରାଂଶୁ ଶେଖର ଲେଙ୍କା, ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ କୁମାର ମହାନ୍ତି, ଫକୀର ଚରଣ ଖଟୁଆ, ବାବୁରାମ ଜେନା, ମଳୟ ଦାସ, ନିରଞ୍ଜନ ରାଉତ, ଅପର୍ଣ୍ଣା ମିଶ୍ର, ରତିକାନ୍ତ ବେହେରା, ହଳଧର ସେଠୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ପ୍ରଭାରୀ ଶାନ୍ତାୟନ ମିଶ୍ର ସମସ୍ତ ବିଷୟ ପ୍ରତି ଧ୍ୟାନ ଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତ ନେତୃମଣ୍ଡଳୀ, ବରିଷ୍ଠ ସଦସ୍ୟ ଓ ସମସ୍ତ କର୍ମୀ ଏବଂ ସର୍ବୋପରି କେନ୍ଦ୍ରାପଡାର ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ ।

Next Post

ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶେଷ ଲିଗ୍ ମ୍ୟାଚରେ ସ୍ୱପିଲ ରଣା ମ୍ୟାନ ଅଫ ଦି ମ୍ୟାଚ

Tue May 6 , 2025
କେନ୍ଦ୍ରାପଡ଼ା,୬ା୫: କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ (୧୫ବର୍ଷରୁ କମ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ(ଶେଷ) ଲିଗ ମ୍ୟାଚ୍ ସ୍କୁଲ-ଇ ଓ ସ୍କୁଲ-ଡି ମଧ୍ୟରେ ଖେଳାଯାଇଥିଲା । ସ୍କୁଲ-ଇ ପ୍ରଥମେ ଟସ ଜିତି ବ୍ୟାଟିଂ କରି ୨୫.୫ ଓଭରରେ ୬୦ ରନ୍ କରିଥିଲେ। ଜବାବରେ ସ୍କୁଲ-ଡି ୯ ଓଭରରେ ଗୋଟିଏ ଉଇକେଟ ହରାଇ ୬୩ ରନ୍ କରି ଅଲଆଉଟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading