
ପଟ୍ଟାମୁଣ୍ଡାଇ ତା ୭/୫- ରାଜ୍ୟ ବିଜେଡି ସଂଖ୍ୟାଲଘୁସେଲର ଟାଣୁଆ ନେତ୍ରୀ ଦୃଢ଼ ସଂଗଠିକା ଋଜୁୱାନା ବେଗମକୁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲର ସହ ଆବାହକ ଭାବେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟନାୟକ ନିଯୁକ୍ତି ଦେଇଛନ୍ତି I ପଟ୍ଟାମୁଣ୍ଡାଇ ଅଂଚଳର ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ସାଧାରଣ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ଋଜୁୱାନା ପରବର୍ତୀ ସମୟରେ ସକ୍ରିୟ ରାଜନୀତିରେ ପାଦ ଦେଇ ପଟ୍ଟାମୁଣ୍ଡାଇ ପୌର ପରିଷଦ ୧୧ନଂ ୱାର୍ଡରୁ ବିଜେଡି କାଉନସିଲର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦୀତା କରି ପରାସ୍ତ ହୋଇ ଥିଲେ I ଏହା ପରେ ନିଜର ସାଙ୍ଗଠନିକ ଦକ୍ଷତା ପାଇଁ ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ସାଧାରଣ ସମ୍ପାଦିକା,ରାଜ୍ୟ ମହିଳା ବିଜେଡି ଉପସଭାପତି, ବିଜେଡି ରାଜ୍ୟ ପରିଷଦ ସଦସ୍ୟ କେନ୍ଦ୍ରାପଡ଼ା ଜିଲ୍ଲା ସଂଖ୍ୟାଲଘୁ ସେଲ କାର୍ଯ୍ୟ କାରୀ ସଭାପତି, ବିଭିନ୍ନ ନିର୍ବାଚନରେ ଦଳୀୟ ପର୍ଯ୍ୟବେକ୍ଷକ, ଆଦି କାର୍ଯ୍ୟ କରି ନିଜର ଲୋକ ପ୍ରିୟତା ଓ ସାଙ୍ଗଠନିକ ଦକ୍ଷତାର ପରିଚୟ ଦେଇଛନ୍ତି I ଏଥି ସହିତ ମହିଳା ସଶକ୍ତିକରଣ ଦିଗରେ କାର୍ଯ୍ୟ କରୁଥିବାରୁ ଋଜୁୱାନା ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ସଦସ୍ୟା ଭାବେ କାର୍ଯ୍ୟ କରିଛନ୍ତି I ସମ୍ପ୍ରତି ଋଜୁୱାନା ରାଜ୍ୟ ବିଜେଡି ସଂଖ୍ୟା ଲଘୁ ସେଲ ସହ ଆବାହକ ଭାବେ ନିଯୁକ୍ତି ପାଇଥିବାରୁ ସେ ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ବିଜେଡିର ସମସ୍ତ ସାଂସଦ, ବିଧାୟକ ଓ ଦଳୀୟ କର୍ମକର୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି I ନୂତନ ନିଯୁକ୍ତି ପାଇଁ ରାଜ୍ୟ ବିଜେଡି କର୍ମକର୍ତ୍ତା, ଦଳୀୟ ସାଂସଦ ଓ ବିଧାୟକ ଋଜୁୱାନାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି I
