ବିପୁଳ ପରିମାଣରେ ଚୋରା ମଦ ଜବତ, ୨  ମହିଳା ସମେତ ୯ କୋର୍ଟ ଚାଲାଣ

blank

କେନ୍ଦ୍ରାପଡା ଜିଲା ବିଭିନ୍ନ ବ୍ଲକରେ ଦିନକୁ ଦିନ ଚୋରା ମଦ କାରବାର ବଢ଼ିବାରେ ଲାଗିଛି । ବାରମ୍ବାର ଚଢ଼ାଉ ପରେ ମଧ୍ୟ ଚୋରା ମଦ ବିକ୍ରି ବନ୍ଦ ହେଉନାହିଁ । ଏନେଇ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବର ମାର୍ଶାଘାଇ ଥାନା ଅଧିନ  ବିଭିନ୍ନ ସ୍ଥାନରେ  ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ କରିବା ସହ ୨ ଜଣ ମହିଳାଙ୍କ ସମେତ ୯ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ପ୍ରତିଦିନ ଏହିଭଳି ଚଢ଼ାଉ ଜାରି ରହିବ ବୋଲି ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ମାର୍ଶାଘାଇ ଅଞ୍ଚଳରେ ଚୋରା ମଦ ବିକ୍ରି ହେଉଥିବାର ନେଇ ବିଶେଷ ସୁତ୍ରରୁ ଅବକାରୀ ବିଭାଗ ଖବର ମିଳିଥିଲା । ଜିଲ୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ବିପ୍ରଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ ମାର୍ଶାଘାଇ ଅଞ୍ଚଳରେ ଚଢାଉ କରି ପ୍ରଭାକରପୁର  ଗ୍ରାମର ଜଗନ୍ନାଥ ଖିଲାର ଠାରୁ ୧୩୦ ଲିଟର ଦେଶୀ ମଦ, ଲିଲି ଖିଲାରଙ୍କ ଠାରୁ ୧୫୦  ଲିଟର ଦେଶୀ ମଦ, ସର୍ବେଶ୍ଵର ଖିଲାରଙ୍କ ଠାରୁ ୨୦ ଲିଟର ଦେଶୀ ମଦ, ରବି ଖିଲାର ଠାରୁ ୧୬୦ ଲିଟର ଦେଶୀ ମଦ, ତୁଳସୀ ପୁର ଗ୍ରାମର ବିକାଶ ସାହୁଙ୍କ ଠାରୁ ୮ ଲିଟର ଦେଶୀ ମଦ ଏବଂ ଭିତରସୁବଳ ଗ୍ରାମର ତୁଷର ରାଉତଙ୍କ ଠାରୁ ୪୬୦ ଲିଟର ଦେଶୀ ମଦ ଜବତ କରିଛି ।

ସେହିପରି କେନ୍ଦ୍ରାପଡ଼ା ଉପ ଜିଲ୍ଲପାଳଙ୍କ ନିର୍ଦ୍ଦେଶକ୍ରମେ ତାଳଚୁଆ ମେରେଇନ ଥାନା ଅଧୀନସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ  ରାଜେନ୍ଦ୍ରନଗର ଗ୍ରାମର ଭାନୁ ପରିଡାଙ୍କ ଠାରୁ ୧୧ ଲିଟର ଦେଶୀ ମଦ, ଶିବା ବେରାଙ୍କ ଠାରୁ ୬ ଲିଟର ଦେଶୀ ମଦ ଏବଂ ପ୍ରଭତି ଗ୍ରାମର ଭାରତୀ ଦାସଙ୍କ ଠାରୁ ୫  ଲିଟର ବିଦେଶୀ ମଦ ଜବତ କରି ସେମାନଙ୍କୁ ଗିରଫ କରାଯାଇଛି । ଏମାନଙ୍କ ପାଖରୁ ସମୁଦାୟ  ୯୫୦ ଲିଟର ଚୋରା ଦେଶୀ ଓ  ବିଦେଶୀ ମଦ ଜବତ କରାଯାଇ ୨ ମହିଳା ସମେତ ୯  ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ନିରିକ୍ଷକ କହିଛନ୍ତି । ଏହି  ଚଢ।ଉରେ ଅବକାରୀ ନିରିକ୍ଷକ ହିତାଂଶୁ ଶେଖର ମଲିକ,ଉପ ନିରିକ୍ଷକକଳ୍ପନା ରାଉତ, ସହ ଉପନିରିକ୍ଷକ ପ୍ରଦୀପ କୁମାର ମଳିକ, ଜଗନ୍ନାଥ ବେଶ୍ର।, ଲିକନ ମହାରଣା ସମେତ ଅନ୍ୟ  କର୍ମଚାରୀ ସାମିଲ ଥିଲେ ।

Next Post

ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ କେନ୍ଦ୍ରାପଡା ବ୍ଲକ ଓ ନଗର ବିଜେଡିର ପ୍ରତିବାଦ ରାଜ୍ୟପାଳଙ୍କୁ ଦାବିପତ୍ର

Tue Mar 4 , 2025
କେନ୍ଦ୍ରାପଡା,୧ା୪: ପଞ୍ଚାୟତିରାଜ ଦିବସ ପରିବର୍ତ୍ତନକୁ ପ୍ରତିବାଦ କରି ବ୍ଲକ ଓ ନଗର ବିଜୁ ଜନତା ଦଳ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ଯେ ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇ ମାର୍ଚ୍ଚ ୫ ତାରିଖ ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯିବ ନାହିଁ ବୋଲି ଗତକାଲି ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ । ଓଡିଶାର ବରପୁତ୍ର ତଥା ରାଷ୍ଟ୍ରନାୟକ ବିଜୁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading