କେନ୍ଦ୍ରାପଡ଼ା,୧୭ା୩: ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥକୁ ୮ଲେନ ବିଶିଷ୍ଟ ରାଜପଥରେ ପରିଣତ କରାଯିବା ପାଇଁ ରାସ୍ତା ନିର୍ମାଣ ଚାଲିଛି। ଏହି ରାସ୍ତା ନିର୍ମାଣରେ ବ୍ୟବହୃତ ହେଉଥିବା କେନ୍ଦ୍ରାପଡାର ମାଟି ଓ ବାଲିକୁ ବନ୍ଦ କରାଯିବା ନିମନ୍ତେଌିଲ୍ଲାପାଳଙ୍କ ନିକଟରେ ଦାବି କରିଛି ମାଟି ବାଲି ପାଣି ସୁରକ୍ଷା ମଞ୍ଚ,କେନ୍ଦ୍ରାପଡା। ମଞ୍ଚ ପକ୍ଷରୁ ଆଇନଜୀବୀ ବିଧୁଭୂଷଣ ମହାପାତ୍ର କହିଛନ୍ତି ଯେ ଏହି ରାସ୍ତା ନିର୍ମାଣରେ ମାଟି ବ୍ୟବହାରକୁ ସଂପୂର୍ଣ୍ଣରୂପେ ବନ୍ଦ କରାଯିବା ସହିତ ଗତ ୫ମାସ ମଧ୍ୟରେ ଜିଲ୍ଲାର ବିଭିନ୍ନ ନଦୀରୁ ଚୋରି ହୋଇଥିବା ୪ଶହ କୋଟି ଟଙ୍କା ବାଲିର ତଦନ୍ତ ପାଇଁ ଖଣି ଅଧିକାରୀଙ୍କ ମୋବାଇଲ ଓ ସେ ବ୍ୟବହାର କରୁଥିବା ଗାଡିର ଲଗ୍ବୁକ୍କୁ ତଦନ୍ତ କରାଯିବା ସହ ଡ୍ରୋନସର୍ଭେ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରାଯାଉ। ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ ଗତ ୭ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ସେଥିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଉଭୟ କହିଥିଲେ ଯେ ବେଆଇନ ଭାବେ ଚାଲିଥିବା ନାଲିଇଟା ନିର୍ମାଣକୁ ବନ୍ଦ କରାଯିବା, ଚୋରା ବାଲି ଚାଲାଣ ଓ ମାଟି ଖୋଳା ଉପରେ ରୋକ ଲଗାଇବା ନିମନ୍ତେ ୭ଟି ସ୍କ୍ୱାର୍ଡ ଗଠନ କରିଥିଲେ। ସେହି ସ୍କ୍ୱାର୍ଡ ୭ଟି ସାମାନ୍ୟ ଚଳଚଞ୍ଚଳ ହୋଇପଡିବାରୁ ରାସ୍ତାଘାଟ ଶୁଖିଲା ରହିବା ସାଙ୍ଗକୁ ଦୂର୍ଘଟଣା କମିଯାଇଛି। ସମଗ୍ର ରାଜ୍ୟରେ ଫ୍ଲାଏ ଆସ, ମୋରମ ଓ ପଥରଗୁଣ୍ଡରେ ରାସ୍ତା ନିର୍ମାଣ କରାଯିବାକୁ ନିର୍ଦେଶ ରହିଥିବା ବେଳେ କେନ୍ଦ୍ରାପଡାରେ ନଦୀ ବାଲି, ଜାତୀୟ ରାଜପଥ ଓ ରେଳପଥ କଡରୁ ଲକ୍ଷ ଲକ୍ଷ ଟ୍ରିପ ମାଟି ଉଠା ଚାଲିଥିବା ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି। ୨୦୨୪ମସିହା ମାର୍ଚ୍ଚମାସ ୧୭ତାରିଖରୁ ପୂର୍ବତନ ଜିଲ୍ଲାପାଳ ମାଟି ଓ ବାଲି ପକାଇ ରାସ୍ତା ପୋତିବାକୁ ବନ୍ଦ କରିଥିବା ବେଳେ କିଭଳି ଭାବେ ଚଣ୍ଡିଖୋଲ- ପାରାଦୀପ ଜାତୀୟ ରାଜପଥ ନିର୍ମାଣରେ ଏବେବି ମାଟି ଓ ବାଲି ବ୍ୟବହାର କରାଯାଉଛି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ମାର୍ଶାଘାଇ, ଡେରାବିଶ ଓ କେନ୍ଦ୍ରାପଡା ସଦର ଥାନାରେ ଚୋରା ମାଟି ଓ ଚୋରା ବାଲିରେ ଏହି ଜାତୀୟ ରାଜପଥ ନିର୍ମାଣ କରାଯାଉଥିବା ନେଇ ଅଭିଯୋଗ କରାଯାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଶ୍ରୀ ମହାପାତ୍ର କହିଛନ୍ତି। ଜିଲ୍ଲାର ପ୍ରତ୍ୟେକ ନଦୀକୁ ଡ୍ରୋନ ସାହାଯ୍ୟରେ ସର୍ଭେ କରାଗଲେ କେତେ ପରିମାଣର ବାଲି ସେଠାରୁ ଉତ୍ତୋଳନ କରାଯାଇଛି ଏବଂ ଜାତୀୟ ରାଜପଥର ଟୋଲଗେଟ ରେକର୍ଡ ଯାଞ୍ଚ କରାଗଲେ କେତେ ଫ୍ଲାଏଆସ ଆସିଛି ତାହାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏସମସ୍ତ ଘଟଣାର ଏକ ବିଧିବଦ୍ଧ ତଦନ୍ତ କରାଯିବାକୁ ଆଇନଜୀବୀ ଶ୍ରୀ ମହାପାତ୍ର ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
Next Post
କେନ୍ଦ୍ରାପଡା ମହାବିଦ୍ୟାଳୟକୁ ମିଳୁ ବିଶ୍ୱବିଦ୍ୟାଳୟ ମାନ୍ୟତା
Mon Mar 17 , 2025
କେନ୍ଦ୍ରାପଡ଼ା, ୧୭ା୩: ସମାନ କାମ ପାଇଁ ସମାନ ଦରମା ଏବଂ ସମାନ ପଦବୀ ନୀତି ହେଉ। ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟ ଗୁଡିକୁ ସରକାରୀ ଘୋଷଣା କରାଯାଉ। ଜିଲ୍ଲାର ସର୍ବ ପୁରାତନ ଶିକ୍ଷାନୁଷ୍ଠାନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳୁ ବୋଲି ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ଜିଲ୍ଲା ବୈଠକରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଗାନ୍ଧୀ ଭବନରେ ଅନୁଷ୍ଠିତ ହୋଇଥିଲା। ପଟ୍ଟାମୁଣ୍ଡାଇ […]

ଲୋକମତ
- 2 months ago
ଏସ କେ ଉଚ୍ଚ ବିଦ୍ୟାଳୟ ରେ ଗୁରୁ ପୂଜନ ଓ ବନ୍ଧୁ ମିଳନ
- 11 months ago
ଛାତ୍ରୀଙ୍କ ମୋବାଇଲକୁ ଆସିଥିଲା ୬୦ ଭିଡିଓ
- 5 months ago
ଅଢାଖଣ୍ଡ-ମଠସାହି ସ୍କୁଲରେ ମାତୃ ସମ୍ମିଳନୀ
