କେନ୍ଦ୍ରାପଡା ମହାବିଦ୍ୟାଳୟ ଜମିକୁ ଜବରଦଖଲ ଉଦ୍ୟମ ,ଥାନାରେ କଲେଜ ପକ୍ଷରୁ ଏତଲା,ସ୍ଥିତାବସ୍ଥା ଜାରି ରଖିବାକୁ ନିର୍ଦେଶ

blank

କେନ୍ଦ୍ରାପଡ଼ା,୬ା୫ : କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଜମିକୁ ବେଆଉଇନ ଭାବେ ଜବରଦଖଲ କରିବା ଉଦ୍ୟମକୁ କଲେଜ ପକ୍ଷରୁ ବିରୋଧ କରାଯାଇଛି। ଏଭଳି କାର୍ଯ୍ୟକୁ ବିରୋଧକରି କଲେଜ ଅଧ୍ୟକ୍ଷ ପ୍ରଫେସର ଡ. ସଞ୍ଜୀବ କୁମାର ମହାନ୍ତି କେନ୍ଦ୍ରାପଡା ଟାଉନ ଥାନାରେ ସୋମବାର ରାତିରେ ଏତଲା ଦେଇଛନ୍ତି। ଅଧ୍ୟକ୍ଷ ଟାଉନଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ଜଣେ ବ୍ୟକ୍ତି ଗୁଆଳସିଂ ମୈାଜାରେ ଥିବା କଲେଜର ଜମିକୁ ବେଆଇନ ଭାବେ ନିଜ ଦଖଲକୁ ନେବା ପାଇଁ ରବିବାର ରାତିରେ ବାଲି ପକାଇ ଛନ୍ତି। ଉକ୍ତବ୍ୟକ୍ତି ଜଣଙ୍କ କେତେକ ମିଥ୍ୟା କାଗଜାଦ ପ୍ରସ୍ତୁତ କରି କଲେଜର ସେହି ଜମିକୁ ହାତେଇ ନେବା ପାଇଁ କେନ୍ଦ୍ରାପଡା ସିଭିଲଜଜଙ୍କ ଅଦାଲତରେ ୧୭୮/୨୦୦୭ରେ ଏକ ମାମଲା ଦାୟର କରିଥିଲେ। କିନ୍ତୁ କଲେଜ ସେହି ମାମଲାରେ ଅଦାଲତରେ ନିଜର ପକ୍ଷ ରଖି ସମସ୍ତ ଆବଶ୍ୟକ କାଗଜପତ୍ର ଦାଖଲକରିବା ପରେ ଅଦାଲତ ଉକ୍ତ ମାମଲାକୁ ଖାରଜ କରିଦେଇଥିଲେ। ଏବେ ସଂପୃକ୍ତ ବ୍ୟକ୍ତିଜଣଙ୍କ ଅଦାଲତରୁ ଅସଫଳ ହେବା ପରେ ରାତିଅଧିଆ କଲେଜ ଜମି ଉପରେ ବାଲି ପକାଇ ଜୋରଜବରଦସ୍ତ ସେହି ଜମିକୁ ବେଆଇନ ଭାବେ ଦଖଲ କରିବାକୁ ଉଦ୍ୟମ କରିଛନ୍ତି। କଲେଜ ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ଏଭଳି ବେଆଇନ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଚେତାଇ ଦେଇଥିବା ଜଣାପଡିଛି। ଏହାବ୍ୟତିତ କଲେଜ ପକ୍ଷରୁ ଉପଖଣ୍ଡ ମ୍ୟାଜିଷ୍ଟ୍ରେଟ ତଥା ଉପଜିଲ୍ଲାପାଳଙ୍କ କୋର୍ଟରେ ଭାରତୀୟ ନ୍ୟାୟ ସଂହିତାର ୧୬୩ଧାରାରେ (କେଶନମ୍ବର- ୧୪୮/୨୦୨୫ରେ) ଏକ ମିସକେଶ ଦାଖଲ କରିବା ପରେ ଉପଜିଲ୍ଲାପାଳ ତାହାର ଶୁଣାଣି କରି ଟାଉନଥାନାକୁ ରିପୋର୍ଟ ପ୍ରଦାନ ପାଇଁ ନିର୍ଦେଶ ଦେବା ସହ ସଂପୃକ୍ତ ବ୍ୟକ୍ତି ଏହି ମାମଲାରେ ଉପଖଣ୍ଡ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟରେ ହାଜର ହେବା ପର୍ଯ୍ୟନ୍ତ ସେହି ଜମିର ସ୍ଥିତାବସ୍ଥା ବଜାୟ ରଖାଯିବା ପାଇଁ ନିର୍ଦେଶ ଦେଇଛନ୍ତି।

Next Post

ପଟ୍ଟାମୁଣ୍ଡାଇରେ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ , ଆତ୍ମରକ୍ଷା କୌଶଳ ଶିଖାଇଲେ ପୋଲିସ ଓ ଅଗ୍ନୀଶମ ବାହିନୀ

Wed May 7 , 2025
ପଟ୍ଟାମୁଣ୍ଡାଇ ୭/୫ – ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲା ପହଲଗାମରେ ଗତମାସ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ପରିସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଭାରତ ସରକାର ଦେଶର ଜନତାଙ୍କୁ ଜାଗ୍ରତ କରିବା ନେଇ ଯୁଦ୍ଧ ପ୍ରସ୍ତୁତି ପାଇଁ ମକ୍ ଡ୍ରିଲ୍ କରାଯାଇଛି। ଦେଶର ୨୪୪ଟି ଜିଲ୍ଲାରେ କରାଯାଇଥିବା ମକ୍ ଡ୍ରିଲ୍ ପାଇଁ ବୁଧବାର ସାଇରନ୍ ବାଜିଛି। ପ୍ରଥମ ସାଇରନ୍ ବାଜିବା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading