ମହାକାଳପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା , ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହେଲା ଦସ୍ତଖତ ମେଳକ

blank
କେନ୍ଦ୍ରାପଡ଼ା,୨୮ା୩-କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସମିତିସଭ୍ୟ ଓ ସରପଞ୍ଚଙ୍କ ଦସ୍ତଖତ ମେଳକ କରିଛନ୍ତି ଉପଜିଲ୍ଲାପାଳ। ଏ ନେଇ ଅନାସ୍ଥାରେ ଦସ୍ତଖତ କରିଥିବା ୪୨ ଜଣ ସମିତିସଭ୍ୟ ଓ ସରପଞ୍ଚ ଶୁକ୍ରବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସେମାନଙ୍କ ଦସ୍ତଖତ ମେଳ କରିଥିଲେ। ସମସ୍ତଙ୍କ ଦସ୍ତଖତ ମେଳ ଖାଇଥିଲା ବୋଲି ଉପଜିଲ୍ଲାପାଳ ଶ୍ରୀ ନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଏ ନେଇ ଆସନ୍ତା ଅପ୍ରେଲମାସ ୫ ତାରିଖରେ ମହାକାଳପଡ଼ା ବିଡିଓଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଉପରେ ମତଦାନ ହେବ। ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ନିଜର ବହୁମତ ସାବ୍ୟସ୍ତ କରି ନପାରିଲେ ସେ ତାଙ୍କ ପଦ ହରାଇବାର ଆଶଙ୍କା ରହିଛି। ସୂଚନା ଥାଉକି ଗତ ୨୦ ତାରିଖରେ ୪୨ ଜଣ ସମିତିସଭ୍ୟ ଓ ସରପଞ୍ଚ ପଞ୍ଚାୟତ ସମିତି ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୋଧରେ ଅନାସ୍ଥା ଆଣିଥିଲେ। ଏହାର ନକଲ ସେମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅଞ୍ଚଳର ଉନ୍ନତି ହୋଇପାରୁନାହିଁ। ଅନାସ୍ଥା ପ୍ରସ୍ତାବରେ ହୋଇଥିବା ଦସ୍ତଖତର ସତ୍ୟତା ଜାଣିବା ପାଇଁ ଉପଜିଲ୍ଲାପାଳ ଶୁକ୍ରବାର ଦସ୍ତଖତ ମେଳ କରିବା ପାଇଁ ଦିନ ଧାର୍ଯ୍ୟ କରିଥିଲେ। ଏଥିସହ ଯେଉଁମାନେ ଏଥିରେ ଦସ୍ତଖତ କରିଛନ୍ତି ସେମାନଙ୍କୁ ହାଜର ହେବା ପାଇଁ ସେ ନୋଟିସ ଦେଇଥିଲେ। ଉପଜିଲ୍ଲାପାଳଙ୍କ ନୋଟିସ ପାଇବା ପରେ ଅନାସ୍ଥାରେ ଦସ୍ତଖତ କରିଥିବା ସଭ୍ୟ/ସଭ୍ୟା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଉପଜିଲ୍ଲାପାଳ ଜଣ ଜଣ କରି ଦସ୍ତଖତକାରୀଙ୍କ ଦସ୍ତଖତ ଏକ ସାଦା କାଗଜରେ ନେଇଥିଲେ। ଏହାକୁ ପୂର୍ବ ଦସ୍ତଖତ ସହ ମେଳ କରାଇଥିଲେ। ଦସ୍ତଖତ ମେଳ ଖାଇଥିବା ଉପଜିଲ୍ଲାପାଳ କହିଛନ୍ତି।

Next Post

ସ୍ୱେଚ୍ଛାକୃତ ଅବସର ଗ୍ରହଣ କଲେ ସୁଜାତା ରାଉତ କାର୍ତିକେୟନ

Sat Mar 29 , 2025
ଭୁବନେଶ୍ୱର,୨୯/୩- ଦୁଇହଜାର ମସିହାର ଆଇଏଏସ ଅଧିକାରୀ ତଥା ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ସୁଜାତା ରାଉତ କାର୍ତିକେୟନ ଆଗୁଆ ଅବସର ନେଇଛନ୍ତି । ତାଙ୍କ ଆଗୁଆ ଅବସର ଆବେଦନକୁ ଗତକାଲି କେନ୍ଦ୍ର ସରକାର ଅନୁମୋଦନ କରିଥିବା ସୂଚନା ମିଳିଛି। ଏବେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ଖବର ପରେ ଏବେ ତାଙ୍କର ଆଗାମୀ ଷ୍ଟେପ ଉପରେ ସମସ୍ତଙ୍କ ନଜର ରହିଛି ।ସୁଜାତା ରାଉତ କର୍ତିକେୟନ ପାଣ୍ଡିଆନ ପ୍ରାୟ ଗୋଟେ ମାସ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading