ପଟ୍ଟାମୁଣ୍ଡାଇ ୧୫/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ଭାବେ ଅଜିତ ବାରିକ ଆଜି କାର୍ଯ୍ୟରେ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ଆନନ୍ଦପୁରରେ ବିଇଓ ରୂପେ କାର୍ଯ୍ୟ କରୁଥିଲେ। ନୂତନ ବ୍ଲକ ଶିକ୍ଷାଧିକାରୀ ଭାବେ ବିଦାୟୀ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂତନ ବିଇଓ ବାରିକ ପୂର୍ବରୁ ଦୀର୍ଘ ୬ବର୍ଷ ଧରି ରାଜନଗର ବ୍ଲକ ବି.ଆର.ସି.ସି ଭାବେ ଦକ୍ଷତାର କାର୍ଯ୍ୟ କରିଛନ୍ତି […]
କେନ୍ଦ୍ରାପଡ଼ା,୧୬ା୫: ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେସନ୍ ସିନ୍ଦୂରର ସଫଳତା ପରେ ଆଜି କେନ୍ଦ୍ରାପଡାଠାରେ ଭାରତୀୟ ବୀର ଯବାନମାନଙ୍କୁ ସେମାନଙ୍କ ସାହସିକ ପଦକ୍ଷେପକୁ ସମ୍ମାନ ଜଣାଇ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଏବଂ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ସକାଳ ୯ଟାରେ […]
କେନ୍ଦ୍ରାପଡ଼ା,୧୬ା୫: କେନ୍ଦ୍ରାପଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍ଓଏସ୍ ଗ୍ରୁପ୍ ଅଫ୍ ଇନ୍ଷ୍ଟିଚ୍ୟୁସନର ସଭାଗୃହରେ ଏକ ନିଆରା ପରମ୍ପରା ଆଧାରରେ ଆଜି ନର୍ସିଂ ସପ୍ତାହର ପଞ୍ଚମ ଦିନରେ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ପ୍ରତିଷ୍ଠିତ ସାଧୁସନ୍ଥମାନେ ଯୋଗ ଦେଇଥିଲେ । ବିରଜାକ୍ଷେତ୍ର ପରିକ୍ରମା ଅଧ୍ୟକ୍ଷ ବାବାଜୀ ଉଦୟନନ୍ଦ ଦାସ ପର୍ବତ ମହାରାଜ ଏହି ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ନର୍ସିଂ ଛାତ୍ରୀଛାତ୍ରମାନଙ୍କୁ ସ୍ୱାସ୍ଥ୍ୟ […]
କେନ୍ଦ୍ରାପଡ଼ା,୧୬ା୫: ଆଜି ଅପରାହ୍ନରେ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ, ରେଡ଼ିଓ ଭାବଗ୍ରାହୀ ଏବଂ ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସତୀର୍ଥର ସମ୍ପାଦକ କବି […]
କେନ୍ଦ୍ରାପଡ଼ା,୧୫ା୫:ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ୨୦୨୫ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ଟପ୍ପରମାନଙ୍କୁ ଶ୍ରୀବଳଦେବଜୀଉଙ୍କ ଯାତ୍ରୀ ନିବାସରେ ସମ୍ବର୍ନ୍ଧିତ କରାଯାଇଛି। ସଂଘ ସଭାପତି ଶରତ ଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ପହଲଗ୍ରାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ବ୍ୟକ୍ତିବିଶେଷ ଓ ଅପରେସନ ସିନ୍ଦୁରର ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଏ-ୱାନ୍ ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ୪୨ ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। […]
ପଟ୍ଟାମୁଣ୍ଡାଇ୧୫ା୫ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଗାଙ୍ଗପଡା ପଞ୍ଚାୟତର ସୋବଳା ଗାଁରେ ଅଗ୍ନିକାଣ୍ଡ ଘଟି ଦୈତାରୀ ଭୋଇଙ୍କ ୪ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଛି। ଘରେ ଧାନ ଚାଉଳ ଆସବାବପତ୍ର ଯାହା ଥିଲା ସବୁ ନିଆଁରେ ପୋଡ଼ିଯାଇଛି। ନିଆଁର ଭୟାବହତା ଏତେ ପ୍ରଖର ଥିଲା ଯେ ନିଆଁ ଦାଉରୁ କିଛି ଜିନିଷପତ୍ର ଉଦ୍ଧାର କରାଯାଇପାରି ନଥିଲା। ଅପରାହ୍ନ ୧୨ଟା ସମୟରେ ବିଦ୍ୟୁତ ସଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। […]
କେନ୍ଦ୍ରାପଡ଼ା,୧୫ା୫ : ଭାରତ ପାକ୍ ଯୁଦ୍ଧରେ ଅସୀମ ବୀରତ୍ୱ ଓ ଦେଶଭକ୍ତିର ପରାକାଷ୍ଠା ଦେଖାଇ ସହୀଦ ହୋଇଥିବା ବୀର ଜବାନଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ କମିଟି। ଏହି ଉପଲକ୍ଷେ କେନ୍ଦ୍ରାପଡା ସହରର କଜଳାସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଫୁଲ୍ଲ କୁମାର ଦାସଙ୍କ ନେତୃତ୍ୱରେ କଂଗ୍ରେସ ଦଳର ନେତା […]
କେନ୍ଦ୍ରାପଡ଼ା,୧୪ା୫: କେନ୍ଦ୍ରାପଡ଼ାରେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଲୋକମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ କାଟ ସେମାନଙ୍କ ସମସ୍ୟାକୁ ଆହୁରି ଅଧିକ ବଢାଇ ଦେଇଛି। ବିଶେଷତଃ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ ଅଧିନ ୨ନମ୍ବର ସେକ୍ସନର ଭରତପୁର, ମେହେନ୍ଦିପୁର, ଖଣ୍ଡିଆବନ୍ଧ, ପାରାଚକ,ଦିଆନପାଟଣା, ଜଗନ୍ନାଥପୁର, କନ୍ତିଆ ପ୍ରଭୃତି ଅଞ୍ଚଳରେ ଦୈନିକ ବିଭିନ୍ନ ସମୟରେ ୧୦ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଘୋଷିତ ବିଦ୍ୟୁତ କାଟ ହେଉଛି। ଦୈନିକ ସକାଳ ୮ଟାରୁ ୧୧ଟା, […]
ପଟ୍ଟାମୁଣ୍ଡାଇ ତା୧୪/୫ -ସଦ୍ୟ ପ୍ରକାଶିତ ସିବିଏସସି ଦଶମ ପରୀକ୍ଷାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଣ୍ଢରା ଗ୍ରାମ ସିନ୍ଧୁମଲ୍ଲିକ ସାହିର ନାରାୟଣ ମଲ୍ଲିକଙ୍କ ନାତି ସୁଧାଂଶୁ ମଲ୍ଲିକ ୯୮. ୮% ମାର୍କ ରଖି ଏ୧ ଗ୍ରେଡ଼ ପାଇ ସମଗ୍ର ଦିଲ୍ଲୀ ଅଞ୍ଚଳ (ଏନ ସି ଆର) ପ୍ରଥମ ସ୍ଥାନ ହାସଲ କରି ସମଗ୍ର ଓଡିଶାବାସୀ, କେନ୍ଦ୍ରାପଡ଼ା ଜିଲ୍ଲା ଓ ଜନ୍ମମାଟି ପଟ୍ଟାମୁଣ୍ଡାଇବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି। ଗୁଡ଼ଗାଁ ଆସସେଣ୍ଟ ପବ୍ଲିକ ସ୍କୁଲରେ […]
ପଟ୍ଟାମୁଣ୍ଡାଇ ୧୪/୫ – ଚଳିତ ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାରେ ପଟ୍ଟାମୁଣ୍ଡାଇ ଗ୍ଲୋବାଲ ବ୍ରିଲିଆଂଟ ସ୍କୁଲର ଛାତ୍ରୀଛାତ୍ର ମାନେ ବିଶେଷ ସଫଳତା ହାସଲ କରିଛନ୍ତି ।ଏହି ସ୍କୁଲର ୬ଜଣ ଛାତ୍ରୀଛାତ୍ର ଅନନ୍ୟ ସଫଳତା ହାସଲ କରି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ମାଟିକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକ ତରଡ଼ିପାଳ ଗ୍ରାମର ଗୋରଖ ପ୍ରସାଦ ଶର୍ମା ୯୩% ମାର୍କ ରଖି ଥିବା ବେଳେ ତିଥିତନ୍ମୟା ନାୟକ ୮୯%, […]