କେନ୍ଦ୍ରାପଡ଼ା,୨୪ା୫:କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଏରାପୁରୁଷୋତ୍ତମପୁର ନିକଟରେ ଗୋରୁ ଚାଲାଣ ରୋକିବା ସମୟରେ ଗୋରୁ ମାଫିଆ ଓ ଗାଡି ଚାଳକ ଫେରାର ହୋଇଯାଇଛନ୍ତି। ଫଳରେ ଗୋରୁ ଗାଡିକୁ ନିଜେ ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଚଳାଇ ଥାନାକୁ ଆଣିଛନ୍ତି। ଏହି ଘଟଣାକୁ ନେଇ ସମଗ୍ର ଜିଲ୍ଲାରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓ ସାହସକୁ ପ୍ରଶଂସା କରାଯାଇଛି। ସୂଚନା ଅନୁଯାୟୀ ଶନିବାର ରାତି ପ୍ରାୟ ୨ଟାରେ କେନ୍ଦ୍ରାପଡ଼ା ସଦରଥାନା […]

ପଟ୍ଟାମୁଣ୍ଡାଇ ୨୩/୫ -ବିଶ୍ୱବ୍ୟାପୀ ଶାନ୍ତିର ଆବଶ୍ୟକତା ଗଣମାଧ୍ୟମର ଭୂମିକା ବିଷୟବସ୍ତୁ ଉପରେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରିୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ‘ମିଡିଆ ବିଙ୍ଗ୍‌’ କାର୍ଯ୍ୟକ୍ରମ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଶଶିରେଖା ଭଉଣୀ ପରିଚାଳିତ କରି କହିଥିଲେ ଯେ ବିଶ୍ୱବ୍ୟାପୀ ଶାନ୍ତିର ଆବଶ୍ୟକତା ରହିଛି । ଗଣମାଧ୍ୟମ କ୍ଷେତ୍ରରେ ସକାରାତ୍ମକତା, ନୈତିକ ମୂଲ୍ୟବୋଧ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ ଗଣମାଧ୍ୟମ […]

ବାଲେଶ୍ୱର ସଦର ଥାନା ରେଲୱେ ଷ୍ଟେସନ ପଛ ପାଖ ଅଂଚଳରେ ପ୍ରେମକୁ ନେଇ ତୁମୁଳକାଣ୍ଡ ଘଟିଛି । ଯେଉଁଠି ତ୍ରିକୋଣ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। ପ୍ରେମିକାକୁ ନିଜର କରିବା ଏବଂ ବିବାଦର ମୀମାଂସା କରିବା ନାଁରେ ପ୍ରଥମ ପ୍ରେମିକ ଆସି ଦ୍ୱିତୀୟ ପ୍ରେମିକର ପରିବାର ଉପରେ ମରଣାନ୍ତକ ଆକ୍ରମଣ କରିଛି । ବିଚ୍ ରାସ୍ତାରେ ଧାରୁଆ କଟୁରୀରେ ଗୋଡ଼ାଇ ଗୋଡ଼ାଇ ହାଣିଛି। ଯୁବତୀଜଣକର ଦୁଇ ଜଣ […]

ପଟାମୁଣ୍ଡାଇ ୨୨/୩- – ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ଗୌରବମୟ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ୧୯୯୪ ମାଟ୍ରିକ ବ୍ୟାଚ ଛାତ୍ରୀଛାତ୍ରଙ୍କ ପକ୍ଷରୁ ଏକ ଗୁରୁ ପୂଜନ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଏମଏନ ହାଇସ୍କୁଲର ପୂର୍ବତନ ଶିକ୍ଷକ ଖଗେଶ୍ୱର ପରିଡା, ସଂଯୁକ୍ତା କୁଣ୍ଡ, ରବୀନ୍ଦ୍ର କୁମାର ସାହୁ, ଚତୃର୍ଭୁଜ ରାଉଳ, ବର୍ତମାନର ଶିକ୍ଷକ ଅଶୋକ କୁମାର ଦାସ , ସରୋଜ କୁମାର ସ୍ୱାଇଁ ପ୍ରମୁଖ […]

ପାନୀୟ ଜଳ ସଙ୍କଟ ଯୋଗୁଁ ଅବସ୍ଥା ସଂଗୀନ ଜଳଛତ୍ରରେ ଛତ୍ର ଅଛି ଜଳ ନାହିଁ କେନ୍ଦ୍ରାପଡା ୨୨/୫-ପଟ୍ଟାମୁଣ୍ଡାଇ ସମେତ ସମଗ୍ର କେନ୍ଦ୍ରାପଡା ଜିଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସମୟରେ ଅଘୋଷିତ ବିଦ୍ୟୁତ କାଟ ଏବଂ ଲୋ ଭୋଲଟେଜ୍ ସମସ୍ୟା ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଲଗାତାର ବିଦ୍ୟୁତ କାଟ ଯୋଗୁଁ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ଓ ଓଭରହେଡ୍ ଟାଙ୍କିଗୁଡ଼ିକ କାମ କରୁନାହିଁ । ଫଳରେ […]

ପଟ୍ଟାମୁଣ୍ଡାଇ୨୨/୫- ଓଡ଼ିଶାର ସର୍ବବୃହତ ପଂଚକଳା ପ୍ରତିଷ୍ଠାନ ପଟ୍ଟାମୁଣ୍ଡାଇ ବଡ଼ ମୂଳବସନ୍ତ ଠାରେ ଅବସ୍ଥିତ ଗଡମେକରର ନୃତ୍ୟଶିଳ୍ପୀ ସମ୍ପୂର୍ଣ୍ଣାଇନ୍ଦୁ ପାଣି କେନ୍ଦ୍ର ସରକାରଙ୍କ ମର୍ଯ୍ୟାଦାଜନକ ସିସିଆରଟି ବରିଷ୍ଠ ଜାତୀୟ ଯୁବ ପ୍ରତିଭା ବୃତି ଲାଭ କରିଛନ୍ତି। ସୁପ୍ରସିଦ୍ଧ ନୃତ୍ୟଗୁରୁ ଲିଙ୍ଗରାଜ ପ୍ରଧାନଙ୍କ ପ୍ରଗାଢ଼ ଶିକ୍ଷାଦାନ ସହିତ ଗଡମେକର୍ ପ୍ରତିଷ୍ଠାତା ନିର୍ଦ୍ଦେଶକ ଗୀତିକବି ତଥା ଗୁରୁଶ୍ରୀ ସୁଶାନ୍ତ ପାଣି ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବିଜୟ କୁମାର ଜେନାଙ୍କ ମାର୍ଗଦର୍ଶନରେ […]

ପଟ୍ଟାମୁଣ୍ଡାଇ ୨୨/୫ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡଇ ପୌରାଂଚଳ ଦେଇ ଯାଇଥିବା ପୁରୁଣା ଐତିହାସିକ ଗୋବରୀ ନଦୀ ଏବେ ପ୍ରଭାବଶାଳୀ ବ୍ୟକ୍ତି ଓ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ନଦୀ ସ୍ରୋତ ମରିଯିବା ପରେ ଲୋକେ ନଦୀରେ ବେଆଇନ ଭାବେ ନିର୍ମାଣ କାର୍ଯ୍ୟ କରିବା ସହ ଚଂଚକତା କରି ନିଜ ନାମରେ ସ୍ଥିତିବାନ ପଟ୍ଟା କରିନେଇଛନ୍ତି । ଯାହାକୁ ନେଇ ବିଭିନ୍ନ ଗଣାମଧ୍ୟମରେ ବାରମ୍ବାର  ଖବର ପ୍ରକାଶ ପାଇବା ପରେ ସଂପ୍ରତି […]

କେନ୍ଦ୍ରାପଡ଼ା,୨୨ା୫:କେନ୍ଦ୍ରାପଡା ଜିଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ସହରର ଖଡିଅଙ୍ଗସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାର୍ଟିର ଉପସଭାପତି ବାନାମ୍ବାର ସାହୁ ଯୋଗଦେଇ କହିଲେ ଆମ୍ ଆଦମୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅରବିନ୍ଦ କେଜ୍ରିୱାଲଙ୍କ ନିର୍ଦ୍ଦେଶରେ ଓଡ଼ିଶାରେ ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ପଞ୍ଚାୟତ ଏବଂ ପୈାରପରିଷଦ ନିର୍ବାଚନ ପାଇଁ ଏକ ପ୍ରସ୍ତୁତି ବୈଠକ ଭୁବନେଶ୍ୱରରେ ଚଳିତମାସ ୨୪ ତାରିଖ (ରବିବାର) ଦିନ […]

ଛାତ୍ରଙ୍କୁ ଟପିଲେ ଛାତ୍ରୀ ବାଣିଜ୍ୟ ୯୨. ୪%,କଳାରେ ୮୫. ୮% ଓ ବିଜ୍ଞାନରେ ୮୫. ୩% ପାସ ହାର ପ୍ରୀତିମୟୀ ବାଣିଜ୍ୟ ଓ ଗୀତାଞ୍ଜଳି କଳା ଟପ୍ପର ପଟ୍ଟାମୁଣ୍ଡାଇ ୨୧/୫ ରାଜ୍ୟ +୨ କାଉନସିଲ ଆନୁକୂଲ୍ୟରେ ଆୟୋଜିତ +୨ କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଫଳାଫଳ ବୁଧବାର ପ୍ରକାଶ ପାଇଛି । ପଟ୍ଟାମୁଣ୍ଡାଇ କଲେଜର ୩୮୭ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ସେଥିରୁ ୩୩୨ଜଣ ପାସ କରି ୮୫. ୫% […]

ପଟ୍ଟାମୁଣ୍ଡାଇ ୨୧/୫ଓଡିଶାର ପ୍ରସିଦ୍ଧ ବାଣିଜ୍ୟ କେନ୍ଦ୍ର କେନ୍ଦ୍ରାପଡ଼ା ଜିଲାର ଦ୍ୱିତୀୟ ବୃହତମ ସହର ସର୍ବୋପରି ବିଭିନ୍ନ ଦୃଷ୍ଟିକୋଣରୁ ପଟ୍ଟାମୁଣ୍ଡାଇର ଗୁରୁତ୍ୱ ରହିଛି । ଜିଲାର ବିଭିନ୍ନ ବ୍ଲକର ଲୋକମାନେ ବିଭିନ୍ନ କାମ ପାଇଁ ପଟ୍ଟାମୁଣ୍ଡାଇ ଉପରେ ନର୍ଭର କରିଥାନ୍ତି । ଓଡିଶା ତଥା ଓଡିଶା ବାହାର ଲୋକମାନେ ମଧ୍ୟ ପଟ୍ଟାମୁଣ୍ଡାଇ ଆସୁଛନ୍ତି । ଏହା ଜାତୀୟ ଉଦ୍ୟାନ ଭିତରକନିକା ପ୍ରବେଶ ଦ୍ୱାର ଥିବା ବେଳେ ଦୈନିକ ବହୁ ପର୍ଯ୍ୟଟକ ମାନେ […]

Breaking News