ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

blank
କେନ୍ଦ୍ରାପଡ଼ା,୧୬ା୫: କେନ୍ଦ୍ରାପଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନର ସଭାଗୃହରେ ଏକ ନିଆରା ପରମ୍ପରା ଆଧାରରେ ଆଜି ନର୍ସିଂ ସପ୍ତାହର ପଞ୍ଚମ ଦିନରେ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ପ୍ରତିଷ୍ଠିତ ସାଧୁସନ୍ଥମାନେ ଯୋଗ ଦେଇଥିଲେ । ବିରଜାକ୍ଷେତ୍ର ପରିକ୍ରମା ଅଧ୍ୟକ୍ଷ ବାବାଜୀ ଉଦୟନନ୍ଦ ଦାସ ପର୍ବତ ମହାରାଜ ଏହି ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ନର୍ସିଂ ଛାତ୍ରୀଛାତ୍ରମାନଙ୍କୁ ସ୍ୱାସ୍ଥ୍ୟ ସେବାରେ କିପରି ଆଧ୍ୟାତ୍ମିକ ଜ୍ଞାନ ଆବଶ୍ୟକ ଥିବା ବିଷୟରେ ସଚେତନ କରାଇବା ସହ ସ୍ୱାସ୍ଥ୍ୟ ଚାରିଗୋଟି ଖୁଣ୍ଟରେ ରହିଛି ବୋଲି କହିଥିଲେ । ସେ ମଧ୍ୟରୁ ଆଧ୍ୟାତ୍ମିକ ଜ୍ଞାନ ଅନ୍ୟତମ । ତେଣୁ ପ୍ରତି କ୍ଷେତ୍ରରେ କିପରି ଆଧ୍ୟାତ୍ମିକ ମାର୍ଗରେ ଯାଇ କାର୍ଯ୍ୟ କଲେ ନିଜେ ସଫଳତା ପାଇବା ସହ ନର୍ସିଂ ଶିକ୍ଷା ସାର୍ଥକ ହେବ ବୋଲି ଆଲୋକପାତ କରିଥିଲେ । ବିଶେଷ କରି ସ୍ୱାସ୍ଥ୍ୟ ସେବାରେ ନିହାତି ଈଶ୍ୱର ଭକ୍ତି ଓ ଆଧ୍ୟାତ୍ମିକ ମାନସିକତା ରହିବା ଜରୁରୀ । ସମାଜରେ ବର୍ତ୍ତମାନ ଯେପରି ସବୁ କ୍ଷେତ୍ରରେ ଅରାଜକତା, ହିଂସା ବୃଦ୍ଧି ପାଇବା ସହ ମାନବିକତା କମିକମି ଯାଉଛି, ଏହି ସମୟରେ ସମାଜର ପରିବର୍ତ୍ତନ ଓ ସୁବାତାବରଣ ଆଣିବାକୁ ହେଲେ ସମସ୍ତଙ୍କ ମନରେ ଧାର୍ମର୍ିକ ଚେତନାର ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିବା ସହ ପିଲାମାନେ ସେଥିପାଇଁ ନିଜକୁ ଆଧ୍ୟାତ୍ମିକ ଚେତନାରେ ଉତ୍ସର୍ଗୀକୃତ ସେବା ପ୍ରଦାନ କଲେ ଭଗବାନ ସେମାନଙ୍କୁ ଆଗକୁ ନେବାରେ ସହାୟକ ହେବେ । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସାଧୁ ବାବାଜୀ ମୋହନ ଦାସ ମହାରାଜ ଯୋଗଦେଇ ନର୍ସିଂ ଛାତ୍ରୀଛାତ୍ରମାନେ ଈଶ୍ୱର ଭକ୍ତି ଓ ଆଧ୍ୟାତ୍ମିକ ମନୋଭାବ ନେଇ ସେବା କଲେ ନିଜର କାର୍ଯ୍ୟଦକ୍ଷତା ଓ ସଫଳତା ନିଶ୍ଚିତ ପାଇପାରିବେ ବୋଲି ସେ କହିଥିଲେ । ଶେଷରେ ଅନୁଷ୍ଠାନର ମୁଖ୍ୟ ପ୍ରଶାସନିକ ଅଧିକାରୀ ଶ୍ରୀକାନ୍ତ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ମୋନାଲିସା ସ୍ୱାଇଁ ଓ ସୁପ୍ରଭାମଞ୍ଜରୀ ଦାସ ପରିଚାଳନା କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ସୁଖଦା ପ୍ରସାଦ ତ୍ରିପାଠୀ, ଜ୍ୟୋତିର୍ମୟୀ ପଟ୍ଟନାୟକ, ଅଧ୍ୟକ୍ଷା କୁମୁଦିନୀ ଲେଙ୍କା, ଅଧ୍ୟାପିକା ପଲ୍ଲବୀ ପଟ୍ଟନାୟକ, ମନିଷାରାଣୀ, ସୋନାଲି ସେନାପତି, ପ୍ରଜ୍ଞା ପରମିତା ମିଶ୍ର, ଉପାଧ୍ୟକ୍ଷା ପ୍ରୟମ୍ବଦା ପଟ୍ଟନାୟକ, ବିଜୟ କୁମାର ସାହୁ, ସୁଶ୍ରୀ ସନ୍ଦିପ୍ତା ମହାନ୍ତି, ରଶ୍ମିତା ମହାନ୍ତି, ଶ୍ରାବଣୀ ନାୟକ, ଶୁଭଲକ୍ଷ୍ମୀ ବିଶ୍ୱାଳ, ପିଙ୍କି ନାୟକ, ସୌମ୍ୟଜିତ୍ ସାହୁ, ସାହିଲ ଜେନା, ହିମାଂଶୁ ପରିଡା, ଜୀବନଜ୍ୟୋତି ଦଳାଇ, ଶୁଭଲକ୍ଷ୍ମୀ ପରିଜା, ଦିବ୍ୟଜ୍ୟୋତି ଶତପଥୀ, ରମାକାନ୍ତ ମଲ୍ଲିକ, ପୂଜାରାଣୀ ମଲ୍ଲିକ, ଗାୟତ୍ରୀ ମହାପାତ୍ର ଓ ଅନ୍ୟ ଛାତ୍ରୀଛାତ୍ରମାନେ ସହଯୋଗ କରିଥିଲେ ।

Next Post

ଅପରେସନ୍ ସିନ୍ଦୂରର ସଫଳତାକୁ ନେଇ ଉତ୍ସବ

Fri May 16 , 2025
କେନ୍ଦ୍ରାପଡ଼ା,୧୬ା୫: ଆତଙ୍କବାଦୀ ବିରୋଧୀ ଅଭିଯାନ ଅପରେସନ୍ ସିନ୍ଦୂରର ସଫଳତା ପରେ ଆଜି କେନ୍ଦ୍ରାପଡାଠାରେ ଭାରତୀୟ ବୀର ଯବାନମାନଙ୍କୁ ସେମାନଙ୍କ ସାହସିକ ପଦକ୍ଷେପକୁ ସମ୍ମାନ ଜଣାଇ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ଏହି ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ମହାକାଳପଡା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକ ଏବଂ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ସକାଳ ୯ଟାରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading