ପୁନର୍ବାସ ପକ୍ଷରୁ ଦିବ୍ୟାଙ୍ଗ କର୍ମଜୀବୀ ମହିଳାଙ୍କୁ ସମ୍ବର୍ଦ୍ଧନା

blank
କେନ୍ଦ୍ରାପଡା,୮ା୩: ଆନ୍ତର୍ଜାତୀୟ ମହିଳା ଦିବସରେ ପୁନର୍ବାସ ପକ୍ଷରୁ ତୃଣମୂଳ ସ୍ତରରେ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟକରୁଥିବା କର୍ମଜୀବୀ ମହିଳାମାନଙ୍କୁ ସମ୍ୱର୍ଦ୍ଧନା ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି । ପୁନର୍ବାସର ମୁଖ୍ୟ ଉପଦେଷ୍ଟା ବିରଜା ରାଉତରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ “ସଶକ୍ତ ମହିଳା ସଶକ୍ତ ବିଶ୍ୱ’ ଶୀର୍ଷକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ ତଥା ବରିଷ୍ଠ ବିଚାରପତି ସୁମିତ୍ରା ସାହୁ ଯୋଗ ଦେଇ ଏକ ପୂର୍ଣାଙ୍ଗ ଓ ବିକଶିତ ସମାଜ ନିମନ୍ତେ ଦିବ୍ୟାଙ୍ଗ ମହିଳାମାନଙ୍କ ସଶକ୍ତିକରଣର ଆବଶ୍ୟକତା ଓ ଏଥିପାଇଁ ରହିଥିବା ଆହ୍ୱାନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ପ୍ରେରଣାଦାୟୀ କାର୍ଯ୍ୟ ପାଇଁ ପୁନର୍ବାସର ଉଚ୍ଚପ୍ରଶଂସା କରିଥିଲେ । ଜିଲ୍ଲାର ସମଗ୍ର ଶିକ୍ଷା ଅଧୀନରେ ଅନ୍ତନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ରୂପେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ କାର୍ଯ୍ୟ କରୁଥିବା ନଅଜଣ ଦିବ୍ୟାଙ୍ଗ ମହିଳା ଶିକ୍ଷା ସ୍ୱେଚ୍ଛାସେବୀ ଯଥା ରଞ୍ଜିତା ସାହୁ, ଅନ୍ନପୂର୍ଣା ସାମଲ, ମଞ୍ଜୁଲତା ସାହୁ, ଜୟନ୍ତୀ ନାୟକ, କିର୍ତ୍ତୀଲତା ଉପାଧ୍ୟାୟ, ଚାମିଲିନ୍ ନାୟକ, ଜୟନ୍ତୀ କୁମାରୀ ଖଟୁଆ, ସ୍ୱର୍ଣ୍ଣପ୍ରଭା ସ୍ୱାଇଁ, ଚନ୍ଦ୍ରମା ରାଉତଙ୍କୁ ପ୍ରଶଂସା ପତ୍ର, ଉପହାର ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ । ମୁଖ୍ୟବକ୍ତା ଭାବେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ବରିଷ୍ଠ ଅର୍ଥନୀତି ଅଧ୍ୟାପିକା ଡ. ଦୀପ୍ତି ରାୟ କହିଥିଲେ ଯେ ମହିଳାମାନେ ଆରମ୍ଭରୁ ସଶକ୍ତ, କିନ୍ତୁ ପୁରୁଷପ୍ରାଧାନ ସମାଜରେ ସେବା ଦେଇଦେଇ ନିଜ କଥା ଭୁଲିବା ସହ ନିଜର ସ୍ୱର ସାବ୍ୟସ୍ତ କରି ପାରୁ ନାହାଁନ୍ତି, ଏଥିପାଇଁ ବ୍ୟାପକ ପରିବର୍ତ୍ତନର ଆବଶ୍ୟକତା ରହିଛି । ପ୍ରାରମ୍ଭରେ ପୁନର୍ବାସ ସଭ୍ୟ ସ୍ୱପ୍ନାଂଶୁ କୁମାର ସ୍ୱାଗତ୍ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପୁନର୍ବାସ କେନ୍ଦ୍ରରେ ଥେରାପି ନେଉଥିବା ପାଞ୍ଚଜଣ ଭିନ୍ନକ୍ଷମପିଲାଙ୍କ ମାଆମାନଙ୍କୁ ସେମାନଙ୍କ ନିଷ୍ଠା ଓ ସନ୍ତାନ ପ୍ରାଯତ୍ନରେ ଅସୀମ ଧୌର୍ଯ୍ୟ ପାଇଁ ସୁନିତା ଦାସ, ଧରିତ୍ରୀ ନାୟକ, ଜାହାନାରା ବେଗମ, ସମିମା ଖାତୁନ, ସନ୍ଧ୍ୟାରାଣୀ ପଣ୍ଡା ପ୍ରମୁଖଙ୍କୁ ଅତିଥିମାନେ ସମ୍ବର୍ଦ୍ଧନା ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ । ଏହା ବ୍ୟତୀତ ପ୍ରତ୍ୟକ୍ଷ ଭାବେ ଭିନ୍ନକ୍ଷମଙ୍କ ଶିକ୍ଷା ସେବାରେ ନିୟୋଜିତ ଥିବା କେନ୍ଦ୍ରାପଡା ମଣ୍ଡଳ ସମ୍ବଳ ଶିକ୍ଷକ ରାଜଲକ୍ଷ୍ମୀ ରାଉତ ଓ ପୁନର୍ବାସ ଅନୁଷ୍ଠାନ ସହ ସଂପୃକ୍ତ ଥାଇ ସକ୍ରିୟ ସହଯୋଗ ପ୍ରଦାନ କରିଆସୁଥିବା ସ୍ଥାନୀୟ ପୌର ସଭ୍ୟା ରଶ୍ମିତା ସିଂ, ଅନୁଷ୍ଠାନର ସଭ୍ୟା ଆମରିନ୍ ସାହାଦତଙ୍କୁ ପ୍ରଶଂସନୀୟ କାର୍ଯ୍ୟ ପାଇଁ ଅତିଥିମାନେ ସମ୍ୱର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ତରଫରୁ କିରଣବାଲା ଚୌଧୁରୀ, ପୁନର୍ବାସର ସଭ୍ୟ ଜ୍ୟୋତି ରଞ୍ଜନ ନାୟକ, ଥେରାପିଷ୍ଟ ରଚିତା ଜେନା, ଗୁଞ୍ଜନ ସ୍ମିତା ବେହେରା, ଗାୟତ୍ରୀ ପୃଷ୍ଟି, ମନୋଜ ବିଶ୍ୱାଳ, ମିହିର ରଂଜନ ବାରିକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ପରିଶେଷରେ ପୁନର୍ବାସ ସହସମ୍ପାଦିକ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।

Next Post

ନୂଆ ଆପରାଧିକ ଆଇନ ସଚେତନତା

Sun Mar 9 , 2025
ପଟ୍ଟାମୁଣ୍ଡାଇ ୯/୩ – କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ପକ୍ଷରୁ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଏକ ସଚେତନାତା କାର୍ଯ୍ୟକ୍ରମ ରବିବାର ପୌରପରିଷଦ ପ୍ରେକ୍ଷାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି।ଆଦର୍ଶ ଥାନାଧିକାରିଣୀ ବନ୍ଦନା ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୌରନର୍ବାହୀ ଅଧିକାରୀ ପ୍ରଫୁଲ୍ଲ ବିଶ୍ୱାଳ, ସବଇସ୍ନ୍‌ପେକ୍ଟର ରତିରଞନ ନାୟକ ପ୍ରମୁଖ ଯୋଗ ଦେଇ ନୂଆ ଅପରାଧିକ ଆଇନର ସମ୍ପର୍କରେ ସଚେତନତା କରାଇଥିଲେ । ଭାରତୀୟ ସଂସଦ ତିନୋଟି ଐତିହାସିକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading