ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

blank
ଭୁବନେଶ୍ୱର୨୫/୩- ବିଧାନସଭା ଗୃହ ଭିତରେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରିବା କଂଗ୍ରେସ ବିଧାୟକମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସର ୧୨ଜଣ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ଏହି ନିଲମ୍ବନ ତାଲିକାରେ ତାରାବାହିନୀ ପତି ଓ ରମେଶ ଜେନା ନାହାନ୍ତି। ଗୃହକାର୍ଯ୍ୟ ଜାରି ଥିବା ବେଳେ କଂଗ୍ରେସ ବିଧାୟକମାନେ ବାରମ୍ବାର ବିଶୃଙ୍ଖଳିତ ଆଚରଣ କରୁଥିବା ନେଇ ଶାସକ ଦଳ ଅଭିଯୋଗ ଆଣିଛି। ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ଆଜି ଅପରାହ୍‌ରେ କଂଗ୍ରେସ ବିଧାୟକଙ୍କ ନିଲମ୍ବନ ପାଇଁ ପ୍ରସ୍ତାବ ଆଣିଥିଲେ। ଫଳ ସ୍ୱରୂପ କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ଆଗାମୀ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି। ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ୱାମୀ, ନୀଳମାଧବ ହିକକା ଏବଂ ସୋଫିଆ ଫିରଦୋସ ୭ ଦିନ ପାଇଁ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ହୋଇଥିବା କଂଗ୍ରେସର ବିଧାୟକମାନେ ହେଲେ, ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାସରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ପବିତ୍ର ସାଉନ୍ତା, କାଡ୍ରାକା ଆପାଲାସ୍ୱାମୀ, ନୀଳମାଧବ ହିକକା ଏବଂ ସୋଫିଆ। ତେବେ ଜୟପୁର ବିଧାୟକ ତାରା ବାହିନୀପତି ଏବଂ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ଛାଡ଼ି ଅନ୍ୟ ସମସ୍ତେ ନିଲମ୍ବିତ ହୋଇଛନ୍ତି ।ପୁଣି ବିଧାନସଭାରେ ହଙ୍ଗାମା ଯୋଗୁଁ ୧୫ ମିନିଟ ପାଇଁ ଗୃହ କାର୍ଯ୍ୟ ମୁଲତବି ରଖାଯାଇଥିଲା। ନିଲମ୍ବିତ ବିଧାୟକ ଦାଶରଥୀ ଗମାଙ୍ଗ କହିଛନ୍ତି, ରାଜ୍ୟ ସରକାର କଂଗ୍ରେସର ୧୨ ଜଣ ବିଧାୟକଙ୍କୁ ନିଲମ୍ବନ କରିବା ଦୁର୍ଭାଗ୍ୟର କଥା। କଂଗ୍ରେସର ବିଧାୟକମାନେ ସେମାନଙ୍କର ଦାବି କରୁଥିଲେ। ବାଚସ୍ପତିଙ୍କ ଆଭିମୁଖ୍ୟ ଗଣତନ୍ତ୍ର ପ୍ରତି ବିପଦ ସୂଚନା। କାରଣ ସେ ପକ୍ଷପାତ କରୁଛନ୍ତି। ବିଧାନସଭାରେ ପୂର୍ବରୁ ଏଭଳି ହୋଇ ନଥିଲା।

blank

ରାତିସାରା ଗୃହ ଭିତରେ ଶୋଇବୁ: ତାରା:-

କଂଗ୍ରେସର ୧୨ ବିଧାୟକଙ୍କୁ ନିଲମ୍ବନ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ୱାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ବନ କରାଯାଇଛି। ତେବେ ନିଲମ୍ବନ କାର୍ଯ୍ୟାନୁଷ୍ଠାନକୁ ନେଇ ତାତିଛନ୍ତି କଂଗ୍ରେସ ନେତା ତାରା ବାହିନୀପତି। ସେ କହିଛନ୍ତି, ଆଜି ରାତିସାରା ଗୃହ ଭିତରେ ଶୋଇବୁ। ବିଧାନସଭା ଗୃହ ଛାଡ଼ିବୁନି। ଗୃହ ଭିତରେ ରାତ୍ରିଯାପନ କରିବୁ, ସେଠାରେ ଶୋଇବୁ। ହାଉସ କମିଟି ଗଠନ ନ ହେବା ପର୍ଯ୍ୟନ୍ତ ଗୃହ ଛାଡ଼ିବୁନି। ବାଚସ୍ପତି ମାର୍ଶଲ ବା ପୋଲିସ ଲଗାନ୍ତୁ, ତାପରେ ଦେଖିବା।

blank

୨୭ରେ ବିପ୍ଲବ ହେବ : ଭକ୍ତ ଦାସ:-:-

କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବାଚସ୍ପତି ଆଲୋଚନା ପାଇଁ ଡାକିଲେ, କଥାବାର୍ତା କଲେ, ସମାଧାନ କଲେନି। ହାଉସ୍ କମିଟି ଗଠନ କରିଥିଲେ କଣ ଅସୁବିଧା ହୋଇଥାନ୍ତା ବରଂ ଗୃହ ଭଲରେ ଚାଲିଥାନ୍ତା।୨୭ରେ ବିପ୍ଲବ ହେବ। ବିଜେଡି ଦାବି କରିଥିଲେ ହାଉସ୍ କମିଟି କରିବାକୁ ସରକାର ବାଧ୍ୟ ହୋଇଥାନ୍ତେ ବୋଲି କହିଛନ୍ତି ଭକ୍ତ ଦାସ।blank

ବିରୋଧୀ ନ ରହିଲେ ଗୃହ ଚାଲିବ କେମିତି : ରଣେନ୍ଦ୍ର ପ୍ରତାପ:-:-

କଂଗ୍ରେସ ବିଧାୟକମାନଙ୍କର ନିଲମ୍ବନ ନେଇ ପ୍ରତିକ୍ରିୟା ରଖି ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ବାତାବରଣ ଯାହା ସୃଷ୍ଟି ହୋଇଛି, ତାକୁ ଦୃଢ଼ ନିନ୍ଦା କରୁଛୁ । ସେମାନେ ଯେଉଁ ଆଲୋଚନା ପାଇଁ ପ୍ରଥମ ଦିନରୁ ଦାବି କରିଛନ୍ତି ତାହା ହୋଇଥିଲେ ଆପଣ ଅସୁବିଧାରେ ପଡ଼ିନଥାନ୍ତେ। ତେଣୁ ଅନୁରୋଧ କରୁଛୁ ଯେ, ଆଲୋଚନା କରନ୍ତୁ। ନିଷ୍ପତି ଯାହା ନେଇଛନ୍ତି ଏହା ଅଧିକ। ବିରୋଧୀ ନ ରହିଲେ ଗୃହ କେମିତି ଚାଲିବ। ମୁଖ୍ୟମନ୍ତ୍ରୀଙ୍କୁ ଡାକନ୍ତୁ ଓ ଆଲୋଚନା କରନ୍ତୁ। ସାମାନ୍ୟ ଘଟଣା ପାଇଁ ଫାଶୀ ଦଣ୍ଡ ଦିଅନ୍ତୁ ନାହିଁ।

Next Post

କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ,ଯଜ୍ଞରେ ଉପସ୍ଥିତ ରହି ଅର୍ଶିବଚନ ନେଲେ

Wed Mar 26 , 2025
କେନ୍ଦ୍ରାପଡା,୨୬ା୩ : କେନ୍ଦ୍ରାପଡା ବ୍ଲକ ଇନ୍ଦୁପୁର ଗ୍ରାମପଞ୍ଚାୟତର ଇନ୍ଦୁପୁର ଠାରେ ବୁଧବାର ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଧର୍ମପତ୍ନୀ ଡ. ପ୍ରିୟଙ୍କା ମାରାଣ୍ଡି। ଇନ୍ଦୁପୁର ବାରୁଣୀ ତୀର୍ଥସ୍ନାନ ମହୋତ୍ସବର ୨୩ତମ ବାର୍ଷିକଉତ୍ସବ ଅବସରରେ କ୍ଷତିଜ୍ୟୋତି ଆଶ୍ରମ, ଇନ୍ଦୁପୁର ଶାଖା ଏବଂ ଅର୍ନ୍ତରାଷ୍ଟ୍ରୀୟ ଆଧ୍ୟାତ୍ମିକ ସାମାଜିକ ବିକାଶ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ବିଶ୍ୱଶାନ୍ତି କୈବଲ୍ୟ ମହାଯଜ୍ଞରେ ଡ. ମାରାଣ୍ଡି ଯୋଗଦେଇ ଆର୍ଶିବଚନ ଗ୍ରହଣ କରିଥିଲେ। ଏହି ଅବସରରେ ଶ୍ରୀମତୀ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading