କବି ସମ୍ରାଟ୍ ଉପେନ୍ଦ୍ର ଭଞ୍ଜଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ

blank
କେନ୍ଦ୍ରାପଡ଼ା,୧୬ା୫: ଆଜି ଅପରାହ୍ନରେ ବାରୁଅସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭାବଗ୍ରାହୀ କଳା ନିକେତନ, ରେଡ଼ିଓ ଭାବଗ୍ରାହୀ ଏବଂ ବାଣୀ ବିନୋଦ ସାହିତ୍ୟ ସେବା ନିକେତନର ମିଳିତ ଆନୁକୂଲ୍ୟରେ ଚିର ସବୁଜ ଅକ୍ଷୟ ମହାନ୍ତି କକ୍ଷରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପୁଣ୍ୟ ଜୟନ୍ତୀ ଉତ୍ସବ ଯଥାବିଧି ଅନୁଷ୍ଠିତ ହୋଇଯାଇଛି। ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ବିମଳ ପ୍ରସାଦ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସତୀର୍ଥର ସମ୍ପାଦକ କବି ମନ୍ମଥ ବରାଳ ମୁଖ୍ୟ ଅତିଥି ପ୍ରାଧ୍ୟାପକ ପ୍ରଶାନ୍ତ ସାମଲ ମୁଖ୍ୟ ବକ୍ତା, କବି ଅମର ପ୍ରସାଦ ରାଉତ ଏବଂ ସମାଜସେବୀ ଚିତ୍ତରଞ୍ଜନ ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କବିଙ୍କ କାଳଜୟୀ ସାରସ୍ୱତ ସୃଷ୍ଟି ସମ୍ଭାର ସଂପର୍କରେ ଆଲୋକପାତ କରିଥିଲେ। ଆରମ୍ଭରେ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି, ଭିକାରୀ ବଳ, କବି ଭାବଗ୍ରାହୀ ପରିଡା ଏବଂ ସରୋଜିନୀ ପରିଡାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ପରେ ପରେ କବି ସମ୍ରାଟଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ୱଳନ ପରେ ନିରୁପମା ଜେନା, ରୂପାଲି ସୂତାର ଏବଂ ଭାଗ୍ୟଲକ୍ଷ୍ମୀ ପରିଡା କବି ସମ୍ରାଟଙ୍କ ଉପରେ ଆଧାରିତ ସ୍ୱାଗତ ସଙ୍ଗୀତ ଗାଇଥିଲେ। କବି ବିମଳ ପରିଡା ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହିତ ଘୁମୁସର ରାଜା ନୀଳକଣ୍ଠ ଭଞ୍ଜଙ୍କ ପୁତ୍ର ଏବଂ ଧନଞ୍ଜୟ ଭଞ୍ଜଙ୍କ ନାତି ଉପେନ୍ଦ୍ର ଭଞ୍ଜଙ୍କ ଲେଖନୀ ନିଃସୃତ ବୈଦେହୀଶ ବିଳାସ, ଲାବଣ୍ୟବତୀ ଏବଂ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟର କିଛି ପଂକ୍ତି ଆବୃତ୍ତି କରିଥିଲେ। ରୀତି ଯୁଗର ଶ୍ରେଷ୍ଠ କବି ଉପେନ୍ଦ୍ର ଭଞ୍ଜ ଏକାଧାରରେ ଜଣେ କବି, ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ଏବଂ ଭକ୍ତ ଥିଲେ। ରାମ ତାରକା ମନ୍ତ୍ରରେ ସିଦ୍ଧି ଲାଭ କରି ସେ ଅନୁପ୍ରାସରେ ବୈଦେହୀଶ ବିଳାସ ରଚନା କରିଥିଲେ। ବାସ୍ତବରେ ସେ କବି, ଶବ୍ଦ ଏବଂ ସଙ୍ଗୀତ ସମ୍ରାଟ ମଧ୍ୟ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଣ୍ଠଶିଳ୍ପୀ ଅଜୟ ମହାନ୍ତି, କବି ଅଧର ଜେନା, ପଣ୍ଡିତ ପଦ୍ମନାଭ ଦାଶ, କେଦାର ସ୍ୱାଇଁ, ମାନସ ପରିଡା, ଶୁଭଲକ୍ଷ୍ମୀ ପରିଡା ପ୍ରମୁଖ କବିଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ପ୍ରବଚକ ବିକ୍ରମ କେଶରୀ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Next Post

ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

Fri May 16 , 2025
କେନ୍ଦ୍ରାପଡ଼ା,୧୬ା୫: କେନ୍ଦ୍ରାପଡାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏସ୍‌ଓଏସ୍ ଗ୍ରୁପ୍ ଅଫ୍ ଇନ୍‌ଷ୍ଟିଚ୍ୟୁସନର ସଭାଗୃହରେ ଏକ ନିଆରା ପରମ୍ପରା ଆଧାରରେ ଆଜି ନର୍ସିଂ ସପ୍ତାହର ପଞ୍ଚମ ଦିନରେ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶାର ପ୍ରତିଷ୍ଠିତ ସାଧୁସନ୍ଥମାନେ ଯୋଗ ଦେଇଥିଲେ । ବିରଜାକ୍ଷେତ୍ର ପରିକ୍ରମା ଅଧ୍ୟକ୍ଷ ବାବାଜୀ ଉଦୟନନ୍ଦ ଦାସ ପର୍ବତ ମହାରାଜ ଏହି ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ନର୍ସିଂ ଛାତ୍ରୀଛାତ୍ରମାନଙ୍କୁ ସ୍ୱାସ୍ଥ୍ୟ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading