କେନ୍ଦ୍ରାପଡ଼ା,୭ା୯:ଭିଜିଲାନ୍ସ ହାତରେ ଧରା ପଡିଥିବା କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଶ୍ରୀମତୀ ସାହୁ ୨୦୦୯ ମସିହାରେ ମାତ୍ର ୪ ହଜାର ଟଙ୍କା ଦରମାରେ ଚାକିରୀ ଆରମ୍ଭ କରି ୨୦୨୬ ମସିହା ମଧ୍ୟରେ କୋଟିପତି ହୋଇଯାଇଥିଲେ। ୨୦୧୬ ମସିହାରେ ତାଙ୍କ ଚାକିରୀ ନିୟମିତ ହୋଇଥିଲା ଓ ସେ ସହକାରୀ ଯନ୍ତ୍ରୀ ଭାବେ ପଦୋନ୍ନତି […]

କେନ୍ଦ୍ରାପଡ଼ା,୭ା୯:କେନ୍ଦ୍ରାପଡ଼ା ଜିଲ୍ଳା ସାମାଜିକ ସଦ୍ଭାବନା ପକ୍ଷରୁ ଜିଲାସ୍ତରୀୟ ଆଧ୍ୟାତ୍ମିକ ସଂଗଠନ ପ୍ରମୁଖ ସମ୍ମିଳନୀ ଇଚ୍ଛାପୁର ରଥଦାଣ୍ଡ ସ୍ଥିତ ଶ୍ରୀବଳଦେବଜୀଉଙ୍କ ଯାତ୍ରୀନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ ରାଷ୍ଟ୍ରବାଦୀ ପ୍ରବକ୍ତା ତଥା ସଂସ୍କୃତ ବିଦ୍ୱାନ ବିଦ୍ୟାଭୂଷଣ ଡ଼ ଗୌତମ ମହାରଣା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନୀତିନିଷ୍ଠ ଓ ମୂଲ୍ୟବୋଧଭିତ୍ତିକ ସମାଜ ଜାଗରଣରେ ଆଧ୍ୟାତ୍ମିକ ସଂଗଠନ ମାନଙ୍କର ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ପରସ୍ପର ମଧ୍ୟରେ ସଦ୍ଭାବ ଓ ସୌହାର୍ଦ୍ଦ୍ୟ […]

ପଟ୍ଟାମୁଣ୍ଡାଇ,୭ା୯-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଳପୁଆ ପଂଚାୟତର ଦାମୋଦରପାଟଣା ଗ୍ରାମରେ ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ଚିତ୍ତାକର୍ଷକ ପରିବେଶ ମଧ୍ୟରେ ମହା ସମାରୋହରେ ସମ୍ପନ୍ନ ହୋଇଯାଇଛି। ଗ୍ରାମର କୈଳାସ ଚନ୍ଦ୍ର ଦାସଙ୍କ ପ୍ରତିଷ୍ଠିତ ରାଧାରଣୀ ମନ୍ଦିର ପ୍ରାଙ୍ଗଣରେ ଏହି ଭବ୍ୟ ଉତ୍ସବର ଆୟୋଜନ କରାଯାଇଥିଲା। ପଣ୍ଡିତ ସିଦ୍ଧାର୍ଥ ଶଙ୍କର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟାନ୍ୟ ବେଦଜ୍ଞ ବ୍ରାହ୍ମଣମାନେ ଶାସ୍ତ୍ରୀୟ ରୀତିନୀତି ଅନୁସାରେ ନନ୍ଦ […]

  କେନ୍ଦ୍ରାପଡ଼ା,୬ା୯:କେନ୍ଦ୍ରାପଡ଼ା,୬ା୯: କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସମୟରେ କାର୍ଯ୍ୟାଳୟ ଗୁଡ଼ିକର ପରିଚାଳନା ପାଇଁ ଅଗଷ୍ଟ ମାସ ୨୬ ଓ ୨୭ ତାରିଖରେ କାର୍ଯ୍ୟାଳୟ ଗୁଡ଼ିକର କାର୍ଯ୍ୟକାରିତା ଏବଂ କର୍ମଚାରୀଙ୍କ ଉପସ୍ଥାନ ରିପୋର୍ଟ ଦାଖଲ କରିବା ପାଇଁ ଜିଲ୍ଲାପାଳଙ୍କ ପତ୍ର ସଂଖ୍ୟା-୨୭୦୦,ତା ୦୫ ସେପ୍େଟମ୍ବର ୨୦୨୬ରେ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ଦୁଇ ସରକାରୀ ଛୁଟି ଦିନ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଥିବା ବିଭାଗ ଗୁଡିକ ଭିତରେ ଜିଲ୍ଲା ପରିଷଦର […]

କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ସପ୍ତଦଶ ସଂସ୍କୃତ ଦିବସ କେନ୍ଦ୍ରାପଡା ୬/୯ : ସଂସ୍କୃତ କେବଳ ଏକ ପ୍ରାଚୀନ ଭାଷା ନୁହେଁ, ବରଂ ଏହା ଭାରତୀୟ ସଂସ୍କୃତି, ଦର୍ଶନ ଓ ଜ୍ଞାନ-ବିଜ୍ଞାନର ଆଧାର । ଆଜିର କମ୍ପ୍ୟୁଟର ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଯୁଗରେ ସଂସ୍କୃତ ସବୁଠାରୁ ଗଣନାତ୍ମକ ଓ ସଠିକ୍ ଭାଷା ଭାବେ ପରିଗଣିତ ହେଉଛି। କମ୍ପ୍ୟୁଟର ପ୍ରୋଗ୍ରାମିଂ ପାଇଁ ଏହାର ବ୍ୟାକରଣଗତ ସଂରଚନା ସମ୍ପୂର୍ଣ୍ଣ ଉପଯୁକ୍ତ। ଏହା ବ୍ୟତୀତ […]

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ପଟ୍ଟାମୁଣ୍ଡାଇରେ ଭିତିିଭୂମି ଅଛି, ଡାକ୍ତର ନାହାନ୍ତି ପଟ୍ଟାମୁଣ୍ଡାଇ, ୫ା୯-ପଟ୍ଟାମୁଣ୍ଡାଇ ସହରାଂଚଳରୁ ଆରମ୍ଭ କରି ଗ୍ରାମାଂଚଳ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଭିତିିଭୂମିର ବିକାଶ ପାଇଁ ସରକାରୀ କୋଷାଗାରରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆଧୁନିକ କୋଠା ଓ ରୋଗ ନିରୂପଣ ଯନ୍ତ୍ରପାତି ଠିଆ କରିଛନ୍ତି। କିନ୍ତୁ ଏହି କୋଠାଗୁଡ଼ିକ ଭିତରେ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ ବିଶେଷଜ୍ଞ ନଥିବାରୁ ସ୍ତାନାନ୍ତର ଓ […]

ପଟ୍ଟାମୁଣ୍ଡାଇରେ ତାଲୁକ ଆଇନ୍ ସେବା ସମିତିର ସଚେତନତା ସଭା ପଟ୍ଟାମୁଣ୍ଡାଇ ୬ା୯-କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତି ତରଫରୁ ସ୍ଥାନୀୟ ବରିଷ୍ଠ ନାଗରିକ ମଂଚ ଚିତବିନୋଦନ ଗୃହ ପରିସରରେ ଏସିଡ ଆଟାକ ଓ ମେଡିଏସନ୍ (ମଧ୍ୟସ୍ଥତା) ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଆଇନ ସଚେତନତା ସଭାରେ ପଟାମୁଣ୍ଡାଇ ତାଲୁକ ଆଇନ୍ ସେବା ସମିତିର ଅଧ୍ୟକ୍ଷ ତଥା ଏଡିଜେ କୋର୍ଟ ବିଚାରପତି […]

କେନ୍ଦ୍ରାପଡା ୫/୯: କେନ୍ଦ୍ରାପଡ଼ା ଜିଲ୍ଲାରେ ଦୀର୍ଘ ଦେଢ଼ ଦଶନ୍ଧି ଧରି ଥେରାପି ଚିକିତ୍ସା,ଭିନ୍ନକ୍ଷମତା ସମ୍ପର୍କିତ ସଚେତନତା ଓ ସଶକ୍ତିକରଣ ଦିଗରେ କାର୍ଯ୍ୟ କରି ଆସୁଥିବା ପୁନର୍ବାସ ଅନୁଷ୍ଠାନ ପକ୍ଷରୁ “ବିଚିତ୍ରା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାଧପୁରସ୍ଥିତ ପୁନର୍ବାସ ଶିଶୁ ଥେରାପି କେନ୍ଦ୍ରରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ଶିଶୁମାନେ କୌତୁକ ପୋଷାକ ପରିଧାନ ଓ ସଙ୍ଗୀତ ପରିବେଷଣ ମାଧ୍ୟମରେ ସ୍ୱକୀୟ ପ୍ରତିଭା ପ୍ରଦର୍ଶନ କରିଥିଲେ । ସହସମ୍ପାଦକ ବଂଶୀଧର […]

କେନ୍ଦ୍ରାପଡ଼ା,୫ା୯:କେନ୍ଦ୍ରପଡ଼ା ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମୂର୍ଚ୍ଛନା ଓ ଓଡ଼ିଶା କଲଚର ଆର୍ଟ ଏକାଡେମୀ ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗରେ ରାଜ୍ୟ ସ୍ତରୀୟ ଗୁରୁ ପୂଜନ ଉତ୍ସବ ଓ ସ୍ୱର ମହ୍ଳାର କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ କୁମାର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ବସନ୍ତ କୁମାର […]

କେନ୍ଦ୍ରାପଡ଼ା,୫ା୯: ପିଏମଶ୍ରୀ କୋରୋ ପଞ୍ଚାୟତ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ଖୁବ୍ ଧୁମଧାମରେ ପାଳିତ ହୋଇଯାଇଛି। ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଗୁରୁପୂଜନ ଆୟୋଜନ କରାଯାଇଥିଲା। ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ଚିଠି ମୁତାବକ ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ଦାଶ, ବସନ୍ତ କୁମାର ନାୟକ, ଶରତ ଚନ୍ଦ୍ର ବିଶ୍ୱାଳ, ହରେକୃଷ୍ଣ ସିଂହ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସମ୍ବର୍ଦ୍ଧିତ ଶିକ୍ଷକମାନେ ଉପାଦେୟ ଅଭିଭାଷଣ ପ୍ରଦାନ କରିଥିଲେ। […]

Breaking News