
ପଟ୍ଟାମୁଣ୍ଡଇ ୨୨/୫ -କାଶ୍ମୀର ପହେଲଗାମ ଆକ୍ରମଣର କଡା ଜବାବ ଦେବା ପାଇଁ ଭାରତ ସରକାରଙ୍କ ଅପରେସନ ସିନ୍ଦୁର ଅପୂର୍ବ ସଫଳତା ହାସଲ କରି ପାକିସ୍ତାନ ମାଟିରେ ଆତଙ୍କବାଦ ଉପରେ ଭାରତର ବିଜୟ ହୋଇଛି । ଭାରତବର୍ଷର ଏକତା ଅଖଣ୍ଡତା ସୁଦୃଢ କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ରାଷ୍ଟ୍ରୀୟ ନାଗରିକ ମଂଚ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ମହାବୀର ବଜାର ଠାରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହୋଇ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିବା ପରେ ବାଇପାସ ଆମ୍ବେଦକର ପ୍ରତିମୂର୍ତି ନିକଟରେ ଶେଷ ହୋଇଥିଲା । ଏଥିରେ ବରିଷ୍ଠ ଭାଜପା ନେତା ଆଇନଜୀବୀ ସଞ୍ଜୟ ସାହୁ, ଆଇନଜୀବି ପ୍ରମୋଦ ସାହୁ, ଯୁବନେତା ଭାରତ ଭୂଷଣ ଦାସ, ନଗର ଭାଜପା ସଭାପତି ଅଶୋକ ସାହୁ, ମନୋଜ ନାୟକ, କାଉନସିଲର ବିଦ୍ୟାଧର ସେଠୀ, ପିତାମ୍ବର କର, ସମୀର ପାତ୍ର, ଦେବାଶିଷ ମଲ୍ଲିକ ପାରେଶ୍ୱର ପାତ୍ର, ସ୍ୱାଗତ ଦାସ, ନାରୀନେତ୍ରୀ ରଶ୍ମିତା ସାହୁ, ଚନ୍ଦନ ପାତ୍ର, ଅଭିରାମ ସାମଲ, ସୁଧାଂଶୁ ଜେନା, ଅଭୟ ପାତ୍ର ଆଇନଜୀବୀ ଶିଷର ମଲିକ, ବସନ୍ତ ସାହୁ, ଯୋଗେଶ ବେହେରା, ପ୍ରସନ୍ନ ତ୍ରିପାଠୀ, ରତ୍ନାକର ଗିରି,ରବୀନ୍ଦ୍ର ସେଠୀ, କ୍ଷୀରୋଦ ରାଉତ ପ୍ରମୁଖ ବହୁ ଭାଜପା ନେତା କର୍ମକର୍ତା ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରିଥିଲେ ।
