ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା

ବେଲତଳ ପ୍ରକଳ୍ପ ୟୁପି ବିଦ୍ୟାଳୟଠାରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ

blankପଟ୍ଟାମୁଣ୍ଡାଇ ୪/୪ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ପୌରାଂଚଳ ଅନ୍ତର୍ଗତ ବେଲତଳ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶନିବାର ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବିଶ୍ୱରଞ୍ଜନ ଦାଶଙ୍କ ତତ୍ୱାବଧାନରେ ପ୍ରବେଶ ଉତ୍ସବ ପାଳନ ଅବଶରରେ ଅତିଥି ଭାବେ କାଉନସିଲର ଗୋପିବହ୍ଲଭ ନାୟକ, ଆଇନଜୀବୀ ଗୋପିନାଥ ତ୍ରିପାଠୀ ଓ ପୂର୍ବତନ ପ୍ରଧାନ ଶିକ୍ଷୟୀତ୍ରି ଆରତୀ ଭଳ ପ୍ରମୁଖ ଯୋଗଦେଇ ଖଡିଛୁଆଁ ଆମ ଓଡିଆ ସଂସ୍କୃତିରେ ଏକ ପବିତ୍ର ପରମ୍ପରା ହୋଇଥିବା ବେଳେ ଗୁରୁଜନ ବ୍ରହ୍ମା,ବିଷ୍ଣୁ ଓମହେଶ୍ୱରଙ୍କ ନାମ ଉଚାରଣ କରି ହାତ ଧାରି ତିନଟି ଠ ପାକାଇ ଦେଉଥରଲେ । ସଂପ୍ରତି ଏହି ପବିତ୍ର ପରମ୍ପରାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଇଛି। ବିଦ୍ୟାଳୟରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ କିଭଳି ସୁସମ୍ପର୍କ ଗଢ଼ି ଉଠିବ ଏହା ଏକ ବରିଷ୍ଠ ମାଧ୍ୟମ । ଅଧାରୁ ପାଠ ଛାଡିଥିବା ଛାତ୍ରୀଛାତ୍ରମାନେ କିପରି ପଢି ପାରିବେ ସେନେଇ ସରକାର ଚିନ୍ତା ପ୍ରକଟ କରିବା ଅବଶ୍ୟକ । ସରକାର ଓଡିଆ ଭାଷା ଉପରେ ଗୁରୁତ୍ୱ ଦେବାକୁ ସେମାନେ ନିବେଦନ କରିଥିଲେ। ପରେ ଶିଶୁମାନଙ୍କୁ ସ୍ୱାଗତ କରାଯାଇ ଖଡ଼ି ଛୁଆଁ ରୀତିନୀତି ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍କୁଲ କମିଟି ସଦସ୍ୟ ରାଜେଶ ମହାରଣା, ରବିନ୍ଦ୍ର ସାହୁ, ଗୟାରାଣୀ ମହାନ୍ତି, ରଶ୍ମିତା ନାୟକ ଝଗଋଞ ଅଭିଭାବକ ଏବଂ ସ୍ଥାନୀୟ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସମସ୍ତ ଶିକ୍ଷୟୀତ୍ରୀ/ଶିକ୍ଷକ ଇଭା ଦାସ, ରାଜଶ୍ରୀ ତ୍ରିପାଠୀ, ଗୈତମ ସାହୁ, କୃପାସିନ୍ଧୁ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Next Post

ହସ୍ପିଟାଲ ଛାତରୁ ସିଲିଂ କାନ୍ଥରୁ ପ୍ଲାଷ୍ଟର ଝଡିବା ଘଟଣା , ଜନଶକ୍ତି ପାର୍ଟିର ଭିଜିଲାନ୍ସ ତଦନ୍ତ ଦାବୀ

Sat Apr 4 , 2026
ପଟ୍ଟାମୁଣ୍ଡାଇ ୪/୪ -ଶୋଚନୀୟ ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲାର ମୁଖ୍ୟ ଚିକିତ୍ସାଳୟ । ନିର୍ମାଣ ହେବାର ମାତ୍ର ୪ ବର୍ଷରେ ହସ୍ପିଟାଲ ଛାତରୁ ସିଲିଂ ଖସୁଛି, କାନ୍ଥରୁ ପ୍ଲାଷ୍ଟର ଝଡ଼ୁଛି । ଯାହା ଶହଶହ ରୋଗୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ମାଣ ଲାଗି ବ୍ୟୟ ହୋଇଥିବା ୧୧୦ କୋଟି ପାଣିରେ ପଡବାକୁ ବସିଲାଣି । ଯାହାକୁ ନେଇ ଜନଶକ୍ତିପାର୍ଟି ରାଜ୍ୟ ସଭାପତି ଆଇନଜୀବୀ ପ୍ରଦିପ ଦାଶ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading