ଠାକୁରହାଟ ବଜାରରୁ ସିରିଜ ଚୋରି , ୪ ଦୋକାନରୁ ତାଲା ଭାଙ୍ଗି ଲୁଟ୍‌

blank
କେନ୍ଦ୍ରାପଡା,୨୪ା୮: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଠାକୁରପାଟଣାରେ ସିରିଜ ଚୋରି ହୋଇଛି। ଚୋର ଦଳ ଗୋଟିଏ ରାତିରେ ୪ଟି ଦୋନରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଲୁଟି ନେଇଛନ୍ତି। ଏ ନେଇ ବ୍ୟବସାୟୀମାନେ ରବିବାର ସଦର ଥାନାରେ ଅଭିଯୋଗ କରିଛନ୍ତି। ପହଲ୍ଲାଦ ଗେରୁଙ୍କ ମେସିନ ସାମଗ୍ରୀ ଦୋକାନ, ଲକ୍ଷ୍ମୀଧର ବେହେରାଙ୍କ ପାନ ଦୋକାନ, ଗୋବିନ୍ଦ ଚନ୍ଦ୍ର ଗେରୁଙ୍କ ରାସନ ଦୋକାନ, ଦାମୋଦର ବାରିକଙ୍କ ଜଳଖିଆ ଦୋକାନରୁ ଚୋରି ହୋଇଥିବା ଦୋକାନ ମାଲିକମାନେ ଅଭିଯୋଗ କରିଛନ୍ତି। ଅଭିଯୋଗ ହେବା ପରେ ପୁଲିସ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସର ସୂଚନା ଅନୁଯାୟୀ ଚୋର ଦଳ ଠାକୁରହାଟ ବଜାରରୁ ଚୋରି କରିବା ପାଇଁ ଯୋଜନା କରିଥିଲେ। ଶନିବାର ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ବ୍ୟବସାୟୀମାନେ ଶୀଘ୍ର ଦୋକାନ ବନ୍ଦ କରି ପଳାଇଥିଲେ। ଯାହା ଫଳରେ ଚୋରଙ୍କୁ ମୌକା ମିଳିଲା ଦୋକାନ ତାଲା ଭାଙ୍ଗି ଲୁଟିବା ପାଇଁ। ତଥାପି ଏ ନେଇ ଆମେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛୁ। ଖୁବଶୀଘ୍ର ଚୋରମାନେ ଗିରଫ ହେବ ବୋଲି ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।

Next Post

କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ

Sun Aug 24 , 2025
ନଭେମ୍ବର ୫ତାରିଖରେ କେନ୍ଦ୍ରାପଡା ବାଲିଯାତ୍ରା କେନ୍ଦ୍ରାପଡା ୨୪/୮- କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ କମିଟିର ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଶିବାନନ୍ଦ ଆଶ୍ରମ ଗରାପୁରଠାରେ ବାଲିଯାତ୍ରା କମିଟିର ସଭାପତିବରିଷ୍ଟ ଆଇନଜୀବୀ ପ୍ରଦୀପ କୁମାର ଦାଶଙ୍‌କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବାଲିଯାତ୍ରା କମିଟିର ସଭ୍ୟ ସ୍ୱର୍ଗତ ଉମାକାନ୍ତ ଓ କେନ୍ଦ୍ରାପଡା ଜିଲ୍ଲାର ବିଶିଷ୍ଟ ବ୍ୟକ୍ତିଙ୍କ ଦେହାନ୍ତରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପୂର୍ବ ବର୍ଷ ବାଲିଯାତ୍ରା ସମ୍ପର୍କରେ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading