ସାରଥି ବାବା କେନ୍ଦ୍ରାପଡା ଆସିବେ

blank
କେନ୍ଦ୍ରାପଡ଼ା,୫ା୩: ବିବାଦୀୟ ବାବା ସାରଥିଙ୍କୁ କେନ୍ଦ୍ରାପଡ଼ା ଆସିବାକୁ ବାରଣ ରହିଥିଲା। ଅଦାଲତର କାଠଗଡାରେ ଠିଆ ହୋଇଥିବା ବହୁ ଚର୍ଚ୍ଚିତ ସାରଥିବାବା କେନ୍ଦ୍ରାପଡା ଫେରିବେ ସେ ନେଇ ତାଙ୍କ ଶ୍ରଦ୍ଧାଳୁଙ୍କ ଭିତରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । କେନ୍ଦ୍ରାପଡା ଆସି ସତ୍‌ସଙ୍ଗ କରିବା ପାଇଁ ଆଇନର ସହାୟତା ମିଳିବା ନେଇ ବିଫଳ ହୋଇଥିବା ବାବା ସାରଥି ଓରଫ ସନ୍ତୋଷ ରାଉଳ କର୍କଟ ରୋଗରେ ପୀଡିତ ତାଙ୍କ ବଡଭାଇ ଦେବ ରାଉଳଙ୍କୁ ଦେଖିବା ପାଇଁ କେନ୍ଦ୍ରାପଡା ଆସିବେ ବୋଲି କେନ୍ଦ୍ରାପଡାରେ ଚର୍ଚ୍ଚା ଚାଲିଛି । କେନ୍ଦ୍ରାପଡାକୁ ଆସିବାକୁ ତାଙ୍କୁ ଅଦାଲତ ସର୍ତ୍ତମୂଳକ ଅନୁମତି ଦେଇଥିବା ସୂଚନା ମିଳିଛି । ସେହି ସର୍ତ୍ତଗୁଡିକ ମଧ୍ୟରେ ସେ କେନ୍ଦ୍ରାପଡା ଆସିବାର ୭ଦିନ ପୂର୍ବରୁ ଯେଉଁ ଅଞ୍ଚଳକୁ ଆସିବେ ସେହି ଅଞ୍ଚଳର ଥାନାଅଧିକାରୀଙ୍କୁ ଏସମ୍ପର୍କରେ ଜଣାଇବେ, କେନ୍ଦ୍ରାପଡାରେ କୈାଣସି ପ୍ରବଚନ ଦେଇପାରିବେ ନାହିଁ କି ସାରଥୀ ଆଶ୍ରମ ପରିସରକୁ ପଶି ପାରିବେ ନାହିଁ ଓ ସକାଳ ୫ଟାରେ କେନ୍ଦ୍ରାପଡା ଆସି ସନ୍ଧ୍ୟା ୫ଟା ଭିତରେ ଏଠାରୁ ଫେରିଯିବେ ବୋଲି ତାଙ୍କ ଉପରେ ଅଦାଲତ ସର୍ତ୍ତ ଆରୋପ କରିଥିବା ସୂଚନା ମିଳିଛି। ତେବେ ତାଙ୍କ ଆଗମନକୁ ନେଇ ଜିଲ୍ଲାରେ ବିଶେଷ ପ୍ରତିକ୍ରିୟା ସୃଷ୍ଟି ହୋଇନଥିବା ବେଳେ କେତେକ ସମର୍ଥକଙ୍କ ମନରେ ଉତ୍କଣ୍ଠା ଜାତ ହୋଇଛି । ବିରୋଧୀମାନେ ସାରଥିଙ୍କ ଆଗମନକୁ ପସନ୍ଦ କରୁନାହାନ୍ତି । ଭାଇଙ୍କୁ ଦେଖାକରିବାକୁ ସାରଥିବାବା ଆସିପାରନ୍ତି କିନ୍ତୁ କେନ୍ଦ୍ରାପଡାରେ କୌଣସି ପ୍ରବଚନ ବା ସତସଙ୍ଗ କାର୍ଯ୍ୟକ୍ରମ କଲେ ଏହାକୁ ବିରୋଧ କରାଯିବ ବୋଲି ଶୁଣାଯାଉଛି । ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ବାରିମୂଳସ୍ଥିତ ଆଶ୍ରମରେ ଦୀର୍ଘଦିନଧରି ସାରଥିବାବା ସତ୍‌ସଙ୍ଗ କରିଆସୁଥିଲେ । କିନ୍ତୁ କେତେକ ଶ୍ରଦ୍ଧାଳୁ ସାରଥିଙ୍କ ବିରୋଧରେ ଆଇନର ଆଶ୍ରୟ ନେବା ପରେ ଅଗଷ୍ଟ ମାସ ୨୦୧୫ରେ କ୍ରାଇମ୍ ବ୍ରାଞ୍ଚ୍ ତାଙ୍କୁ ଗିରଫ କରିଥିଲେ । ଏଥିରୁ ମୁକୁଳିବା ପାଇଁ ସନ୍ତୋଷ ରାଉଳ ଓରଫ ସାରଥିବାବା ଆଇନର ଆଶ୍ରୟ ନେଇଥିଲେ। ଅଦାଲତ ତାଙ୍କ ରାୟ ଦେଇଥିଲେ ଯେ ୨ଶହ ସମର୍ଥକଙ୍କ ସହିତ ସେ ସତ୍‌ସଙ୍ଗ କରିପାରିବେ। କିନ୍ତୁ କେନ୍ଦ୍ରାପଡାକୁ ସେ ପ୍ରବେଶ କରିପାରିବେ ନାହିଁ । ରୋଗଗ୍ରସ୍ତ ଭାଇଙ୍କୁ ଦେଖିବା ପାଇଁ ସାରଥି କେନ୍ଦ୍ରାପଡା ଆସି ପାରନ୍ତି । ହେଲେ କେବେ ସେ ଆସିବେ ତାହାର କୈାଣସି ସୂଚନା ମିଳିପାରି ନାହିଁ।

Next Post

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ ଓଡିଆ ଅସ୍ମିତାର ପ୍ରଚଣ୍ଡ ପ୍ରବକ୍ତା ବିଜୁ ବାବୁ - ଗଣେଶ୍ୱର ବେହେରା

Wed Mar 5 , 2025
କେନ୍ଦ୍ରାପଡା,୫ା୨: ଆନ୍ତର୍ଜାତୀୟ ସମ୍ମାନସ୍ପଦ ନେତୃତ୍ୱ, ପ୍ରବାଦ ପୁରୁଷ ରାଷ୍ଟ୍ରନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ ଉତ୍ସବ କେନ୍ଦ୍ରାପଡା ନଗର ଓ ବ୍ଲକ ବିଜୁ ଜନତା ଦଳ ଆନୁକୂଲ୍ୟରେ କେନ୍ଦ୍ରାପଡା ଟାଉନହଲ୍‌ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ କେନ୍ଦ୍ରାପଡା ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସକାଳେ ସହର ନୂଆ ବସ୍‌ଷ୍ଟାଣ୍ଡ୍ ଓ ପୁରୁଣା ଚିକିତ୍ସାଳୟ ଛକ ବିଜୁବାବୁ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading