ଆୟୁଷ୍ମାନ ଫାଉଣ୍ଡେସନ ପକ୍ଷରୁ ମହିଳାଙ୍କୁ ଝୋଟ ତିଆରି ହସ୍ତଶିଳ୍ପ ତାଲିମ ଉଦଘାଟିତ

blank
କେନ୍ଦ୍ରାପଡ଼ା,୧୪ା୮:ଝୋଟ ତିଆରି ହସ୍ତଶିଳ୍ପ ତାଲିମ ଶିବିରର ଉଦଘାଟନୀ ଅବସରରେ ଆୟୁଷ୍ମାନ ଫାଉଣ୍ଡେସନ ସାମାଜିକ ଅନୁଷ୍ଠାନ ଓ କଲିକତାର ଆଇସିଏଆର ର ମିଳିତ ସହଯୋଗରେ ୩୦ଜଣ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି। ଡେରାବିଶ ବିଡିଓ ନମିତା ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ହସ୍ତଶିଳ୍ପ ମାଧ୍ୟମରେ ସ୍ୱାବଲମ୍ବି ହେବା ପାଇଁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ କଲିକତାସ୍ଥିତ ଆଇସିଏଆର ସଂସ୍ଥାର ମୁଖ୍ୟ ବୈଜ୍ଞାନିକ ଓ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ନାୟକ ଏବଂ ତାଙ୍କ ପ୍ରତିନିଧି ରମାକାନ୍ତ ମିଶ୍ର, କାଞ୍ଚନ ରାୟ ପ୍ରାକୃତିକ ତନ୍ତୁ ଝୋଟକୁ ଆଧାର କରି ବିଭିନ୍ନ ପ୍ରକାର ହସ୍ତଶିଳ୍ପ ସାମଗ୍ରୀର ପ୍ରସ୍ତୁତି ଓ ଏହାର ବ୍ୟବହାରକୁ ଆଦ୍ରୁତ କରାଇ ମହିଳାମାନେ କିଭଳି ରୋଜଗାରକ୍ଷମ ହୋଇପାରିବେ ସେ ବିଷୟରେ ଆଲୋକପାତ କରିଥିଲେ। କେନ୍ଦ୍ରାପଡା ଜିଲ୍ଲାରେ ଝୋଟ ଏକ ଅର୍ଥକାରୀ ଫସଲ ହୋଇଥିଲେ ମଧ୍ୟ ଏହାର ଉତ୍ପାଦସନ ହ୍ରାସ ପାଉଅଛି। ଏଣୁ ଲୋକଙ୍କ ମଧ୍ୟରେ ଆଗ୍ରହ ମଧ୍ୟ ପରିଲକ୍ଷିତ ହେଉନାହିଁ। ଏହା ଉପରେ ସମ୍ବେଦନଶୀଳ ହେବା ପାଇଁ ଅତିଥିମାନେ ମତପ୍ରକାଶ କରିଥିଲେ। ୨୦ଜଣ ମହିଳା ତାଲିମପ୍ରାଥ୍ରୀଙ୍କୁ ୧୦ଦିନ ତାଲିମ ନେବା ପାଇଁ ଚୟନ କରାଯାଇଥିଲା। ଆୟୁଷ୍ମାନ ଫାଉଣ୍ଡେସନର ପ୍ରକଳ୍ପ ପ୍ରବନ୍ଧକ ଗିତାଞ୍ଜଳୀ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସନ୍ତୋଷ କୁମାର ସାହୁ, ପୁଷ୍ପତା ପଣ୍ଡା, ସନ୍ତୋଷ କୁମାର ମହାପାତ୍ର, ମନୀଷା ବାରିକ ସହଯୋଗ କରିଥିଲେ। ଆୟୁଷ୍ମାନ ଫାଉଣ୍ଡେସନ ଉତ୍କଳ ଗ୍ରୁପର ମୁଖ୍ୟ ସୁରେଶ ମିଶ୍ର ସାଧୁବାଦ ପ୍ରଦାନ କରିଥିଲେ।

Leave a Reply

Next Post

ମହିଳା ଅଧିକାର ଓ ସୁରକ୍ଷା ଉପରେ ଆଲୋଚନାଚକ୍ର

Fri Aug 14 , 2026
କେନ୍ଦ୍ରାପଡ଼ା,୧୪ା୮:କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର “ଶକ୍ତିଶ୍ରୀ ସଶକ୍ତୀକରଣ ସେଲ୍‌’ ପକ୍ଷରୁ “ମହିଳା ଏବଂ ଆଇନ ଅଧିକାର, ସୁରକ୍ଷା ଓ ଆଇନଗତ ସଂରକ୍ଷଣ’ ଶୀର୍ଷକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମହିଳାମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଏବଂ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କୁମାରୀ ସ୍ମୃତି କାର୍ଯ୍ୟକ୍ରମଟିକୁ ସଂଯୋଜନା କରିବା ସହ ବିଭିନ୍ନ ପର୍ଯ୍ୟାୟର ପରିଚାଳନା କରିଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ ଏବଂ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading