
କେନ୍ଦ୍ରାପଡ଼ା,୯ା୩: କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ସଭାଗୃହଠାରେ ଆନ୍ତର୍ଜାତୀୟ ମହିଳା ଦିବସ ମହାବିଦ୍ୟାଳୟର ମିନଭ୍ରା ଗ୍ରୁପ୍ ତରପରୁ ପାଳିତ ହୋଇଯାଇଛି । ସଭାପତି ଅଧ୍ୟାପିକା ରତ୍ନମଞ୍ଜରୀ ଦାଶ ସଭାପତିତ୍ୱରେ କଲେଜର ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ୍ ଯୋଗଦେଇ ମହିଳାମାନେ ସଶକ୍ତ ହେଲେ ସମାଜ ଆଗକୁ ବଢିପାରିବ ବୋଲି ମତପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଧ୍ୟାପିକା ପ୍ରଫେସର ମୌସୁମୀ କାନୁନଗୋ ନାରୀଶିକ୍ଷାର ଗୁରୁତ୍ୱ ଦେବା ସହ ସବୁକ୍ଷେତ୍ରରେ ମହିଳାମାନଙ୍କର ବହୁମୂଲ୍ୟ ଯୋଗଦାନ ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ଇଞ୍ଜିନିୟର ଭଗବାନ ବିଶ୍ୱାଳ ନାରୀ ସର୍ବଦା ସମ୍ମାନର ଅଧିକାରିଣୀ ବୋଲି କହିଥିଲେ । ପୁରୁଷମାନଙ୍କ ସହ ମର୍ମସ୍ପନ୍ଧ ହୋଇ ସଫଳତାର ଶିଖର ପହଞ୍ôଚବାର ନିମତ୍ତେ ସର୍ବଦା ହାସଲ କରିବା ସହ କଳା, ଗବେଷଣା, ସ୍ୱାସ୍ଥ୍ୟକ୍ଷେତ୍ରରେ ମହିଳାମାନେ ବହୁମୁଲ୍ୟ ଯୋଗଦାନ ଗୌରବମୟ ଅଧ୍ୟାୟ ସୃଷ୍ଟି କରିପାରିଛି ବୋଲି ମତପ୍ରକାଶ କରିଥିଲେ । ସମ୍ପାଦକ ଅଧ୍ୟାପିକା ମଧୁସ୍ମିତା ସିଂହ ବିବରଣୀ ପାଠ କରିଥିଲେ । ଅଧ୍ୟାପିକା ରେବତୀ କର ଅତିଥି ପରିଚୟ ପ୍ରଦାନ କରିବା ସହ କ୍ୟାପ୍ଟେନ ସୀମା ମହାନ୍ତି ସଭା ପରିଚାଳନା କରିଥିଲେ । ମହାବିଦ୍ୟାଳୟ ମିନଭ୍ରା ମହିଳା ଗ୍ରୁପ୍ ତରଫରୁ ଅତିଥିମାନଙ୍କ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ସହିତ ଆଜିର ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମୁଖ୍ୟବକ୍ତା ଇଞ୍ଜିନିୟର ଭଗବାନ ବିଶ୍ୱାଳଙ୍କ ଧନଞ୍ଜୟ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଦାନା ବାତ୍ୟାରେ ଉଲ୍ଲଂଘନୀୟ ସେବା ନିମନ୍ତେ ଆଶାକର୍ମୀ ଶିବାନୀ ମଣ୍ଡଳକୁ ୧୦ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରାଯାଇଥିଲା ଏବଂ କଲେଜର ସମସ୍ତ ମହିଳା କର୍ମଚାରୀଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । କଲେଜ ତରଫରୁ ମଧ୍ୟ ଶିବାନୀ ମଣ୍ଡଳ ଏବଂ ମିଶନ ଶକ୍ତି ମହିଳା ଗ୍ରୁପ୍ରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଡେରାବିଶର ଲିଟୁ ବେହେରାଙ୍କ ସମ୍ମାନୀତ କରାଯାଇଥିଲା । ବିଶିଷ୍ଟ ସାହିତ୍ୟିକ ତୁହିନା ମିଶ୍ରଙ୍କୁ ମଧ୍ୟ ସାହିତ୍ୟ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ମହିଳାମାନଙ୍କୁ ସଂଗଠିତ କରି ସଫଳତାର ପହଞ୍ôଚବା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବଶେଷରେ ମାନସୀ ମଞ୍ଜରୀ ଜେନା ସମସ୍ତ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ କଲେଜର ଅଧ୍ୟାପିକା ଏବଂ ଅଧ୍ୟାପକ କର୍ମଚାରୀମାନେ ଉପସ୍ଥିତ ଥିଲେ ।
