ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଧାରଣା

blank

ପଟ୍ଟାମୁଣ୍ଡାଇ ତା ୨/୮- ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆହ୍ୱାନରେ ବିଭିନ୍ନ ଶିକ୍ଷକ କର୍ମଚାରୀ ସଂଗଠନ ପକ୍ଷରୁ ସମସ୍ତ ଯୋଗ୍ୟ ବିବେଚିତ ସ୍କୁଲ ଓ କଲେଜ କୁ ଅନୁଦାନ,ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ କଲେଜରୁ ଅବସର ନେଇଥିବା ଓ ଅବସର ନେବାକୁ ଯାଉଥିବା ଶିକ୍ଷକ ଓ କର୍ମଚାରୀଙ୍କୁ ଚାକିରୀ ସର୍ତ୍ତାବଳୀ, ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ,ଅବସର ଗ୍ରହଣ ବୟସ ୬୦ରୁ ୬୨କୁ ବୃଦ୍ଧି, ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କ ଗ୍ରେଡ଼ପେରେ ଥିବା ଅସଂଗତି ଦୂରୀକରଣ,ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ସ୍କୁଲ କଲେଜ ଗୁଡିକୁ ସରକାରୀକରଣ ଓ ଶିକ୍ଷକ ନିଯୁକ୍ତି, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ ପରିବର୍ତ୍ତେ ପୁରାତନ ପେନସନ ସ୍କିମ ପୁନଃ ପ୍ରଚଳନ ଆଦି ୬ ଦଫା ଦାବୀ ନେଇ ଆଜି ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପଟ୍ଟାମୁଣ୍ଡାଇ ଶାଖା ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା ।  ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସଭାପତି ବିଜୟ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ ଜେନା ଜିଲ୍ଲା ସମ୍ପାଦକ ଭଗବାନ ସାହୁ, ଉପସଭାପତି ବାବାଜୀ ଦାସ ଓ ମଧୁ ଛନ୍ଦା ଶର୍ମା, ଅଲୋଷ୍ଟା ଜିଲ୍ଲା ସଭାପତି କରୁଣାକର ଭୋଳ ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସମ୍ପାଦକ ଅକ୍ଷୟ କୁମାର ମହାନ୍ତି, ପ୍ରାକ୍ତନ ବ୍ଲକ ସଭାପତି ଗୋକୁଳ ରାଉତ, ଶିକ୍ଷକ ନେତା ଚିତ୍ତରଞ୍ଜନ କବି,ଗୋଲକ ଭୂୟାଁ, ରବୀନ୍ଦ୍ର ପରିଡା, ବୀର କିଶୋର ସାହୁ, ଚାରୁଲତା ଭୂୟାଁ, ଅରୁଣ ଦାସ, ଶ୍ରୀକାନ୍ତ ଶତପଥୀ, ପ୍ରଦୀପ ସାମଲ, ଦେବେନ୍ଦ୍ର ସ୍ୱାଇଁ ବୀରେନ୍ଦ୍ର ସାମଲ, ନମିତା ନାୟକ, ଅନିଲ ମହାରଣା, ସଏଦ ଅବୁ ସବର, ସୁକାନ୍ତ ପୃଷ୍ଟି ପ୍ରମୁଖ ଭାଷଣ ଦେଇ ରାଜ୍ୟ ସରକାର ଅବିଳମ୍ବେ ଶିକ୍ଷକ କର୍ମଚାରୀଙ୍କ ଦାବୀ ପୂରଣ ଦିଗରେ ପଦକ୍ଷେପ ନନେଲେ ଆନ୍ଦୋଳନ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ । ଶେଷରେ ଶିକ୍ଷକ ନେତା ଅକ୍ଷୟ ନନ୍ଦ ଧନ୍ୟବାଦ ଦେଇଥିଲେ । ଶେଷରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ୬ଦଫା ସମ୍ବଳିତ ଦାବୀପତ୍ର ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରେମବାଳା ମହାପାତ୍ରଙ୍କୁ ପ୍ରଦାନ କରାଯାଇଥିଲା ।

Next Post

ବନ୍ୟାରେ ପେଶୀ ହେଉଛନ୍ତି ଧୋୟାଞ୍ଚଳବାସୀ : ମିଳୁନି ରିଲିଫ , ଭୋକ ଉପାସରେ ବିପନ୍ନ , ଜନଶକ୍ତି ପାଟି ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ

Sun Aug 3 , 2025
କେନ୍ଦ୍ରାପଡା-କେନ୍ଦ୍ରାପଡା ଜିଲ୍ଲାର ତିନୋଟି ବ୍ଲକର ଦୁଇଦୁଇଥର ବନ୍ୟା ଆସି ତିରିଶରୁ ଉର୍ଦ୍ଧ୍ୱ ପଂଚାୟତର ହଜାର ହଜାର ଲୋକ ପାଣି ଘେରରେ ଜଳବନ୍ଦି ହୋଇ ରହିଛନ୍ତି । ମାତ୍ର ପ୍ରଶାସନ ପକ୍ଷରୁ ଏଯାବତ୍ ରିଲିଫ, ଔଷଧ, ପାନୀୟଜଳ, ମହମବତୀ କି ଶୁଖିଲା ଖାଦ୍ୟ ପହଁଚାଯାଇପାରିନାହିଁ । ଫଳରେ ବହୁ ଗରିବ ପରିବାର ଭୋକ ଉପାସରେ କାଳାତିପାତ କରୁଥିବା ବେଳେ ଶନିବାର ଜନଶକ୍ତି ପାଟି ସଭାପତି ପ୍ରଦିପ ଦାଶ ସହିତ ଏକ ଟିମ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading