ଟିପିସିଓଡିଏଲର ଅଗ୍ରୀମ ଅମାନତ ଜମା, ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ବିରୋଧରେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସର ବିକ୍ଷୋଭ

blank
କେନ୍ଦ୍ରାପଡ଼ା,୨୯ା୧୨:ଓଡିଶା ଟାଟା ପାୱାର ଅଗ୍ରୀମ ଅତିରିକ୍ତ ସିକ୍ୟୁରିଟି ଦାଖଲ ପାଇଁ ବିଜ୍ଞାପନ ଜାରି କରିବା ପରଠାରୁ ଉପଭୋକ୍ତାଙ୍କ ମୁଣ୍ଡ ଉପରେ ଚଡକ ପଡିଲା ଭଳି ହୋଇଛି। ଏହି ଅମାନତ ଜମା ନିର୍ଦ୍ଧାରିତ ସମୟ ମଧ୍ୟରେ ଦାଖଲ ନକଲେ ବିଦ୍ୟୁତ ସଂଯୋଗ କାଟି ଦିଆଯିବାର ଧମକ ମଧ୍ୟ ଦିଆଯାଇଛି। ଏହା ଟାଟା ପାୱାରର ସ୍ୱେଛାଚାରୀ ମନୋଭାବ ଓ ଏକଛତ୍ରବାଦର ପରିଚୟ। ପର୍ଯ୍ୟାୟକ୍ରମେ ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ଓ ସ୍ମାଟ ମିଟର ବାଧ୍ୟତା ମୂଳକ ଭାବେ ବସାଇ ନିରୀହ ଜନସାଧାରଣଙ୍କୁ ଶୋଷଣ କରୁଥିବା ବେଳେ ପ୍ରତିବାଦ କଲେ ମଧ୍ୟ ଡବଲ ଇଞ୍ଜିନ ସରକାରଙ୍କର କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନାହିଁ। ଫଳରେ ଉପଭୋକ୍ତାମାନେ ନିର୍ଯ୍ୟାତନାର ଶୀକାର ହେଉଛନ୍ତି। ସମଗ୍ର ଦେଶରେ ଅନ୍ୟ ରାଜ୍ୟମାନଙ୍କରେ ମାସରେ ୩ଶହ ୟୁନିଟ୍ ବିଦ୍ୟୁତ ଶୁଳ୍କ ଛାଡ କରାଯିବା ଓ କୃଷି କାର୍ଯ୍ୟପାଇଁ ମାଗଣରେ ବିଦ୍ୟୁତ ଯୋଗାଣ ହେଉଥିବା ବେଳେ ଆମ ଓଡିଶାରେ ନିର୍ବାଚନ ପ୍ରତିଶୃତିକୁ ପାଳନ କରିବାରେ ବିଫଳ ବିଜେପି ସରକାର ପୁଞ୍ଜିପତି ଓ କମ୍ପାନୀମାନଙ୍କୁ ପରିପୃଷ୍ଟ କରିବା ପାଇଁ ଗରୀବ ଚାଷୀ ଓ ଉପଭୋକ୍ତା ମାନଙ୍କ ରକ୍ତ ଶୋଷଣ କରିବାକୁ ପଛାଉନାହାନ୍ତି। ଏହାର ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ରତିକାନ୍ତ କାନୁନଗୋ, ଅଶୋକ ପ୍ରତିହାରୀ, ବିଭ୍ରାଂଶୁ ଲେଙ୍କା, ସସ୍ମିତା ପଣ୍ଡା, ପ୍ରମିଳା ସାହୁ, ଭାଗିରଥୀ ଜେନା, ଆକବର ଅଲ୍ଲୀ, ମଙ୍ଗୁଳି ଚରଣ ବେହେରା, ରବିନାରାୟଣ ବେହେରା, ମାନଗୋବିନ୍ଦ ଦାସ, ନିଳମଣୀ ସେଠୀ, ଜଗନ୍ନାଥ ସେଠୀ, ଦର୍ପନାରାୟଣ ସାହୁ, ରଙ୍ଗଲାଲ ମଲିକ, ବିଧାନ ଚନ୍ଦ୍ର ସାମଲ, ପ୍ରଫୁଲ୍ଲ ଦାସ, ଅଶୋକ ମୋହନ ଜେନା, ବିଧୁଭୂଷଣ ମହାପାତ୍ର, ହରିଶ ପଟ୍ଟନାୟକ, ନିରଞ୍ଜନ ରାଉତ, ଗୋଲଖ ପ୍ରସାଦ ସ୍ୱାଇଁ, ତରୁଣ ରଞ୍ଜନ ପ୍ରଧାନ, ସନ୍ତୋଷ କୁମାର ରାଉତ, ଉମେଶ ପାଢୀ ପ୍ରମୁଖ ଶତାଧିକ କଂଗ୍ରେସ ଦଳର କର୍ମୀମାନେ ଉପସ୍ଥିତ ଥିଲେ।

Next Post

फास्ट जनवरी को बिस्वशान्ति प्रेयर डे मनाने की अपील

Mon Dec 29 , 2025
केंन्द्रापड़ा, 29/12: केंन्द्रापड़ा गारापुर शिवानंद आश्रम के फाउंडर श्रीमा स्वामी दिव्यस्वरूपानंद सरस्वती ने पूरी दुनिया से बिस्वशान्ति प्रेयर डे मनाने की अपील की है। पूरी दुनिया में सभी दिबस  मनाए जाते हैं, लेकिन प्रेयर डे नहीं मनाया जाता। इसे ध्यान में रखते हुए, आश्रम की श्रीमा ने सभी से निबेड्न […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading