୪କୋଟି ଟଙ୍କା ବ୍ୟୟରେ ନରଣପୁର ପାଟନାଳୀ ପୁନଃରୁଦ୍ଧାର ପ୍ରକଳ୍ପ ଶିଳାନ୍ୟାସ

blank
ପଟ୍ଟାମୁଣ୍ଡାଇ ତା ୫/୩- ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ପବିତ୍ର ଜୟନ୍ତୀ ଅବସରରେ ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀମାନଙ୍କ ଦୀର୍ଘ ଦିନର ଦାବୀ ନରଣପୁର ପାଟ୍ଟନାଳୀ ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ରାପଡ଼ା ଜଳ ନିକାସ ବିଭାଜନ ବିଭାଗ ପକ୍ଷରୁ ୪ କୋଟି ଟଙ୍କା ବ୍ୟୟ ଅଟକଳରେ ନରଣପୁର ପାଟ୍ଟନାଳୀ ପୁନଃରୁଦ୍ଧାର ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜନଗର ବିଧାୟକ ଧ୍ରୁବ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ନରଣପୁର ପାଟ୍ଟନାଳୀ ପୁନଃରୁଦ୍ଧାର ପ୍ରକଳ୍ପ ଶିଳାନ୍ୟାସ କରିଥିଲେ । ଏହି ଉତ୍ସବରେ ୧୭ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜନ ବିଶ୍ୱାଳ , ବ୍ଲକ ବିଜେଡି ସଭାପତି କିଶୋର ସାହୁ,୧୮ନଂ ଜୋନ ଜିଲ୍ଲା ପରିଷଦ ପ୍ରତିନିଧି ସମୀର ମଲିକ, ଖଣତା ସରପଞ୍ଚ ଅନିଲ ଲେଙ୍କା, ସମିତି ସଭ୍ୟ ସୁରେଶ ଜେନା, ପୂର୍ବତନ ସରପଞ୍ଚ ଦିବାକର ସେଠୀ ସଂସାରଫଳ ସରପଞ୍ଚ ପ୍ରତିନିଧି ସୁଶାନ୍ତ ସାମନ୍ତରାୟ, ସମିତି ସଭ୍ୟ ପର୍ଶୁରାମ ରାଉତରାୟ, ପୂର୍ବତନ ସରପଞ୍ଚ ମିନତୀ ପାତ୍ର, ସାନବଡ଼ ଗୋପାଳପୁର ସରପଞ୍ଚ ଗୋଲକ ସ୍ୱାଇଁ, ଓଉପଦା ପୂର୍ବତନ ସୁବାଷ ଖଟୁଆ,ସମାଜସେବୀ ସର୍ବେଶ୍ୱର ମହାନ୍ତି, ଟୁନିଆ ବେହେରା, ବିକାଶ ପାତ୍ର ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକପ୍ରତିନିଧି ଯୋଗ ଦେଇଥିଲେ  । ବିଧାୟକଙ୍କୁ ମଦନପୁର କଲେଜ ଛକ ଠାରୁ ଏକ ଶୋଭାଯାତ୍ରାରେ ଶିଳାନ୍ୟାସ ସ୍ଥଳ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା  ।

Next Post

ପଟ୍ଟାମୁଣ୍ଡାଇ ନାବାଳିକା ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗ , ରାଜ୍ୟ ମାନବିକ ଅଧିକାର କାଉନସିଲ ପକ୍ଷରୁ ଏସପିଙ୍କୁ ଦାବିପତ୍ର

Thu Mar 6 , 2025
କେନ୍ଦ୍ରାପଡ଼ା,୬ା୩: କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ନାବାଳିକା +୨ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ରାଜ୍ୟ ମାନବିକ ଅଧିକାର କାଉନସିଲ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କୁ ଏକ ଦାବିପତ୍ର ଗୁରୁବାର ପ୍ରଦାନ କରାଯାଇଛି। ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପଟ୍ଟାମୁଣ୍ଡାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାଣିଜ୍ୟ ବିଭାଗରେ ଅଧ୍ୟୟନ ରତ ନାବାଳିକା ଛାତ୍ରୀ ଆତ୍ମହତ୍ୟା ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଆତ୍ମହତ୍ୟା କରିଥିବା ନାବାଳିକା ଛାତ୍ରୀର ମା’ ସ୍ଥାନୀୟ ଥାନାରେ ଯେଉଁ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading