କୋହଲିଙ୍କ ବିରାଟ ଶତକ ସହ ଭାରତର ମହାବିଜୟ

blank
ଦୁବାଇ୨୩ା୨-ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି। ଚାମ୍ପିଅନ୍ସ ଟ୍ରଫିର ଏହି ହାଇଭୋଲଟେଜ୍ ମ୍ୟାଚ୍‌ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ବୋଲିଂ କରିଥିବା ବେଳେ ପାକିସ୍ତାନ ୪୯.୪ ଓଭରରେ ଅଲ୍‌ଆଉଟ୍ ହୋଇ ୨୪୧ ରନ୍ କରିଥିଲା। ଧାର୍ଯ୍ୟ ୨୪୨ ରନ୍ ଲକ୍ଷ୍ୟର ପିଛା କରି ଭାରତ ବିରାଟ କୋହଲିଙ୍କ ୫୧ତମ ବିରାଟ ଶତକ ସହିତ ୪୨.୩ ଓଭରରେ ୪ ୱିକେଟ ହରାଇ ୨୪୪ ରନ୍ କରିଥିଲା।
ଭାରତ ପକ୍ଷରୁ ରୋହିତ ଶର୍ମା ୨୦ ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ ରନ୍ କରିଥିଲେ। ସେହିପରି ବିରାଟ କୋହଲି ୧୦୦ ରନ୍‌, ଶ୍ରେୟଶ ଆୟର ୫୬ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍‌, ଅକ୍ଷର ପଟେଲ ୩ ରନ୍ କରିଥିଲେ। ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୨୪୨ ରନ୍ ରହିଥିଲା। ପାକିସ୍ତାନ ପକ୍ଷରୁ ସେଦ ସକିଲ୍ ୬୨ ରନ୍ କରିଥିବାବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ। ସେହିପରି ଇମାମ ଉଲ୍ ହକ୍ ୧୦ ରନ୍‌, ବାବର ଆଜମ୍ ୨୩, ସଲମାନ ଆଘା ୧୯ ରନ୍‌, ଖୁସଦିଲ ସାହା ୩୮ ରନ୍‌, ନସିମ ସାହା ୧୪ ରନ୍ କରିଥିଲେ। ପାକିସ୍ତାନ ଇନିଂସର ପ୍ରଥମ ଛକା ୪୨ତମ ଓଭରରେ ଲାଗିଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ୩ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ। କୁଲଦୀପ ଯାଦବ ୪୩ତମ ଓଭରରେ ଲଗାତାର ଦୁଇଟି ବଲ୍‌ରେ ଦୁଇଟି ୱିକେଟ୍ ନେଇଥିଲେ। ତଥାପି, ସେ ହ୍ୟାଟ୍ରିକ୍ ହାତଛଡ଼ା କରିଥିଲେ। ପ୍ରଥମେ କୁଲଦୀପ ସଲମାନ ଆଘାଙ୍କୁ ଆଉଟ୍ କରିଥିଲେ ଏବଂ ପରେ ସାହିନ ସାହା ଆଫ୍ରିଦୀଙ୍କୁ ଶୂନ୍ୟରେ ପାଭିଲିୟନ ପଠାଇ ଦେଇଥିଲେ। କୁଲଦୀପ ଯାଦବ ନସିମ ସାହାଙ୍କୁ ୧୪ ରନ୍‌ରେ ପାଭିଲିୟନ ପଠାଇ ଦେଇଥିଲେ। ୪୯ତମ ଓଭରରେ ଦୁଇଟି ଛକା ଲାଗିଥିଲା ଏବଂ ଗୋଟିଏ ୱିକେଟ୍ ପଡ଼ିଥିଲା। ହାରିସ ରେ ଫ ରନ୍ ଆଉଟ୍ ହୋଇଥିଲେ।

Next Post

କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ୩୮ତମ ସ୍ୱନକ୍ଷତ୍ର ଦିବସ , ଉତ୍କଳ ଗୌରବ ମଧୁବାବୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

Mon Feb 24 , 2025
କେନ୍ଦ୍ରାପଡ଼ା,୨୪ା୨: ରାଜ୍ୟର ଅଗ୍ରଣୀ ସମବାୟ ଅନୁଷ୍ଠାନ କେନ୍ଦ୍ରାପଡା ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କର ୩୮ତମ ପ୍ରତିଷ୍ଠା ଦିବସ କଜଳାସ୍ଥିତ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କ ପରିଚାଳନା ପରିଷଦ ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ୟାଙ୍କର ଅଂଶିଦାର, ଜମାକାରୀ, ଗ୍ରାହକ ଏବଂ ବୁଦ୍ଧିଜୀବୀମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ବ୍ୟକ୍ତ କରିଥିଲେ । ପ୍ରଥମେ ଓଡିଶାର ସମବାୟ ଆନ୍ଦୋଳନର […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading