ତିନିମୁହାଣୀ ଶ୍ରୀରାମମନ୍ଦିରରେ ରାମନବମୀ ଉତ୍ସବ

blank
କେନ୍ଦ୍ରାପଡ଼ା, ୬ା୪: କେନ୍ଦ୍ରାପଡା ସହରର ତିନିମୁହାଣୀରେ ଥିବା ଶ୍ରୀରାମ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶ୍ରୀରାମ ମନ୍ଦିରରେ ସକାଳ ୫ଟା ସମୟରେ ଦିଅଁମାନଙ୍କୁ ମହାସ୍ନାନ କରାଯିବାପରେ ସକାଳ ୮ଟାରେ ଭକ୍ତମାନଙ୍କଦ୍ୱାରା ୧୦୮ କଳସୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଭକ୍ତମାନେ ଗୁଲନଗର ପଞ୍ଚାୟତର ସୁଜାନଗର ହନୁମାନ ମନ୍ଦିର ନିକଟ ଗୋବରୀନଦୀ ଘାଟରୁ କଳସରେ ପାଣି ନେଇ ଶ୍ରୀରାମମନ୍ଦିର ପରିସରରେ ସକାଳ ୯ଟାରେ ଘଟ ସ୍ଥାପନ କରିଥିଲେ। ଘଟ ସ୍ଥାପନ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ଅଗ୍ନି ସ୍ଥାପନ କରାଯିବା ପରେ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସନ୍ଧ୍ୟା ୫ଟାରେ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି ଅବସରରେ ପଣ୍ଡିତ ରଶ୍ମୀରଞ୍ଜନ ପାଣି ଓ ସାଥିମାନଙ୍କ ଦ୍ୱାରା ଶ୍ରୀରାମ ଚରିତ ମାନସ ପାରାୟଣର ଶୁଭାରମ୍ଭ କରାଯାଇଥିଲା । ଏହି ଉପଲକ୍ଷେ ସହର ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କର ମନ୍ଦିର ପରିସରରେ ସମାବେଶ ହୋଇଥିଲା । କେନ୍ଦ୍ରାପଡା ସଦର ଥାନା ଓ ଟାଉନଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାମନବମୀ ଠାରୁ ୨୧ଦିନ ବ୍ୟାପି ସମ୍ପୁର୍ଣ୍ଣରାମାୟଣ ନାଟକ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଏଠାରେ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ରାମମନ୍ଦିର ପରିଚାଳନା ସମିତି ସଭାପତି ବିବେକାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଏହି ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ବରିଷ୍ଠ ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ମନିଷା ପଣ୍ଡା, କିଶୋର ପଣ୍ଡା, ଅଧ୍ୟାପକ ଅଜୟ ରାଉତ, ରଞ୍ଜିତ ସିଂ, ଜ୍ୟୋସ୍ôନାରାଣୀ ଜେନା ପ୍ରମୁଖ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ଆର୍ଶିବାଦ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁଗଳ କିଶୋର ଦାସ, ଉମେଶ ଦାସ, ଦେବିପ୍ରସାଦ ତ୍ରିପାଠୀ, ଖଗେଶ୍ୱର ସାହୁ, ଶାନ୍ତିସ୍ୱରୂପ ଭୂୟାଁ, ନିହାର ରଞ୍ଜନ ପରିଡା, ଜୀତେନ୍ଦ୍ର ଦାସ, ପ୍ରଶାନ୍ତ ସାମଲ, ବିଶ୍ୱରଞ୍ଜନ ସୂତାର, ପୂର୍ଣ୍ଣେନ୍ଦୁ ବିଶ୍ୱାଳ, ସନ୍ଦୀପ ପ୍ରଧାନ, ବୈକୁଣ୍ଠ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ସେହିଭଳି ଗୋପ ରାମମନ୍ଦିରରେ ମଧ୍ୟ ମହାସମାରୋହରେ ରାମନବମୀ ଉତ୍ସବ ପାଳିତ ହୋଇଯାଇଛି ।

Next Post

ଗରାପୁର ହନୁମାନ ମନ୍ଦିରରେ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ

Sun Apr 6 , 2025
କେନ୍ଦ୍ରାପଡ଼ା, ୬ା୪: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ମହାବୀର ଆଶ୍ରମ ହନୁମାନ ମନ୍ଦିରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଶୁଭ ଜନ୍ମ ମହୋତ୍ସବ ଶ୍ରୀରାମ ନବମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନବଦିନ ବ୍ୟାପୀ ପ୍ରତ୍ୟେହ ସକାଳେ ଓ ଅପରାହ୍ନରେ ଶ୍ରୀରାମଚରିତ ମାନସ ପାରାୟଣ, ତୁଳସୀ ରାମାୟଣ ପାରାୟଣ ଓ ସନ୍ଧ୍ୟାରେ ବିଭିନ୍ନ ସାଧୁସନ୍ଥ ଏବଂ ବିଜ୍ଞ ପ୍ରବଚକମାନଙ୍କ ଦ୍ୱାରା ଶ୍ରୀରାମ କଥାମୃତ୍ତ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading