ବିଶ୍ୱ ହେପାଟାଇଟିସ ଦିବସ ପାଳିତ

blank
କେନ୍ଦ୍ରାପଡ଼ା,୨୮ା୭ :ଜିଲ୍ଲାସ୍ତରୀୟ ବିଶ୍ୱ ହେପାଟାଇଟିସ ଦିବସ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, କେନ୍ଦ୍ରାପଡା ପକ୍ଷରୁ ସୋମବାର ଅପରାହ୍ନରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ମନୋରଞ୍ଜନ ରାଉତ ପୌରହିତ୍ୟ କରିଥଲେ। ପାଞ୍ଚ ପ୍ରକାର ହେପାଟାଇଟିସ – ଏ, ବି, ସି, ଡି ଏବଂ ଇ ଉପରେ ଉପସ୍ଥିତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ଗୌରାଙ୍ଗ ଚରଣ ଗିରି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶ୍ୟାମ ସୁନ୍ଦର ଟୁଡୁ, ଅତିରିକ୍ତ ଜିଲ୍ଳା ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ – ଡା. ସଚ୍ଚିଦାନନ୍ଦ ମିଶ୍ର, ଏଡିଏମ ଓ ମେଡ଼ିକାଲ ଡା. ପ୍ରମୋଦ କୁମାର୍ ପ୍ରହରାଜ, ଡିପିଏମ ମନୋରଞ୍ଜନ ସାହୁ, ଏପିଡେମିଓଲୋଜିଷ୍ଟ ଡା. ଅଶୋକ କୁମାର ସାହୁ, ଆକାଉଣ୍ଟସ୍ ଅଫିସର ଆଶୁତୋଷ ତ୍ରିପାଠୀ, ମାଇକ୍ରୋ ବାୟୋଲୋଜିଷ୍ଟ ବିଜେତା ନନ୍ଦ ଓ ସତ୍ୟନାରାୟଣ ସିଂହ, ଡିପିଏଚସିଓ ସତ୍ୟ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏ. ଏନ. ଏମ. ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରୀମାନଙ୍କ ମଧ୍ୟରେ ରଚନା ପ୍ରତିଯୋଗିତା କରାଯାଇ ବିଜେତା ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଟାଟୋ କରିବା ଦ୍ୱାରା ହେପାଟାଇଟିସ ମଧ୍ୟ ବ୍ୟାପିଥାଏ। ସେଥିପାଇଁ ଯୁବ ସମାଜ ଟାଟୋ ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଜନ୍ମ ସମୟରେ ହେପାଟାଇଟିସ ଟୀକା ପ୍ରଦାନ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କୁ ମଧ୍ୟ ହେପାଟାଇଟିସ ଟିକା ପ୍ରଦାନ କରାଯାଉଛି। ସର୍ବୋପରି ସମସ୍ତେ ସଚେତନ ରହିଲେ ହେପାଟାଇଟିସକୁ ଆମେ ଦୂରେଇ ପାରିବା ବୋଲି ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସହକାରୀ ପରିଚାଳକ ମମତା ଦାସ, ଶ୍ୟାମସୁନ୍ଦର ବରାଳ, ଜ୍ୟୋସ୍ନା ନାୟକ, ଜିଲ୍ଲା ଡାଟା ମ୍ୟାନେଜର ଜ୍ୟୋତିରଞ୍ଜନ ପରିଡ଼ା ଓ ଏ. ଏନ. ଏମ. ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷ ଭାରତୀ ସ୍ୱାଇଁ, ଟ୍ୟୁଟର, ସମସ୍ତ ଛାତ୍ରୀ ଓ ଆଶା କର୍ମୀମାନେ ଉପସ୍ଥିତ ଥିଲେ। ଡେପୁଟି ମ୍ୟାନେଜର, ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ସୁକାନ୍ତ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ପୁରୁଣା ମେଡିକାଲ କ୍ୟାମ୍ପସରେ ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ବିଶ୍ୱ ହେପାଟାଇଟିସ ଦିବସ ପାଳନ ଉପରେ ଏକ ସଚେତନତା ଶୋଭାଯାତ୍ରା କରି ସ୍ଲୋଗାନ ଦେଇଥିଲେ।

Next Post

ଦିବ୍ୟାଙ୍ଗ କାଉଡ଼ିଆଙ୍କ ଜଳାଭିଷେକ

Mon Jul 28 , 2025
କେନ୍ଦ୍ରପଡା ୨୮/୭- ଏବେ ଶ୍ରାବଣ ମାସ ଚାଲିଛି। ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ ମାନଙ୍କ ହାତରେ ଶ୍ରାବଣର କାଉଡ଼ି ଭାର। ଗୋଟିଏ ଲକ୍ଷ୍ୟ ଜଳାଭିଷେକ କରିବା ଓ ମାନସିକ ପୂରଣ କରିବା। ଭିନ୍ନ ଭିନ୍ନ ଭାବରେ କାଉଡ଼ିଆ ମାନେ ବାବା ଶଙ୍କରଙ୍କୁ ଜଳ ଲାଗି କରିଥାଆନ୍ତି। ଏଥିରୁ ଟିକିଏ ଭିନ୍ନ ଚିନ୍ତା କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତାଗଣ ଦିବ୍ୟାଙ୍ଗ ଭାଇ ମାନଙ୍କୁ ଏକତ୍ରିତ କରି ଜଳାଭିଷେକ […]
blank

ଲୋକମତ

Breaking News

https://v3.adxpremium.services/dashboard/register-publisher

Discover more from Lokamata Odisha

Subscribe now to keep reading and get access to the full archive.

Continue reading